ପରିକ୍ରମା ପକ୍ଷରୁ ଡଃ ବିଜୟଲକ୍ଷ୍ମୀ ମହାନ୍ତି ସମ୍ବର୍ଦ୍ଧିତ

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ଅଗ୍ରଣୀ ସାମାଜିକ ସାଂସ୍କୃତିକ ଅନୁଷ୍ଠାନ ପରିକ୍ରମା ପକ୍ଷରୁ ଡଃ ବିଜୟଲକ୍ଷ୍ମୀ ମହାନ୍ତିଙ୍କୁ ସମ୍ବର୍ଦ୍ଧନା ଞାପନ କରାଯାଇଅଛି । ଚଳିତ ବର୍ଷର ବସନ୍ତ ମହୋତ୍ସବ ଓ ରଙ୍ଗ ରଙ୍ଗୋଲୀ ସମାରୋହ ନିମନ୍ତେ ପରିକ୍ରମା ପକ୍ଷରୁ ଡଃ ବିଜୟଲକ୍ଷ୍ମୀ ମହାନ୍ତିଙ୍କୁ ଶିକ୍ଷାବିତ୍ ଅନନ୍ତ କୁମାର ମିଶ୍ର ସ୍ମୃତି ସମ୍ମାନରେ ସମ୍ବର୍ଦ୍ଧିତ କରିବା ପାଇଁ ଚୟନ କରାଯାଇଥିଲା । ମାତ୍ର କୋଭିଡ୍ କଟକଣା ପାଇଁ ସେ ସମାରୋହରେ ଯୋଗଦେଇ ପାରିନଥିଲେ ।ତେବେ ଡଃ ମହାନ୍ତି ରାଇରଙ୍ଗପୁର ଆସିଥିବା ଅବସରରେ ତାଙ୍କ ନିଜସ୍ୱ ବାସଭବନରେ ପିତା ମନୋରଞ୍ଜନ ମହାନ୍ତି ଏବଂ ମାତା ଡଃ ପି. ଏସ୍ .ମାଣିକେଶ୍ବରୀଙ୍କ ଉପସ୍ଥିତିରେ ପରିକ୍ରମା ର ଆବାହକ ମନୋଜ ଦାସ , ସଂଯୋଜକ ରଞ୍ଜନ କୁମାର ନନ୍ଦ,ବରିଷ୍ଠ ସଦସ୍ୟ ଅଧ୍ଯାପକ ବିଜୟ କୁମାର ରାମ, ତିମିର ରଞ୍ଜନ ପଣ୍ଡା ପ୍ରମୁଖ ଡଃ ମହାନ୍ତି ଙ୍କୁ ପରିକ୍ରମା ତରଫରୁ ସମ୍ବର୍ଦ୍ଧନା ଞାପନ କରିଥିଲେ ।ପ୍ରକାଶ ଥାଉକି ଡଃ ମହାନ୍ତି ଏନ.ଆଇ .ଟି ରାଉରକେଲାରୁ ପଦାର୍ଥ ବିଜ୍ଞାନ ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟରୁ ପବ୍ଲିକ୍ ଏଡ୍ – ମିନିଷ୍ଟ୍ରେସନ ସ୍ନାତକୋତ୍ତର ପରୀକ୍ଷାରେ ପ୍ରଥମ ହୋଇ ବିଶ୍ବବିଦ୍ୟାଳୟ ସ୍ବର୍ଣ୍ଣପଦକ ତଥା ରାୟବାହାଦୂର୍ ଦୁର୍ଗାଚରଣ ଦାସ ସ୍ବର୍ଣ୍ଣପଦକ ଲାଭକରିଥିଲେ।ପୁନଶ୍ଚ ସେହି ଉତ୍କଳ ବିଶ୍ୱବିଦ୍ୟାଳୟରୁ ଏମ୍.ବି.ଏ ଓ ଦର୍ଶନ ଶାସ୍ତ୍ରରେ ଗବେଷଣା କରି ଡକ୍ଟରେଟ୍ ଉପାଧି ପ୍ରାପ୍ତ କରିଛନ୍ତି । ସଂପ୍ରତି ଡଃ ମହାନ୍ତି ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ , କଟକରେ ପବ୍ଲିକ୍ ରିଲେସନ୍ ଓ ସୋସିଆଲ୍ ଆଉଟ୍ ରିଚ୍ ବିଭାଗର ବିଭାଗୀୟ ମୁଖ୍ୟ ରୂପେ କାର୍ଯ୍ୟରତା ଅଟନ୍ତି ।ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ଏବଂ ଆର୍ଟଅଫ୍ ଲିଭିଂ ଅନୁଷ୍ଠାନ ସହ ୧୮ ବର୍ଷ ଜଡିତ ରହି ଯୋଗ ଧ୍ୟାନ ପ୍ରଣାୟାମର ଶିକ୍ଷା ପ୍ରଦାନ କରିଆସୁଛନ୍ତି । ପରିକ୍ରମା ର ଅଭିନବ କାର୍ଯ୍ୟକ୍ରମକୁ ଡଃ ମହାନ୍ତି ଭୂୟସୀ ପ୍ରଶଂସା କରିବା ସହ ଆବାହକ ମନୋଜ ଦାସଙ୍କ ସାଧୁ ଉଦ୍ୟମ କୁ ସ୍ବାଗତ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ