ପବିତ୍ର କାର୍ତ୍ତିକ ପୂର୍ଣିମାରେ ଡଙ୍ଗାଭଷା ଓ ଠାକୁର ଦର୍ଶନ କରି ନ ପାରି ମନକଷ୍ଟରେ ଶ୍ରଦ୍ଧାଳୁ
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ଉତ୍କଳୀୟଙ୍କ ୧୨ ମାସର ୧୩ ପରବ ମଧ୍ୟରେ କାର୍ତ୍ତିକ ପୂର୍ଣ୍ଣିମା ମାସର ପଞ୍ଚୁକ ଅନନ୍ୟ ।କାର୍ତିକ ମାସ ହେଉଛି ଏକ ଧର୍ମର ମାସ ।ବ୍ତଧାରୀ,ହବିଷିଆଳୀ ଦିର୍ଘ ଏକମାସ ହେଲା ନିରାମିଷ ଖାଦ୍ଯ ଆହର କରି, ଭୋରୁ ସ୍ନାନ କରି ପୂଜାର୍ଚ୍ଚନା କରିବା ସହିତ ନିଜକୁ ଜପ,ତପ,ଧ୍ଯାନ,ନିଷ୍ଠାର ସହ ପାଇଁ ଳନ କରିଥାନ୍ତି ।ଚଳିତ ବର୍ଷ କରୋନା ମହାସଂକ୍ରମଣ ରୋକ ପାଇଁ ସରକାର ନଦୀ,ନାଳରେ ଡଙ୍ଗାଭଷା କାର୍ଯ୍ଯକ୍ରମକୁ ବାତିଲ କରିବା ସହ ଭିଡ ହେଉଥିବା ମନ୍ଦିରରେ ଗହଳି ଚହଳି ରୋକ ପାଇଁ ୧୪୪ ଧାରା ଲାଗୁ କରିବା ସହ ବ୍ଯାପକ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା ।ମୟୂରଭଞ୍ଜ ଜିଲ୍ଲାର ଦିତୀୟ ସର୍ବ ବୃହତ୍ତମ ରାଇରଙ୍ଗପୁର ସହରର ଜୀବନ ରେଖା ଖଡଖାଈ ନଦୀର ଘାଟ ଥିବା ଗହଳି ସ୍ଥାନମାନଙ୍କରେ ପୋଲିସ ମୁତୟନ ସହ ଜଗନ୍ନାଥ ମନ୍ଦିର, ଗଢ଼ ଗ୍ରାମର ଐଶ୍ବାନେଶ୍ବର ମନ୍ଦିର, ଖଡଗେଶ୍ବର,ରଘୁନାଥ ଜୀଉ ମନ୍ଦିର ସମେତ ଅନ୍ଯ ମନ୍ଦିରରେ ପୋଲିସ ଜଗି ଶ୍ରଦ୍ଧାଳୁ ମାନଙ୍କୁ ପ୍ରବେଶ ପାଇଁ ବାରଣ କରିଥିଲା ।ବହୁ ଶ୍ରଦ୍ଧାଳୁ ଘରେ ସ୍ନାନ କରି ମନ୍ଦିର ଆସି କଟକଣା ପାଇଁ ମନକଷ୍ଟରେ ଘରକୁ ଫେରି ଯାଇଥିଲେ ।ନଦୀରେ ମଧ୍ୟ ଢଙ୍ଗା ଭଷାଇ ନ ପାରି ମନକଷ୍ଟ କରିଥିଲେ ।ମାସକ ଯାକ ନିଷ୍ଠାର ସହ ବ୍ରତ ପାଳନ କରି ଶେଷ ଦିନ ମନ୍ଦିରରେ ନିଜର ମନର ଠାକୁରଙ୍କୁ ଦର୍ଶନ କରି ନ ପାରିଥିବାରୁ ଭକ୍ତଙ୍କ ମନରେ ଅସନ୍ତୋଷ ଦେଖା ଦେଇଥିଲା ।ଭକ୍ତମାନେ ମଧ୍ୟ ଜଗନ୍ନାଥ ମନ୍ଦିର ସନ୍ନିକଟରେ କକାର୍ତିକେଶ୍ବର ବାବାଙ୍କୁ ମଧ୍ୟ ପୂଜାର୍ଚ୍ଚନା କରି ନ ପାରି ମନଦୁଖରେ ଘରକୁ ଫେରି ଯାଇଥିଲେ ।