୧୨ ଓଏଏସ୍ ଅଫିସରଙ୍କ ବଦଳି
ଭୁବନେଶ୍ୱର : ରାଜ୍ୟ ସରକାର ଆଜି ଓଏଏସ୍ ଅଫିସର୍ ସ୍ତରରେ ଏକ ଅଦଳବଦଳ କରିଛନ୍ତି । ୧୨ ଜଣ ଓଏଏସ୍ ଅଫିସଙ୍ର୍କୁ ବଦଳି କରାଯାଇଛି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏ ନେଇ ଗତକାଲି ବିଜ୍ଞପ୍ତି ଜାରି ହୋଇଛି । ସେରିଫେଡ୍ ଓ ଉକ୍ରଳିକାର ପରିଚାଳନା ନିର୍ଦ୍ଦେଶକ ସତ୍ୟରଞ୍ଜନ ସାହୁଙ୍କୁ ଓସ୍ଡମାର ସିଜିଏମ୍ ଭାବେ ବଦଳି କରାଯାଇଛି । ବର୍ତ୍ତମାନ ଜାତୀୟ ସ୍ୱାସ୍ଥ୍ୟ ମିସନର ଯୁଗ୍ମ ନିର୍ଦ୍ଦେଶକ ଅନୁଜ କୁମାର ଦାସପଟ୍ଟନାୟକଙ୍କୁ ଶ୍ରୀ ସାହୁଙ୍କ ସ୍ଥାନରେ ନିଯୁକ୍ତି ଦିଆଯାଇଛି । ଯାଜପୁର ଡିଆରଡିଏର ପ୍ରକଳ୍ପ ନିର୍ଦ୍ଦେଶକ ମନୋଜ କୁମାର ବେହେରାଙ୍କୁ କଳିଙ୍ଗନଗର ଆର୍ଆଇସିର ମହାପ୍ରବନ୍ଧକ ଭାବେ ବଦଳି ହୋଇଥିଲା ବେଳେ ସେଠାରେ ଥିବା ଇନ୍ଦ୍ରମଣି ନାୟକଙ୍କୁ ଯାଜପୁର ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି । ରେଢ଼ାଖୋଲ ଉପଜିଲ୍ଲାପାଳ ବିଶିକେସନ ଦେହୁରୀଙ୍କୁ ଜାତୀୟ ସ୍ୱାସ୍ଥ୍ୟ ମିସନ୍ ଯୁଗ୍ମ ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି । ଶ୍ରୀ ଦେହୁରୀଙ୍କ ସ୍ଥାନକୁ ଆସିବେ ବର୍ତ୍ତମାନର ସୁନ୍ଦରଗଡ଼ ଉପଜିଲ୍ଲାପାଳ ଦୋଳମଣି ପଟେଲ । ସୁନ୍ଦରଗଡ଼ର ନୂଆ ଉପଜିଲ୍ଲାପାଳ ହେବେ ସୁନ୍ଦରଗଡ଼ର ବାଲିଶଙ୍କରାର ବିଡିଓ ଅଭିମନ୍ୟୁ ବେହେରା ।କରଞ୍ଜିଆର ଉପଜିଲ୍ଲାପାଳ ଶରତ କୁମାର ପୁରୋହିତଙ୍କୁ ପରିବହନ କମିସନ୍ଙ୍କ କାର୍ଯ୍ୟାଳୟର ଯୁଗ୍ମ ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି । କରଞ୍ଜିଆର ଉପଜିଲ୍ଲାପାଳ ଭାବେ ଦାୟିତ୍ୱ ନେବେ ବର୍ତ୍ତମାନର ବାଲିଗୁଡ଼ା ଆଇଟିଡିଏ ପିଏ ରାଜେନ୍ଦ୍ର କୁମାର ରଞ୍ଜିତ । କେନ୍ଦୁଝରର ଉପ ଜିଲ୍ଲାପାଳ ସୋନା ଟୁଡ଼ୁଙ୍କୁ କରଞ୍ଜିଆର ଅତିରିକ୍ତ ଉପଜିଲ୍ଲାପାଳ ଓ ମାଲକାନଗିରିର ଡିଆରଡିଏର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଗାୟତ୍ରୀ ଦେବୀଙ୍କୁ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ଭୂ-ଅଧିକାରୀ ଭାବେ ନିଯୁକ୍ତି ମିଳିଛି । ଢେଙ୍କାନାଳ ଡିଆରଡିଏର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ବସନ୍ତ କୁମାର ମାଝୀଙ୍କୁ ବାଣିଜ୍ୟ ଓ ପରିବହନ ବିଭାଗକୁ ବଦଳି ହୋଇଛି ।