ରାଇରଙ୍ଗପୁର ଅବକାରୀ ବିଭାଗ ଚଢାଉ ୨୦୪୦ କେଜି ପୋଚ ଓ ରନ୍ଧା ସାମଗ୍ରୀ ନଷ୍ଟ,୩୦ ଲି ଦେଶୀରନ୍ଧା ମଦ ଜବତ
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ମୟୂରଭଞ୍ଜ ଜିଲ୍ଲା ଅବକାରୀ ବିଭାଗ ସୁପରିଣ୍ଟେଡେଣ୍ଟ ପପୁରୁଷୋତ୍ତମ ଧାରୁଆଙ୍କ ନିର୍ଦେଶକ୍ରମେ ରାଇରଙ୍ଗପୁର ଅବକାରୀ ବିଭାଗ ଅଧିକାରୀ ହରିହର ସିଂଙ୍କ ନିର୍ଦେଶକ୍ରମେ ଗୁରୁବାର ଦିନ ସକାଳେ ପିଠାକୁଟୁଣୀ ଗ୍ରାମ୍ଯ ଜଙ୍ଗଲରେ ଚଢାଉ କରାଯାଇ ୨୦୪୦ କେଜି ପୋଚ ଓ ରନ୍ଧା ସାମଗ୍ରୀ ନଷ୍ଟ କରାଯିବାସହ ୩୦ ଲି ଦେଶୀ ରନ୍ଧାମଦ ଜବତ କରାଯାଇଥିଲା ।ଏହି ଚଢ଼ାଉରେ ସୁମନ୍ତ ମହାନ୍ତ,ଅମ୍ବିକା ନାଏକ,କ୍ରିଷ୍ନା ବିନ୍ଧାଣି,ବିଜୟ ମହାନ୍ତ, ଚୁଡାମଣି ସିଂ,ବୁଦ୍ଧଦେବ ମହାନ୍ତ ପ୍ରମୁଖ ସାମିଲ ଥିଲେ ।