ବଡ ବଜାର ପୋଲିସର ବଡ ସଫଳତା
ବଡ ବଜାର ପୋଲିସକୁ ମିଳିଲା ବଡ ସଫଳତା । ଗତକାଲି ରାତିରେ କିଛି ଅଜଣା ବ୍ୟକ୍ତି ହରିଡାଖଣ୍ଡି ଗ୍ରାମ ନିକଟସ୍ଥ ନାଟୁଳା ବନ୍ଧ ନିକଟରେ ଥିବା ଏକ ପରିତ୍ୟକ୍ତ ମନ୍ଦିର ନିକଟରେ ଅସାମାଜିକ ବ୍ୟକ୍ତି ଅପରାଧ ଯୋଜନା କରୁଥିବା ଖବର ପାଇ ତୁରନ୍ତ ପୋଲିସ ଟିମ ଘଟଣା ସ୍ଥଳରେ ପହଞ୍ଚି ଅପରାଧି ମାନଙ୍କୁ କାବୁ କରିଥିଲେ । ପୋଲିସ ସେମାନଙ୍କ ଠାରୁ ହାତ ତିଆରି ବନ୍ଧୁକ ଓ ୫ ଗୋଟି ଜୀବନ୍ତ ଗୁଳି ,କିଛି ବିଷ୍ପୋରକ ସାମଗ୍ରୀ , ୩ ଗୋଟି ଖଣ୍ଡା ,୨ ଗୋଟି ନଂ ବିହିନ ମୋଟର ସାଇକେଲ ପୋଲିସ ଜବତ କରିଛି ।ସ୍ଥାନୀୟ ୫ ଜଣ ଯୁବକଙ୍କ ନାମରେ ପୂର୍ବରୁ ମାରପିଟ ଓ ଚୋରୀ ,ଡକାୟତି ଭଳି ଅପରାଧ ଘଟାଇଥିବା ଥାନାରେ ମାମଲା ରହିଛି । ପୋଳିସ ଗିରଫ କରିଥିବା ଅଭିଯୁକ୍ତ ମାନେ ହେଲେ ବ୍ରହ୍ମପୁର ବଡବଜାରଆଇନା ବନ୍ଧ ସାହିର ପିଣ୍ଟୁ ସେଠୀ (୨୮) ଓ ପପୁ ସେଠୀ (୨୧)ପଞ୍ଚୁଦେଉଳ ସାହିର ପି, ରାଜେଶ ରାଓ (୨୪ ) ,କାଳିଆ ଡାକୁଆ (୨୦) ଧନୁ ସାହୁ (୨୨ ) ଗିରଫ କରି ସେମାନଙ୍କ ନାମରେ ମାମଲା ରୁଜୁ କରିଛି ବଡ ବଜାର ଥାନା ୪୯/୨୦୧୯ , ୩୯୯/୪୦୨, ଆଇପିସି ସେକ୍ସନ ୨୫/୨୭ ଆରମସ ଇସ୍ ଆକ୍ଟ ଧାରା ଅନୁସାରେ ମାମଲା ରୁୁଜୁ କରିଛି ଇନ୍ସପେକ୍ଟର ପ୍ରସାନ୍ତ ଗ୍ରୁପତି ମାମଲାର ତଦନ୍ତ କରୁଛନ୍ତି । ଗତ କାଲି ରାତିରେ ପୋଲିସ ପେଟ୍ରୋଲିଂ କରୁଥିବା ସମୟରେ ସୂଚନା ପାଇ ଚଢାଉ କରିଥିଲା ।


