ଭଙ୍ଗା କୁଡ଼ିଆରେ ଜୀବନ ବିତାଉଛନ୍ତି ବୃଦ୍ଧ ଦମ୍ପତ୍ତି

*ପଞ୍ଚାୟତ କାର୍ଯାଳୟ ଠାରୁ ମାତ୍ର ୩ କିମି ଦୂରରେ ଥିବା ହିତାଧିକାରୀଙ୍କୁ ଅଣଦେଖା*
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ବ୍ଳକର ଲଙ୍କାଗଡ଼ ପଞ୍ଚାୟତ ରେ ଚାଲିଛି ଲଙ୍କାରାଜ୍। ଉକ୍ତ ପଞ୍ଚାୟତ ଦାୟିତ୍ୱରେ ଥିବା ଜୈନକ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ପାଇଁ ଅଞ୍ଚଳର ବାସ୍ତବ ହିତାଧିକାରୀ ଓ ବୃଦ୍ଧ ଦମ୍ପତ୍ତିମାନେ ପାଲଟିଛନ୍ତି ତୁଛ। ବାରମ୍ବାର ସହଯୋଗ ପାଇଁ ଦୌଡ଼ୁଥିଲେ ମଧ୍ୟ ଖୋଦ୍ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କର ଦେଖାମିଳୁନାହିଁ। ଏଭଳି ସ୍ଥଳେ ଗତ ୧୦ ବର୍ଷ ହେଲା ଏକ ଭଙ୍ଗାକୁଡ଼ିଆରେ ଜୀବନ ବିତାଉଛନ୍ତି ଲଙ୍କାଗଡ ପଞ୍ଚାୟତ ଅନ୍ତର୍ଗତ ବଣ୍ଡକିନାଲ ଗ୍ରାମର ଏକ ବୃଦ୍ଧ ଦମ୍ପତି।ପଞ୍ଚାୟତ କାର୍ଯାଳୟ ଠାରୁ ମାତ୍ର ୩ କିଲୋମିଟର ଦୂରେ ଅବସ୍ଥିତ ଏହି ଗ୍ରାମ। ପ୍ରକାଶଯେ, ଗରିବ ଗୁରୁବାଙ୍କ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଯୋଜନାର ଅଭାବ ନାହିଁ। ଗୃହହିନଙ୍କୁ ସହାୟତା ପାଇଁ ଆବାସ ଯୋଜନା ଦିନ ଦରିଦ୍ରଙ୍କ ପାଇଁ ଆହାର ଯୋଜନା ବାର୍ଦ୍ଧକ୍ୟ ଭତ୍ତା, ବିଧବା, ବିକଳାଙ୍କ ପାଇଁ ଭତ୍ତା ଭଳି ଅନେକ ଯୋଜନା ସରକାର ପ୍ରଣୟନ କରିଛନ୍ତି। ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ହିତାଧିକାରୀଙ୍କ ପାଇଁ ଅଛି ଗଦା ଗଦା ଯୋଜନା। କିନ୍ତୁ କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକର ଲଙ୍କାଗଡ ପଂଚାୟତରେ ଏହିସବୁ ଯୋଜନା ମାତ୍ର ଘୋଷଣାରେ ରହିଯାଇଛି। ବ୍ଳକ ସଦର ମହକୁମା ଠାରୁ ଏହି ସବୁ ପଞ୍ଚାୟତ ବହୁ ଦୂରରେ ଥିବା ଯୋଗୁଁ ସେଠାରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଏହି ସବୁ ଯୋଜନାର ବ୍ୟବସାୟକରି ବେଶ୍ ମାଲେମାଲ୍ ହେଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ପ୍ରକୃତ ହିତାଧିକାରୀଙ୍କୁ ଯୋଜନାର ସଫଳ ମିଳିନଥାଏ। ଯେଉଁମାନେ ଦାବୀ ମୁତାବକ ଅର୍ଥଦିଅନ୍ତି ସେମାନଙ୍କୁ ମିଳେ ଭତ୍ତା, ରାସନ କାର୍ଡ, ଆବାସ ଯୋଜନାର ଗୃହ ଆଦି ଯୋଜନା ଗୁଡିକର ଫାଇଦା। ସେମାନେ ସରକାରୀ ଚାକିରିଆ ହୁଅନ୍ତୁ କିମ୍ବା ଧନୀ ଶ୍ରେଣୀର ହୁଅନ୍ତୁ ସରପଞ୍ଚ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ ଚାହିଁଲେ ସବୁ ସମ୍ଭବ ହେଉଛି ବୋଲି ଅଭିଯୋଗ କରିଛନ୍ତି ଆବାସ ଯୋଜନାରୁ ବଚିଂତ ହୋଇଥିବା ହିତାଧିକାରୀ। ତୁମୁଡିବନ୍ଧ ବ୍ଲକ କାର୍ଯ୍ୟାଳୟ ଠାରୁ ମାତ୍ର ୧୨କି.ମି ଦୂରରେ ଲଙ୍କାଗଡ଼ ପଞ୍ଚାୟତ ଅବସ୍ଥିତ ଥିଲେ ମଧ୍ୟ ଏହା ମାଓ ପ୍ରବଣ ଅଞ୍ଚଳ କହି କୌଣସି ଅଧିକାରୀ ମଧ୍ୟ ପାଦ ପକାଇ ନଥାନ୍ତି । ଯେତେବେଳେ ଯାଇଥାନ୍ତି କେହି ମଧ୍ୟ ଜାଣିପାରନ୍ତି ନାହିଁ। ଫଳରେ ବହୁ ହିତାଧିକାରୀ ମାନେ ସେମାନଙ୍କର ଦାବିପତ୍ର ପାଇଁ ହେଉ କିମ୍ବା କିଛି ଅଭିଯୋଗ କରିବା ପାଇଁ ଦିନ ଦିନ ଅପେକ୍ଷା କରୁଥିଲେ ମଧ୍ୟ କିଛି ସୁଫଳ ମିଳିନଥାଏ। ଲଙ୍କାଗଡ କାର୍ଯ୍ୟାଳୟ ଠାରୁ ମାତ୍ର ୩କି.ମି ଦୁର ବଣ୍ଡକିନାଳ ଗ୍ରାମର ଆବାସ ଯୋଜନା ନପାଇ ଏକ ଭଙ୍ଗା କୁଡିଆରେ ଦିନ କାଟୁଥିବା ଜଣେ ୭୮ ବୟସର ବୃଦ୍ଧ ଏବଂ ୭୦ବର୍ଷର ବୃଦ୍ଧା ହେଉଛନ୍ତି ବାସ୍ତବ ଉଦାହରଣ। ବୟସର ଅପରାହ୍ନରେ ମଧ୍ୟ ୭୮ ବର୍ଷର ବୃଦ୍ଧ ଶୁକ୍ରୁ ପାତ୍ର ଆବାସ ଯୋଜନାରୁ ବଚିଂତ। ୫ଶହ ଟଙ୍କା ଭତ୍ତା ଏବଂ ସ୍ୱାମୀ ସ୍ତ୍ରୀ ୧୦କି.ଗ୍ରା ଚାଉଳ ପାଇ ଓଳିଏ ଖାଇ ଓଳିଏ ନଖାଇ ଏକ ଭଙ୍ଗା ଝିକର ଛପର ଘରେ ଯିବନ ବିତାଉଛନ୍ତି। ଗୋଟିଏ ପୁଅ ଅଛି , କିନ୍ତୁ ସେ ବୃଦ୍ଧ ବାପା-ମାଆଙ୍କୁ ପଚାରେନି। ପିତା ମାତାଙ୍କୁ ଘରଟିଏ ମିଳିଲେ ଶୀତ କାକର ଖରାବର୍ଷାକୁ ଏଡାଇ ଅନ୍ତତଃ କିଛି ବର୍ଷ ବଞ୍ଚି ଯାଆନ୍ତି ବୋଲି ଆଖିରେ ଲୁହଭରା କଣ୍ଠରେ କହିଛନ୍ତି ଶୁକ୍ରୁ ପାତ୍ର। ତେବେ ଏହି ବାବଦରେ ପଞ୍ଚାୟତ ନିର୍ବାହି ଅଧିକାରୀ ସୁଜିତ ସାହୁଙ୍କୁ ସମସ୍ୟା ସମ୍ପର୍କରେ ଅବଗତ କରିବା ପାଇଁ ବାରମ୍ବାର ଯୋଗାଯୋଗ କରିଥିଲେ ମଧ୍ୟ କୌଣସି ପ୍ରକାରେ ଫୋନ ଉଠାଇ ନଥିଲେ। ତେବେ ଘଟଣା ସମ୍ପର୍କରେ ତୁମୁଡ଼ିବନ୍ଧ ବ୍ଳକ ବି.ଡ଼ି.ଓ ଦାୟିତ୍ୱରେ ଥିବା କୋଟଗଡ଼ ବି.ଡ଼ି.ଓ ଙ୍କୁ ପଚାରିବାରେ ସେ ଏନେଇ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେବେ ବୋଲି ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ