ପାଇଖାନା ନିର୍ମାଣରେ ଦୁର୍ନୀତି

ପାଇଖାନା ନିର୍ମାଣରେ ଦୁର୍ନୀତି
ଆଦିବାସୀଙ୍କୁ ଠକେଇ

ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍) : କେନ୍ଦ୍ର ସରକାର ସ୍ୱଚ୍ଛ ଭାରତ ମିଶନ ଯୋଜନାରେ ପ୍ରତି ପରିବାରରକୁ ଶୌଚାଳୟ ଯୋଗାଇ ଦେଉଥିବାବେଳେ ହାଟଡିହି ବ୍ଲକରେ ଏହାର ଅସ୍ୱଚ୍ଛ କାମ ବାରି ହୋଇ ପଡୁଛି । ପ୍ରତି ପରିବାରରେ ଶୌଚାଳୟ ନିର୍ମାଣ କରାଯାଇ ମଳମୁକ୍ତ ଗ୍ରାମ ଗଠନ ହେବା ଉଦ୍ଦେଶ୍ୟରେ ୧୨୦୦୦ଟଙ୍କା ଯୋଗାଇ ଦେଉଛନ୍ତି । କିନ୍ତୁ ଠିକାଦାରମାନେ ଅତିନିମ୍ନମାର କାମକରି ଏହି ଅନୁଦାନକୁ ଲୁଟିବାକୁ ବସିଛନ୍ତି । ଏନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବାପରେ ପ୍ରଶାସନ ପକ୍ଷରୁ ଠିକାଦାର ମାନଙ୍କୁ ତାଗିଦା କରାଯାଇଥିଲେବି ଠିକାଦାର ମାନେ ଏହାକୁ ନମାନି ଚତୁରତାର ସହ ଆଦିବାସୀ ମାନଙ୍କୁ ପୁନର୍ବାର ଠକି ଚାଲିଛନ୍ତି । ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ହାଟଡିହି ବ୍ଲକ ଦଲିକି ଗ୍ରାମରେ । ଏହି ଗ୍ରାମରେ ୪ଫୁଟ ଉଚ୍ଚତାର ପାଇଖାନା ନିର୍ମାଣ କରାଯାଇଥିବାରୁ ତାହା ଶୌଚପାଇଁ ଉପଯୁକ୍ତ ନୁହଁ ବୋଲି ଅଭିଯୋଗ ହୋଇଥିଲା । ଏପରିକି କାନ୍ଥ ଗୁଡିକ ଅତି ନିମ୍ନମାନର ହୋଇଥିବାବେଳେ ଏଥିରେ ବ୍ୟବହୃତ ଇଟା ଗୁଡିକ ଅତିନିମ୍ନମାନର ହୋଇଥିଲା । ପାଇଖାନାର କୌଣସି ଟାଙ୍କି ନଥିବାବେଳେ କେବଳ ଫୁଟେ ଗଭୀରର ଗାତଟିଏ ଖୋଳିଦେଇ ତା ଉପରେ ଢ଼ାଙ୍କୁଣି ଦେଇ ପ୍ଲାଷ୍ଟର କରିଦେଇଥିଲେ ଯେପରି କେହି ଜାଣି ନପାରିବ । ଏ ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବାପରେ ହାଟଡିହି ବିଡିଓ ସୁଶାନ୍ତ କୁମାର ବାରିକ ତୁନ୍ତ ସେଗୁଡିକୁ ଭାଙ୍ଗି ପୁନର୍ବାର ନିର୍ମାଣ କରିବାକୁ ନିର୍ଦ୍ଦେଶ ଦେଇଥିô୍ଲେ । କିନ୍ତୁ ଠିକାଦାର ଅତି ଚତୁରତାର ସହ ଘରର କାନ୍ଥ ଗୁଡିକ ଭାଙ୍ଗିଦେଇ ଉଚ୍ଚତା ବଢ଼ାଇବା ଲକ୍ଷରେ କେବଳ ସିମେଣ୍ଟ ନଥିବା ବାଲି ଓ ବଜିରିରେ ଅତି ନିମ୍ନମାନର ଇଟା ପ୍ରସ୍ତୁତ କରି ତାହା କାନ୍ଥରେ ବସାଇ ପ୍ଲାଷ୍ଟର କରୁଛି । ଯେଉଁ ଇଟା ଗୁଡିକକି ଧରୁ ଧରୁ ଝରି ପଡୁଛି । ଫଳରେ ଏହି ପାଇଖାନା ଗୁଡିକ କେତେଦିନ ରହିବ ତାହାକୁ ନେଇ ଆଦିବାସୀମାନେ ପ୍ରଶ୍ନ କରିଛନ୍ତି । ଆମେ ଆଦିବାସୀ ପଢ଼ିଲେଖି ଜାଣିନୁ ବୋଲି ସେମାନେ ଆମକୁ ଠକି ଚାଲି ଯାଉଛନ୍ତି ବୋଲି ଦଲିକି ଗ୍ରାମର ହିତାଧିକାରୀଙ୍କ ବିଜେପି ନେତା ଆଲୋକ ସେଠୀ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ବିଡିଓ ସୁଶାନ୍ତ କୁମାର ବାରିକଙ୍କୁ ପଚାରିବାରେ ସେ ଏହାର ତଦନ୍ତ କରାଯାଇ ମାନ ପରୀକ୍ଷା କରାଯିବ ବା ପରେ ଯଦି ଠିକ ନଥିବ ପୁନର୍ବାର କାମ କରାଯିବ ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ