କରୋନାଭାଇରସ୍‌ଦ୍ୱାରା ଆକ୍ରାନ୍ତ ବିଜେପି ବିଧାୟିକା କିରଣ ମାହେଶ୍ୱରୀଙ୍କ ଦେହାନ୍ତ

ନୂଆଦିଲ୍ଲୀ: ରାଜସ୍ଥାନର ରାଜସମନ୍ଦ ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟିକା କିରଣ ମାହେଶ୍ୱରୀଙ୍କର ରବିବାର ରାତିରେ ହରିୟାଣାର ଗୁରୁଗ୍ରାମସ୍ଥିତ ମେଦାନ୍ତ ହସ୍ପିଟାଲ୍‌ରେ ଦେହାନ୍ତ ହୋଇଯାଇଛି। ସେ କରୋନାଭାରସ୍‌ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା ଏ ମାସ ପ୍ରାରମ୍ଭରେ ପରୀକ୍ଷାରୁ ଜଣାପଡ଼ିଥିଲା। ସ୍ୱାସ୍ଥ୍ୟାବସ୍ଥାରେ ଖୁବ୍‌ ଅବନତି ଘଟିବାରୁ ତାଙ୍କୁ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ୧୪ଶ ଲୋକସଭାରେ କିରଣ ମାହେଶ୍ୱରୀ ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ରାଜସ୍ଥାନର ଉଦୟପୁର ନିର୍ବାଚନ ମଣ୍ଡଳୀର ସାଂସଦ ଥିଲେ। ପରଲୋକଗତ ମାହେଶ୍ୱରୀଙ୍କ ପ୍ରତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଲୋକସଭା ବାଚସ୍ପତି ଓମ୍‌ ବିର୍ଲା, ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌, ବିଧାନସଭା ବାଚସ୍ପତି ସିପି ଜୋଶୀ, ବିଜେପି ରାଜ୍ୟ ସଭାପତି ସତୀଶ ପୁନିଆ ଏବଂ ଅନ୍ୟ ନେତୃବୃନ୍ଦ ଶୋକ ପ୍ରକାଶ କରିଛନ୍ତି। ଟୁଇଟ୍‌ କରି ପ୍ରଧାନମନ୍ତ୍ରୀ ମୋଦୀ ଲେଖିଛନ୍ତି, କିରଣ ମାହେଶ୍ୱରୀ ଜୀଙ୍କ ଅକାଳ ବିୟୋଗ ଆଘାତ ଦେଇଛି। ଜଣେ ସାଂସଦ ଭାବେ ହୁଅନ୍ତୁ କି, ବିଧାୟିକା କିଂବା ରାଜସ୍ଥାନ ସରକାରଙ୍କ କ୍ୟାବିନେଟ୍‌ ମନ୍ତ୍ରୀ ହୁଅନ୍ତୁ, ରାଜସ୍ଥାନର ଉନ୍ନତି ଏବଂ ଗରିବ ତଥା ନିଷ୍ପେଷିତମାନଙ୍କୁ ସଶକ୍ତ କରିବା ନିମନ୍ତେ କାର୍ଯ୍ୟ କରିବାକୁ ସେ ଅନେକ ପ୍ରକାର ଉଦ୍ୟମ କରିଥିଲେ। ତାଙ୍କ ପରିବାର ପ୍ରତି ସମବେଦନ ଜଣାଉଛି। ଓଁ ଶାନ୍ତି। ତାଙ୍କ ମୃତ୍ୟୁ ଯୋଗୁଁ ଶୋକ ବ୍ୟକ୍ତ କରି ରାଜସ୍ଥାନ ବିଧାନସଭା ବାଚସ୍ପତି ସିପି ଯୋଶୀ ଟୁଇଟ୍‌ କରିଛନ୍ତି, ରାଜସମନ୍ଦ ବିଧାୟିକା କିରଣ ମାହେଶ୍ୱରୀ ଜୀଙ୍କ ଅକାଳ ବିୟୋଗ ସମ୍ବାଦ ଶୁଣି ଆଘାତ ପାଇଲି। ତାଙ୍କ ପରିବାରବର୍ଗଙ୍କ ପ୍ରତି ମୋର ଗଭୀର ସମବେଦନା। ସେମାନଙ୍କୁ ଏଭଳି ଦୁଃଖ ସହ୍ୟ କରିବା ଲାଗି ସାମର୍ଥ୍ୟ ଦିଅନ୍ତୁ ବୋଲି ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ