ଓଡିଶା ନଜୱାନ ୟୁନିୟନର ରାଜ୍ୟ କମିଟିରେ ମୟୁରଭଂଜର ସାମିମଙ୍କୁ ରାଜ୍ୟ ସମ୍ପାଦକ ଦାୟିତ୍ତ୍ୱ
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ) : ଓଡିଶା ନଜୱାନ ୟୁନିୟନର ରାଜ୍ୟ କମିଟି ଘୋଷଣା କରାଯାଇଛି | ମୟୁରଭଂଜ ଜିଲ୍ଲା ରାଇରଙ୍ଗପୁରର ଯୁବ ସମାଜସେବୀ ଏସକେ ସାମିମଙ୍କୁ ରାଜ୍ୟ ସମ୍ପାଦକ ଭାବେ ନିଯୁକ୍ତି କରାଯାଇଛି | ସାମିମ ଯୁବ ଗୋଷ୍ଠୀଙ୍କ ଉନ୍ନତି ଓ ଶିକ୍ଷାର ବିକାଶ ନେଇ ସର୍ବଦା ଚେଷ୍ଟିତ ଯୋଗୁଁ ଓଡିଶା ନଜୱାନ ୟୁନିୟନ ତାଙ୍କୁ ରାଜ୍ୟ ସମ୍ପାଦକ ଭାବେ ଚୟନ କରିଛନ୍ତି | ଓଡିଶା ନଜୱାନ ୟୁନିୟନ ତାଙ୍କୁ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ତ୍ୱ ଦେଇଥିବାରୁ ୟୁନିୟନର କାର୍ଯ୍ୟକାରୀ ସଭାପତି ମହମ୍ମଦ ଆମିର ଓ ଏମଡି ହାଶିବୁର ରାହମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି | ସାମିମଙ୍କୁ ଓଡିଶା ନଜୱାନ ୟୁନିୟନର ରାଜ୍ୟ ସମ୍ପାଦକ ଭାବେ ନିଯୁକ୍ତି ମିଳିବା ପରେ ତାଙ୍କ ପ୍ରତି ରାଜ୍ୟର ବିଭିନ୍ନ ମହୋଲରୁ ଶୁଭେଚ୍ଛା ର ସୁଅ ଛୁଟୁଛି | ଓଡିଶା ନଜୱାନ ୟୁନିୟନ ୨୦୧୪ ମସିହାରୁ ଯୁବ ଗୋଷ୍ଠୀଙ୍କ ପାଇଁ କାର୍ଯ୍ୟ କରି ଆସୁଥିବା ବେଳେ ରାଜ୍ୟର ଯୁବ ପିଢ଼ିଙ୍କ ଶିକ୍ଷା ପାଇଁ ଚିନ୍ତା କରି ଆସୁଅଛି | ଯୁବ ପିଢ଼ିଙ୍କ ଶିକ୍ଷାର ବିକାଶ , ଶିକ୍ଷାରୁ ବଂଚିତ ପିଲାଙ୍କୁ ଚିହ୍ନଟ କରି ସ୍କୁଲ ପହଞ୍ଚାଇବା , ସରକାରୀ ଯୋଜନାରେ ଲୋକଙ୍କୁ ସାମିଲ କରିବା ,ସରକାରୀ ସୁବିଧା ପାଇବାରୁ ବିଳମ୍ବ ହେଉଥିବା ଲୋକଙ୍କୁ ସହାୟତା କରିବା ଲକ୍ଷ୍ୟ ନେଇ ଓଡିଶା ନଜୱାନ ୟୁନିୟନ ଆଗକୁ ବଢି ଚାଲିଛି |