ରାଇରଙ୍ଗପୁର ବିଜେଡି ନେତ୍ରୀଙ୍କ ଜନ୍ମ ଦିନ ଅବସରରେ ଅସହାୟ ଲୋକଙ୍କୁ କମ୍ବଳ ବଣ୍ଟନ

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ ): ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ନୋ ହଙ୍ଗ୍ରୀ ଫାଉଣ୍ଡେସନ ‘ର ପ୍ରାଣ ପ୍ରତିଷ୍ଠାତା ବିଜେଡି ନେତ୍ରୀ ତନୁଜା ମହାନ୍ତଙ୍କ ଜନ୍ମ ଦିନ ଅବସରରେ ତାଙ୍କର ସଂଚିତ ଅର୍ଥରାଶିରେ ୧୫୦ଟି କମ୍ବଳ କିଣାଯାଇ ମ୍ଯୁନିସିପାଲଟିର ୧୫ଟି ଓ୍ବାର୍ଡର ଅସହାୟ ବୃଦ୍ଧବୃଦ୍ଧାମାନଙ୍କୁ ତାଙ୍କ ଘରକୁ ଯାଇ କମ୍ବଳ ପ୍ରଦାନ କରାଯାଇଥିଲା ।କରୋନା ମହାମାରୀ ସମୟରେ ମଧ୍ୟ ଅସହାୟ ମାନଙ୍କୁ ଖାଦ୍ୟ, ପାନୀୟ ସହାୟତା କରାଯାଇଥିଲା ।ଏହି କମ୍ବଳ ପ୍ରଦାନରେ ନାରୀ ନେତ୍ରୀ ତନୁଜା ମହାନ୍ତଙ୍କ ସହ ପୂର୍ବତନରାଜ୍ୟ ଛାତ୍ର ସଂପାଦକ ସାଜିଦ। ହୁସେନ,ଛାତ୍ରନେତା ଆହ୍ବାନ ପଟ୍ଟନାୟକ, ବୁବୁନ ମହାନ୍ତି, ଗୁନୁ ମହାନ୍ତ,ଭାରତନନ୍ଦନ ଅଧିକାରୀ, ଦୀପକ , ହେମନ୍ତ , ତପୁ ,ରାଜୁ ଓ ବାବୁ ସମେତ ଅନୁଷ୍ଠାନର ବହୁ ସଦସ୍ୟ ସାମିଲ ଥିଲେ । ନାରୀନେତ୍ରୀଙ୍କ ଏଭଳି ଜନ କଲ୍ୟାଣ କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ