ମରାମତି ପାଇଁ ଶୁଣିଲାନି ପ୍ରଶାସନ, ୪ କିଲୋମିଟର ରାସ୍ତା ମରାମତି ପାଇଁ ଅଣ୍ଟାଭିଡ଼ିଲେ ଗ୍ରାମବାସୀ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):ଗ୍ରାମାଞ୍ଚଳର ବିକାଶ ନେଇ ରାଜ୍ୟ ସରକାର ବିିଭିନ୍ନ ସମୟରେ ଡ଼ିଣ୍ଡିମ ପିଟୁଥିବା ବେଳେ ଆଜକୁ ପ୍ରାୟ ୫୦ ବର୍ଷ ହେଲା ଫୁଲବାଣୀ-ଫିରିଙ୍ଗିଆ ଏକ ରାସ୍ତାରେ ଦୀର୍ଘ ୫୦ ବର୍ଷ ହେଲା ଏକ ରାସ୍ତାରେ ମାଟି ଡଲାଏ ମଧ୍ୟ ପଡ଼ିନାହିଁ। ଯେଉଁ ରାସ୍ତା ଉପରେ କଣିବାଲି, ବାଡାବାଙ୍ଗ, କାକାମାହା, ବେଲାପଦର ସହିତ କାଶିନିପଦର, କଟ୍ରିଙ୍ଗିଆ ଭଳି ଅନେକ ପଞ୍ଚାୟତର ଅଧିବାସୀ ମାନେ ଉକ୍ତ ରାସ୍ତା ଉପରେ ନିର୍ଭର କରିଥାନ୍ତି। ରାସ୍ତାର ମରାମତି କରିବା ପାଇଁ ଦୀର୍ଘ ବର୍ଷ ଧରି ଗ୍ରାମବାସୀ ମାନେ ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଳକ ପ୍ରଶସାନ, ଜିଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ମଧ୍ୟ ଅନେକ ଥର ଲିଖିତ ଭାବେ ଜଣାଇଛନ୍ତି କିନ୍ତୁ ଆଜି ପର୍ଯ୍ୟନ୍ତ ଉକ୍ତ ରାସ୍ତାର ମରାମତି ହୋଇପାରି ନାହିଁ। ଫଳରେ ଉକ୍ତ ରାସ୍ତା ଉପରେ ନିର୍ଭର କରୁଥିବା ହଜାର ହଜାର ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଭଳି ସ୍ଥଳେ ବାରମ୍ବାର ପ୍ରଶାସନର ଦ୍ୱାରସ୍ଥ ହୋଇ ମଧ୍ୟ ସବୁବେଳେ ବିଫଳ ହୋଇଥିବା ଗ୍ରାମବାସୀ ମାନେ ନିଜେ ଏବେ ଏକଜୁଟ୍ ହୋଇ ଯେଉଁ ୪ କିଲୋମିଟର ରାସ୍ତାର ମରଣଯନ୍ତ୍ରା ପାଲଟିଛି ତାହାକୁ ନିଜେ ତିଆରି କରିବାକୁ ଆରମ୍ଭ କରିଛନ୍ତି ପଦକ୍ଷେପ। ଫୁଲବାଣୀ ବ୍ଳକର କଟ୍ରିଙ୍ଗିଆ ପଞ୍ଚାୟତ ଅନ୍ତର୍ଗତ କାଣିବାଲି ଠାରୁ ଫିରିଙ୍ଗିଆ ବ୍ଳକର କାଶିନିପଦର ପଞ୍ଚାୟତର ଦିନାବାଲି ଛକ ପର୍ଯ୍ୟନ୍ତର ଦୂରତା ହେଉଛି ପ୍ରାୟ ୪ କିଲୋମିଟର। ଗତ ୫୦ ବର୍ଷ ତଳେ ଉକ୍ତ ରାସ୍ତା ନିର୍ମାଣ ହୋଇଥିଲା। କିନ୍ତୁ ସେହିିଦିନ ଠାରୁ ଆଜି ପର୍ଯ୍ୟନ୍ତ ରାସ୍ତାର ମରାମତି କିମ୍ବା ଉନ୍ନତି କରଣ ହୋଇନାହିଁ। ଫଳରେ ରାସ୍ତାର ଅବସ୍ଥା ସଂପୂର୍ଣ୍ଣଭାବେ ଶୋଚନୀୟ ହୋଇ ପଡ଼ିଛି।ରାସ୍ତା ମରାମତି ନେଇ ବାରମ୍ବାର ପ୍ରଶାସନ ନିକଟରେ ଅନୁରୋଧ କରି ସବୁକ୍ଷେତ୍ରରେ ବିଫଳ ହେବା ପରେ ଆଜି କାଣିବାଲି, ବାଡାବଙ୍ଗ, କାକାମାହା, ବେଲାପଦର ଗ୍ରାମବାସୀ ମାନେ ଏକଜୁଟ୍ ହୋଇ ନିଜେ ଶ୍ରମଦାନ କରିବା ସହିତ ଆରମ୍ଭ କରିଛନ୍ତି ରାସ୍ତାକାମ। ନିଜେ ଟ୍ରାକ୍ଟରଭଡ଼ା କରି ମାଟିବୋହି ରାସ୍ତାର ଯେଉଁଠାରେ ଚାଲିବା ଶୋଚନୀୟ ହୋଇ ପଡ଼ିଛି ସେହି ସବୁ ସ୍ଥାନରେ ମାଟିପକାଇ ରାସ୍ତାକୁ ସମତୁଲା କରିବା ଆରମ୍ଭ କରିଛନ୍ତି ବୋଲି ପ୍ରକାଶ କରିଛନ୍ତି ଭଞ୍ଜ ଦେବ କହଁର, କୁବେର କହଁର , ଗୌଦମ କହଁର। ଉକ୍ତ ରାସ୍ତାର ଅବସ୍ଥା ଶୋଚନୀୟ ଯୋଗୁଁ ଗ୍ରାମ ଗୁଡ଼ିକର ମଧ୍ୟ ହୋଇ ପାରୁନାହିଁ ବିକାଶ ବୋଲି କହିଛନ୍ତି ଗ୍ରାମର ଶାନ୍ତନୁ କର୍ଣ୍ଣ ,ଅନାମ କହଁର ଓ ଅମୁଜ କହଁର ଓ ଅନ୍ୟମାନେ।ଉକ୍ତ ରାସ୍ତା ଉପରେ ପିଲା ଠାରୁ ଆରମ୍ଭ କରି ବୁଢା ପର୍ଯ୍ୟନ୍ତ ଓ ରୋଗି ଠାରୁ ଆରମ୍ଭ କରି ସରକାରୀ କର୍ମଚାରୀ ମାନେ ମଧ୍ୟ ନିର୍ଭର କରିଥାନ୍ତି। କିନ୍ତୁ କେହି କେବେ ରାସ୍ତାର ଉନ୍ନତି କରଣ ପାଇଁ ଇଛା ପ୍ରକାଶ କରିନଥିବା ଅଞ୍ଚଳବାସୀଙ୍କ ଚିନ୍ତାରେ ପକାଇଛି କହିଛନ୍ତି ଗ୍ରାମର ସରତ କର୍ଣ୍ଣ, ସତ୍ୟ ନାରାୟଣ କର୍ଣ୍ଣ। ଉପରୋକ୍ତ ଗ୍ରାମର ବୁଢା ଠାରୁ ଆରମ୍ଭ କରି ପିଲାମାନେ ଏକଜୁଟ୍ ହୋଇ ହୋଇ ରାସ୍ତା କାମ ଆରମ୍ଭ କରିଛନ୍ତି। ଆଗାମି ଦିନରେ ପ୍ରଶାସନ ଏହାକୁ ଗୁରୁତ୍ୱ ଦେଇ ଯଦି ପକ୍କା ରାସ୍ତା ନିର୍ମାଣ କରିବାରେ ଟାଳଟଳ ନୀତି ଅବଲମ୍ବନ କରନ୍ତି ତାହାହେଲେ ବାଧ୍ୟ ହୋଇ ଗ୍ରାମବାସୀ ରାଜ ରାସ୍ତାକୁ ଓଲ୍ଳାଇବେ ବୋଲି ମଧ୍ୟ ଗ୍ରାମବାସୀ ଚେତାବନି ଦେଛନ୍ତି। ଏପରିକି ଆବଶ୍ୟକ ସ୍ଥଳେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଯଦି ରାସ୍ତା କାମ ନହେବ ତାହାହେଲେ ସମସ୍ତ ଗ୍ରାମବାସୀ ଭୋଟ ବର୍ଜନ କରିବାକୁ ନିଷ୍ପତି ନେଇଥିବାର ଦର୍ଶାଇଛନ୍ତି ଗ୍ରାମର ବିଷ୍ଣୁ କର୍ଣ୍ଣ ,ତ୍ରିନାଥ କହଁର, ଜୟଦେବ କହଁର , ଖଗେଶ୍ୱର କହଁର , କାଳିଆ କହଁର ଓ ଅନ୍ୟମାନେ। ସେହିଭଳି ଏହି ରାସ୍ତା ଦେଇ ଜିଲାର ଏକ ପର୍ଯ୍ୟଟନ ସ୍ଥଳ ଉର୍ମାଗଡ଼କୁ ମଧ୍ୟ ଜିଲା ଓ ଜିଲା ବାହାରର ଶହ ଶହ ସଂଖ୍ୟରେ ପର୍ଯ୍ୟଟକ ଆସିଥାନ୍ତି। କିନ୍ତୁ ରାସ୍ତାର ଅବସ୍ଥା ଖରାପ ଥିବା ଯୋଗୁଁ ଦିନକୁ ଦିନ ପର୍ଯ୍ୟଟକ ସଂଖ୍ୟା ମଧ୍ୟ କମିବାକୁ ଲାଗୁଛି ବୋଲି ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ