ଯୁଦ୍ଧ ନୁହେଁ ବିଶ୍ୱକୁ ବୁଦ୍ଧ ଦେଇଛୁ: ମୋଦି

ନୂଆଦିଲ୍ଲୀ: ଶୁକ୍ରବାର ଜାତିସଂଘ ସାଧାରଣ ଅଧିବେଶନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତଙ୍କ ଆଶାଠାରୁ କିଛି ଭିନ୍ନ ଭଙ୍ଗୀରେ ଭାଷଣ ରଖିଛନ୍ତି । ସେ ଆଜି କହିଛନ୍ତି ବିଶ୍ୱକୁ ଯୁଦ୍ଧ ନୁହେଁ, ବୁଦ୍ଧ ଦେଇଛି ଭାରତ । ସେ ଜଳବାୟୁ, ଆତଙ୍କବାଦ ବିରାଧରେ ଲଢ଼େଇ, ବିଶ୍ୱଶାନ୍ତି ବଜାୟ ରଖିବା ଆଦି ପ୍ରସଙ୍ଗରେ ଭାଷଣ ରଖିଥିଲେ ମଧ୍ୟ ଚତୁରତାର ସହିତ ପାକିସ୍ତାନର ନାମ ନେଇନାହାନ୍ତି । ସୂଚନାଯାଗ୍ୟ ଯେ, ସେ ଦ୍ୱିତୀୟ ଥର ପାଇଁ ଏହି ଅଧିବେଶନରେ ଅଭିଭାଷଣ ରଖିଥିଲେ । ଏହା ପୂର୍ବରୁ ମାଦି ୨୦୧୪ ମସିହାରେ ପ୍ରଧାନମନ୍ତ୍ରୀ ପଦ ଗ୍ରହଣ କରିବା ପରେ ପ୍ରଥମ ଥର ପାଇଁ ଅଭିଭାଷଣ ରଖିଥିଲେ ।ସେ ଏହି ଅଭିଭାଷଣ ଆରମ୍ଭରେ ତାଙ୍କ ସରକାରର ବିଭିନ୍ନ ଯୋଜନା ଏବଂ ପ୍ରକଳ୍ପ ବାବଦରେ କହିଥିଲେ । ସେ ଆତଙ୍କବାଦ ନାମ ନେଇଥିଲେ ସତ, କିନ୍ତୁ ଏଥିରେ ପାକିସ୍ତାନ ନାମ ଉଲ୍ଲେଖ କରିନଥିଲେ । ସେ କହିଥିଲେ, ଆତଙ୍କବାଦ ଗୋଟିଏ ଦେଶ ପାଇଁ ନୁହେଁ ସମସ୍ତ ଦେଶପାଇଁ ଏକ ଆହ୍ୱାନ । ମାନବିକତାର ସୁରକ୍ଷା ପାଇଁ ଆମକୁ ଆତଙ୍କବାଦ ବିରାଧରେ ଏକାଠି ହେବାକୁ ପ?ିବ । ସେ କହିଥିଲେ ସମଗ୍ର ବିଶ୍”କୁ ଆତଙ୍କବାଦ ପ୍ରତି ଆହୁରି କ୍ରାଧିତ ହେବାକୁ ପଡ଼ିବ । ଆମେ ଏଭଳି ଏକ ଦେଶରୁ ଆସିଛୁ ଯାହାକି ବିଶ୍ୱକୁ ବୁଦ୍ଧ (ବୁଦ୍ଧଙ୍କ ଶାନ୍ତିବାର୍ତ୍ତା) ଦେଇଛି ଯୁଦ୍ଧ ନୁହେଁ ।ସେ କହିଥିଲେ, ଆମ ଭିତରେ ଏକତାର ଅଭାବ ରହିଥିବାରୁ ଯେଉଁ ନିୟମ ଆଧାରରେ ଜାତିସଂଘର ଗଠନ ହୋଇଛି ତାହା କ୍ଷୁଣ୍ଣ ହେଉଛି । ମୋଦି ଏହି ଅବସରରେ ସ୍ୱାମୀ ବିବେକାନନ୍ଦଙ୍କ ସିକାଗୋ ଅଭିଭାଷଣକୁ ମନେ ପକାଇ କହିଥିଲେ, ବିବେକାନନ୍ଦ ବିଶ୍ୱକୁ ମତଭେଦର ବାର୍ତ୍ତା ନୁହେଁ ବିଶ୍ୱଭାତୃତ୍ୱଏବଂ ଶାନ୍ତିର ବାର୍ତ୍ତା ଦେଇଥିଲେ । ସେ ଏହି ଅବସରରେ ଭାରତୀୟ ସଂସ୍କୃତି ବାବଦରେ କହିବା ଅବସରରେ “ସବକା ସାଥ୍, ସବ୍କା ବିକାଶ, ସବ୍କା ବିଶ୍ୱାସ’ ମଧ୍ୟ କହିଥିଲେ । ସେ ବିଶ୍ୱ ଭାତୃତ୍ୱକୁ ଭାରତର ଅବଦାନ ବାବଦରେ ମନେ ପକାଇ ୩୦୦୦ ବର୍ଷ ତଳର ଏକ ତାମିଲ କବିତା ମଧ୍ୟ ପାଠ କରିଥିଲେ ।ମୋଦି ଏହି ଅବସରରେ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ୍ ବିରାଧରେ ଭାରତର ଯୁଦ୍ଧ ବାବଦରେ ମଧ୍ୟ କହିଥିଲେ । ଜାତିସଂଘ କୋଠାରେ କୌଣସି ଏକ ସ୍ଥାନରେ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ୍ ବିରାଧରେ ବାର୍ତ୍ତା ତାଙ୍କୁ ଆନନ୍ଦିତ କରିଥିବା ସେ କହିଥିଲେ । ସେ ଏହି ଅବସରରେ ସ୍ୱଚ୍ଛତା ଅଭିଯାନ ଓ ୧୧ କୋଟି ଶୌଚାଳୟ ନିର୍ମାଣ କ୍ଷେତ୍ରରେ ଭାରତର ସଫଳତା ବଖାଣିଥିଲେ । ସେ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଯୋଜନାକୁ ବିଶ୍ୱର ସବୁଠାରୁ ବଡ଼ ସ୍ୱାସ୍ଥ୍ୟବୀମା କହିବା ସହ ଏହା ୫୦ କୋଟି ଲାକଙ୍କୁ ମାଗଣା ସ୍ୱାସ୍ଥ୍ୟସେବା ଯୋଗାଇବା ଉଦ୍ଦିଷ୍ଟ ବୋଲି କହିଥିଲେ ।ମୋଦି ଏହି ସପ୍ତାହବ୍ୟାପୀ ଆମେରିକା ଗସ୍ତରେ ପାକିସ୍ତାନର ନାମ ନନେଇ ମଧ୍ୟ ଏହି ରାଷ୍ଟ୍ରକୁ ଅଡ଼ୁଆରେ ପକାଇଛନ୍ତି । ସେ ଗତ କିଛି ଦିନ ତଳେ “ହାଓଡି ମୋଦି’ କାର୍ଯ୍ୟକ୍ରମରେ କହିଥିଲେ, ୨୬/୧୧ ହେଉ କି ୯/୧୧ ହେଉ ଏସବୁ ଆତଙ୍କବାଦୀ ଆକ୍ରମଣର ଷଡ଼ଯନ୍ତ୍ରକାରୀ କେଉଁଠି ମିଳନ୍ତି? ଏହାର ଉତ୍ତର କେବଳ ଆମେ ନୁହେଁ ଏ ବିଶ୍ୱର ସମସ୍ତେ ଜାଣିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ