ଆର୍ଟିଓ, ହସ୍ପିଟାଲ୍ରୁ ୭୫ ଗିରଫ

କଟକ : ପୁଲିସ ବିଭାଗ ଟାର୍ଗେଟ୍ରେ ରାଜ୍ୟର ଆର୍ଟିଓ ଓ ହସ୍ପିଟାଲକୁ କବ୍ଜା କରିଥିବା ଦଲାଲ । ଆଜି ଦ୍ୱିତୀୟ ପର୍ଯ୍ୟାୟରେ ମୋଟ ୭୫ ଜଣ ଦଲାଲଙ୍କୁ ୧୭ଟି ଜିଲ୍ଲା ପୁଲିସ ଗିରଫ କରିଛି । ଆର୍ଟିଓରୁ ୪୪ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ହସ୍ପିଟାଲରୁ ୩୧ ଜଣଙ୍କୁ ଗିରଫ କରାଯାଇଥିବା ପୁଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।ରାଜ୍ୟରେ ଏବେ ଆର୍ଟିଓ ସମେତ ଅଧିକାଂଶ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ର ଦଲାଲଙ୍କ କବଜାରେ । ଘରୋଇ ନର୍ସିଂ ହୋମ୍ ଗୁଡ଼ିକୁ ଦଲାଲମାନେ ରୋଗୀଙ୍କୁ ପଠାଉଥିବା ନେଇ ଦୀର୍ଘ ଦିନରୁ ଯେଉଁ ଅଭିଯୋଗ ଆସୁଥିଲା, ତା ଉପରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛି ପୁଲିସ ବିଭାଗ । ଗତକାଲି ରାଜ୍ୟରେ ୮ଟି ଜିଲ୍ଲାରୁ ୩୦ ଜଣ ଦଲାଲଙ୍କୁ ଗିରଫ କରାଯାଇଥିଲା । ଆଜି ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଓହପୁର, ଗଞ୍ଜାମ, ବ୍ରହ୍ମପୁର, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ସୋନପୁର, ଅନୁଗୁଳ, ଢେଙ୍କାନାଳ, ଦେଓଗଡ଼, କେନ୍ଦୁଝର, ରାଉରକେଲା, ବାଲେଶ୍ୱର, ଭଦ୍ରକ ଏବଂ ମୟୂରଭଞ୍ଜ ଜିଲ୍ଲାରୁ ଦଲାଲଙ୍କୁ ଗିରଫ କରାଯାଇଛି । ମୟୂରଭଞ୍ଜ ଜିଲ୍ଲାରୁ ସର୍ବାଧିକ ୯ଜଣଙ୍କୁ ଗିରଫ କରାଯାଇଛି । ଦଲାଲଙ୍କ ସହିତ ନର୍ସିଂହୋମ୍ ମାଲିକ, ଡାଇଗ୍ନୋଷ୍ଟିକ୍ ସେଣ୍ଟର ମାଲିକ, ଡାକ୍ତରଙ୍କ ଭୂମିକା ବି ସନ୍ଦେହରେ ରହୁଥିବା କୁହାଯାଉଛି । ସେମାନଙ୍କ ବିରୋଧରେ ବି କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ପ୍ରମାଣ ଯୋଗାଡ଼ କରିବାକୁ କୁହାଯାଇଛି । ଡିସିପି/ଏସ୍ପିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଦଲାଲଙ୍କୁ ଗିରଫଦାରୀ ପାଇଁ ପୁଲିସ ଅଫିସରଙ୍କ ଅଭିଯାନ ଜାରି ରଖିବାକୁ ପୁଲିସ ଡିଜି ବିଜୟ କୁମାର ଶର୍ମା ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପଟେ ଡିସିପି/ଏସ୍ପିମାନେ ନିୟମିତ ଭାବେ କାର୍ଯ୍ୟାନୁଷ୍ଠାନ ସଂକ୍ରାନ୍ତ ରିପୋର୍ଟ ଡିଜିପିଙ୍କ ନିକଟରେ ଦାଖଲ କରିବାକୁ କୁହାଯାଇଥିବା ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ