ଦୁଇ ବାଇକ ମୁହାଁ ମୁହିଁ ଧକ୍କା, ୨ ମୃତ ୩ ଗୁରୁତର
ମୋହନା,(ଅଂଶୁମାନ ପଣ୍ଡା): ଅଡ଼ବା ଥାନା ଦମାଦୁଆ ଗାଁ ନିକଟରେ ଦୁଇ ବାଇକ ମୁହାଁ ମୁହିଁ ଧକ୍କା ହେବା ଫଳରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର | ଆହାତ ମାନେ ଛେଳିଗଡ଼ର ଜଣେ ଅନ୍ୟ ମାନେ ଦମାଦୁଆର ଅଟନ୍ତି | ମୃତ ୨ ଜଣ ହେଲେ, ଦମାଦୁଆ ଗାଁର ସିନୁ ନାୟକ ୧୭ ଓ ଛେଳିଗଡ଼ ଗାଁର ରେଗେନ ବିର ୩୧। ଆହାତ ମାନେ ହେଲେ, ଦମଦୁଆ ଗାଁର ସିପାନ ମାଳି, ସୁମିତ ମାଳି ଓ ଛେଳିଗଡ଼ ଗାଁର ଆସ୍ୱାନ ବିର । ଆଜି ପୂର୍ବାହ୍ନ ୧୧ ଟା ସମୟରେ ଛେଳିଗଡ଼ ଗାଁରୁ ବାଇକରେ ଆଶ୍ୱାନ ବିର ଓ ରେଗେନ ଦମାଦୁଆ ଯାଉଥିବା ବେଳେ ସାମ୍ନା ପଟୁ ଆସୁଥିବା ବାଇକ ସହ ଧକ୍କା ହୋଇଥିଲା । ଫଳରେ ଘଟଣା ସ୍ଥଳରେ ରେଗେନ ବିର ମୃତ୍ୟୁ ଘଟିଥିବା ବେଳେ ଆହତଙ୍କୁ ଉଦ୍ଧାର କରି ମୋହନା ମେଡିକାଲ ଆଣିଥିଲେ । ମେଡିକାଲରେ ସିନୁ ନାୟକର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ତିନି ଜଣଙ୍କୁ ବ୍ରହ୍ମପୁର ଏମକେସିଜି ସ୍ଥାନାନ୍ତର କରାଯାଇଛି । ଅଡ଼ବା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଜବତ କରି ଘଟଣାର ତଦନ୍ତ କରୁଛି ।