ସାଂସ୍କୃତିକ ଉତ୍ସବ ଗ୍ରାମାଞ୍ଚଳରେ ଭାଇଚାରା ସୃଷ୍ଟି କରେ
ତିର୍ତ୍ତୋଲ,(ଅଭିଷେକ ତ୍ରିପାଠୀ): ପଲ୍ଲୀ ଅଧିବାସୀଙ୍କ ମନ ପ୍ରାଣରେ ସୁଖ ଶାନ୍ତି ଭରିଦେବା ସହ ସାଂସ୍କୃତିକ ଉତ୍ସବ ଗ୍ରାମାଞ୍ଚଳରେ ଭାଇଚାରା ସୃଷ୍ଟି କରେ ବୋଲି ବକ୍ତାମାନେ ମତ୍ତବ୍ୟକ୍ତ କରିଛନ୍ତି। ତିର୍ତ୍ତୋଲ ବ୍ଲକ ଇବ୍ରିସିଂ ପଞ୍ଚାୟତର ଖନ୍ଦୋଳ ଗ୍ରାମରେ ଅନୁଷ୍ଠିତ ବାର୍ଷିକ ରାସୋତ୍ସବ ଉଦଯାପନ ଉତ୍ସବରେ ମୁଖ୍ୟ ଅତିଥି ପ୍ରାଧ୍ୟାପିକା ଡ଼ା ବିଷ୍ଣୁପ୍ରିୟା ଦାସ ଉପରୋକ୍ତ ମତବ୍ୟକ୍ତ କରିଥିଲେ। ଏଥିରେ ସାହିତ୍ୟ ପତ୍ରିକା ପ୍ରୀତି ପୌର୍ଣ୍ଣମାସୀର ସଭାପତି କୈଳାସ ଚନ୍ଦ୍ର ସାହୁ୍ ପୌରହିତ୍ୟ କରିଥିଲେ। ମୁଖ୍ୟବକ୍ତା ଭାବେ ବିଶିଷ୍ଟ ଶିକ୍ଷାବିତ ଅଧ୍ୟାପକ ଉମାକାନ୍ତ ନାୟକ ରାସଲୀଳା ର ତାତ୍ପର୍ଯ୍ୟ, ରାଧାକୃଷ୍ଣଙ୍କ ଇନ୍ଦ୍ରୀୟାତିତ ପ୍ରେମ ଓ ଭଗବତ ଉପରେ ଆଲୋକପାତ କରିଥିଲେ। ସମ୍ମାନନୀୟ ଅତିଥି ଝଙ୍କଡ଼ ସାହିତ୍ୟ ସଂସଦ ର ପ୍ରତିଷ୍ଠାତା ସମ୍ପାଦକ ଗୋଲୋକ ବିହାରୀ ପଲାଇ, ଶିକ୍ଷାବିତ ରଞ୍ଜନ କୁମାର ସାମଲ, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ହେମନ୍ତ କୁମାର ନାୟକ ଓ ଜଗନ୍ନାଥପୁର ମଣ୍ଡଳର ରାଜସ୍ବ ନିରିକ୍ଷୀକା ଲୋଜାଲିନ ପଣ୍ଡା ବକ୍ତବ୍ୟ ରଖିଥିଲେ। ପ୍ରୀତି ପୌର୍ଣ୍ଣମାସୀର ମୁଖ୍ୟ ଉପଦେଷ୍ଟା ପ୍ରେମ ଚରଣ ରାଉତ ଆସର ଉଦଘାଟନ କରିଥିଲେ। ମୃଣ୍ମୟୀ ଦାସ ପ୍ରାରମ୍ଭିକ ସଙ୍ଗୀତ ଓ ଶିଶୁ ନୃତ୍ୟ ଶିଳ୍ପୀ ସାଇ ଋତୁପର୍ଣ୍ଣା ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। ଏହି ଅବସରରେ ଏରସମା ଥାନା ଅଧିକାରୀ ପ୍ରଶାନ୍ତ କୁମାର ମାଝୀଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ପତ୍ରିକା “ପ୍ରୀତି ପୌର୍ଣ୍ଣମାସୀ” ଅତିଥି ମାନଙ୍କ ଦ୍ଵାରା ଅନାବରଣ କରାଯାଇଥିଲା। ସମ୍ପାଦକ ସଂଗ୍ରାମ କେଶରୀ ସ୍ବାଇଁ ବିବରଣୀ ପାଠ କରିଥିଲେ। ଅମରଜିତ ସାହୁ ପ୍ରାରମ୍ଭିକ ସୂଚନା ଓ ସତ୍ୟଜିତ ବାରିକ ଅତିଥି ପରିଚୟ ପ୍ରଦାନ କରିଥିଲେ। ପ୍ରୀତି ପୌର୍ଣ୍ଣମାସୀର କାର୍ଯ୍ୟକାରୀ ସଭାପତି ବସନ୍ତ ମଞ୍ଜରୀ ଦାସ ଓ ଋତୁପର୍ଣ୍ଣା କଳା ସାହିତ୍ୟ ସଂସଦ ର ସମ୍ପାଦିକା ଅଧ୍ୟାପିକା ରାଜଶ୍ରୀ ସ୍ବାଇଁ ଙ୍କ କବିତା ସଂଯୋଜନାରେ ପଚାଶରୁ ଉର୍ଦ୍ଧ କବି,କବୟିତ୍ରୀ ସ୍ଵରଚିତ କବିତା ପାଠ କରିଥିଲେ। ଉପ ସଭାପତି ଅଶୋକ କୁମାର ଦାସ ଓ ସରୋଜ କୁମାର ବାରିକ କାର୍ଯ୍ୟକାରୀ ସମ୍ପାଦକ ନୀଳମଣି ମଲ୍ଲିକ, କୋଷାଧ୍ୟକ୍ଷ ବିଭୁ ପ୍ରସାଦ ଦାଶ,ସଂଗଠନ ସମ୍ପାଦକ ଶ୍ୟାମସୁନ୍ଦର ବେହେରା ଓ ନବଜ୍ୟୋତି ଦାସ,ସୌଜନ୍ୟ ସମ୍ପାଦକ ସୁଧାକର ସାହୁ,ସନ୍ତୋଷ କୁମାର ସାହୁ, ଲକ୍ଷ୍ମୀକାନ୍ତ ନାୟକ,ଯୁବ ପରିଷଦର ସଭ୍ୟ ଯଜ୍ଞଦତ୍ତ ଦାସ, ଦେବାଶିଷ ସାହୁ,ରଞ୍ଜନ ଦାସ,ବଳରାମ ନାୟକ,ନାଗେଶ୍ଵର ସାହୁ,ପ୍ରଭାତ ସାହୁ, ସୌମ୍ୟକାନ୍ତ ସାହୁ, ଗତେଶ୍ୱର ଦାସ,ସ୍ବଦେଶ ମହାନ୍ତି,ସୁକାନ୍ତ ସାହୁ, ରଜତ ସେଠି,ବଳରାମ ଦାସ ଓ ଖନ୍ଦୋଳ ର ଗ୍ରାମବାସୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶେଷରେ ସୌଜନ୍ୟ ସମ୍ପାଦକ ଧ୍ରୁବ ଚରଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।


