ଚାଉଳ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ନିକଟରେ ରାତିରେ ଏକ ଚାଉଳ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି। ଟ୍ରକ ଡ୍ରାଇଭର ଏହି ଦୁର୍ଘଟଣାରେ ଆହତ ହୋଇଛନ୍ତି।ସୂଚନା ମୁତାବକ, ଟ୍ରକଟି ଯୋଗାଣ ବିଭାଗର ଚାଉଳ ନେଇ କଳାହାଣ୍ଡି ଜିଲା ଭବାନୀପାଟଣାରୁ ନୟାଗଡ ଜିଲା ବୋଲଗଡ ଯାଉଥିବା ବେଳେ ରାତି ପ୍ରାୟ ୧୧ଟା ସମୟରେ ଡ୍ରାଇଭରଙ୍କ ଆଖି ଲାଗିଯିବାରୁ ପୁରୁଣା ନୂଆଗାଁ ନିକଟସ୍ଥ ଶିବ ମନ୍ଦିର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଘଟଣାରେ ଡ୍ରାଇଭର ଆହତ ହୋଇଥିବା ବେଳେ ଗାଡିରେ ଥିବା ଚାଉଳବସ୍ତା ସବୁ ତଳେ ବିଛେଇ ହୋଇ ପଡିଯାଇଥିଲା। ତେବେ ଏହି ଚାଉଳକୁ ସଂଗ୍ରହ କରି କ.ନୂଆଗାଁ ଯୋଗାଣ ବିଭାଗ ଗୋଦାମରେ ରଖାଯାଇଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ