ସମସ୍ତ କାର୍ଯ୍ୟର ଲକ୍ଷ୍ୟଧାର୍ଯ୍ୟ ପୂରଣ ହେଲେ ଫଳାଫଳ ଉତ୍ତମ ହେବ

ଛତ୍ରପୁର,(ୱାଇଏନ୍ଏସ୍): ତା.୦୭.୧୨.୨୦୨୦ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକ ସୋମବାର ଦିନ ଭିଡିଓ କନଫରେନ୍ସିଂ ଜରିଆରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର ପ୍ରତି ବ୍ଲକ୍ ରେ କାର୍ଯ୍ୟ କରାଯାଉଥିବା ଉନ୍ନୟନ କାର୍ଯ୍ୟ ଗୁଡିକର ସମୀକ୍ଷା କରି ଜିଲ୍ଲାପାଳ ଅବଗତ କରାଇଥିଲେଯେ ଗଞ୍ଜାମ ଜିଲ୍ଲାକୁ ବହୁ ସଂଖ୍ୟାରେ ପ୍ରବାସୀ ଫେରିଛନ୍ତି, ସେମାନଙ୍କର ଜୀବନ ଜୀବୀକାକୁ ସୁଦୃଢ କରିବା ନେଇ ଓଡିଶାର ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଦେଇ ଆସୁଛନ୍ତି । ଏଣୁ ଜିଲ୍ଲାରେ ହିଁ ପ୍ରବାସୀ ମାନଙ୍କ ସକାଶେ ବିଭିନ୍ନ ଯୋଜନାରେ କର୍ମ ନିଯୁକ୍ତି ପାଇବେ ଏବଂ ଅଧିକ ଶ୍ରମ ଦିବସ ସୃଷ୍ଟି ହୋଇ ପାରିବ ସେନେଇ ସମସ୍ତ ଅଧିକାରୀ ତତ୍ପରତା ପ୍ରକାଶ କରନ୍ତୁ । ଶ୍ରମିକ ନିୟୋଜିତ ଦିଗରେ ଯେତେ ଶ୍ରମିକଙ୍କୁ କାମ ଦେବାକୁ ଲକ୍ଷ୍ୟ ଧାର୍ଯ୍ୟ ରଖାଯାଇଛି ଆସନ୍ତା ଜାନୁୟାରୀ ସୁଦ୍ଧା ପ୍ରତି ଗ୍ରାମ ପଞ୍ଚାୟତ ଗୁଡିକରେ ୫୦୦ ଲୋକଙ୍କୁ କିମ୍ବା ତାଠାରୁ ଉର୍ଦ୍ଧ୍ବ ଲୋକଙ୍କୁ ଜବ୍ କାର୍ଡ ଦେଇ କାର୍ଯ୍ୟରେ ନିୟୋଜିତ କରନ୍ତୁ ଏବଂ ଲକ୍ଷ୍ୟ ଧାର୍ଯ୍ୟ ଯେମିତି ଶତ ପ୍ରତିଶତ ପୂରଣ ହେବ ସେ ଦିଗରେ ନିଶ୍ଚିତ କରାନ୍ତୁ । ବର୍ତ୍ତମାନ କରୋନା ଭୟ କମିଯାଇଛି । ମେଳା ମାଧ୍ୟମରେ ଜବ୍ କାର୍ଡ ପ୍ରଦାନ କରି କାମ ଦେବା ସକାଶେ ଚେଷ୍ଟା ଅବ୍ୟାହତ କରନ୍ତୁ । ଦୈନିକ ଦୁଇ ଲକ୍ଷ ଶ୍ରମ ଦିବସ ସୃଷ୍ଟି କରିବା ସହିତ କ୍ଷେତ୍ର ପରିଦର୍ଶନରେ ଯାଇ କାମ ଠିକ୍ ହେଉଛି ନା ନାହିଁ ବି.ଡି.ଓ. ଗଣ ତଦାରଖ କରନ୍ତୁ । ସମସ୍ତ ଲାଇନ୍ ବିଭାଗ ସହଯୋଗ ଓ ସମନ୍ବୟ ଦ୍ବାରାହିଁ ଉନ୍ନୟନ କାର୍ଯ୍ୟ ସଫଳ ହେବ ଏଣୁ ଲାଇନ୍ ବିଭାଗ ଅଧିକାରୀ ଗଣଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ । ସେମାନେ ଅଧିକ ତତ୍ପରତା ପ୍ରଦର୍ଶନ କରନ୍ତୁ । ଲକ୍ଷ୍ୟଧାର୍ଯ୍ୟ ପୂରଣ ହେଲେ ଫଳାଫଳ ଉତ୍ତମ ହେବ . । ହିତାଧିକାରୀଗଣ କିମ୍ବା ଗୋଷ୍ଠୀ କାର୍ଯ୍ୟ କରିବା ନେଇ ଅନୁଦାନ ଗ୍ରହଣ କରିଛନ୍ତି କିନ୍ତୁ କାର୍ଯ୍ୟ କରିନାହାନ୍ତି ତେବେ ଏଫ୍.ଆଇ.ଆର୍. ଦିଆଯିବ । ଜିଲ୍ଲାରେ ୨୯୨୭୪୭୫୦ ଶ୍ରମ ଦିବସ ସୃଷ୍ଟି ନିମନ୍ତେ ଲକ୍ଷ୍ୟ ରଖାଯାଇଥିବା ସ୍ଥଳେ ଗତ ତା ୬.୧୨.୨୦୨୦ ରିଖ ସୁଦ୍ଧା ୧୩୭୪୬୯୩୬ ଶ୍ରମ ଦିବସ ସୃଷ୍ଟି ହୋଇ ପାରିଛି ଯାହାକି ଶତକଡା ୪୭ ପ୍ରତିଶତ । ଜିଲ୍ଲାର ୫୦୩ ଗ୍ରାମ ପଞ୍ଚାୟତରେ ୧୫୦୦୦୦ଜଣ ଶ୍ରମିକ ନିଯୁକ୍ତି ନିମନ୍ତେ ଲକ୍ଷ୍ୟ ରଖାଯାଇଛି । ଗତ ତା ୬.୧୨.୨୦୨୦ରିଖ ସୁଦ୍ଧା ୧୦୦୪୯୩ ଶ୍ରମିକ କର୍ମନିଯୁକ୍ତି ପାଇଛନ୍ତି । ମୋ ଉପକାରୀ ବଗିଚା ସକାଶେ ସମୁଦାୟ ୧୧୦୦୦୦ ହିତାଧିକାରୀଙ୍କୁ ଅନ୍ତର୍ଭୁକ୍ତ କରାଯାଇ ପନିପରିବା ଚାଷ ଦିଗରେ ପ୍ରୋତ୍ସାହିତ କରାଯାଉଛି । ୧୧୦୦ ଏକରରେ ଗୋଖାଦ୍ୟ ଚାଷ କରିବା ନେଇ ୧୦୦୧ ହିତାଧିକାରୀଙ୍କୁ କର୍ମ ଯୋଗାଇବା ଲକ୍ଷ୍ୟ ରଖାଯାଇଛି । ତନ୍ମଧ୍ୟରୁ ୩୪୭ ହିତାଧିକାରୀଙ୍କୁ କର୍ମ ଯୋଗାଇ ୨୧୯.୯ ଏକର ଜମିରେ ଏଯାବତ୍ ଗୋଖାଦ୍ୟ ଚାଷ ହୋଇପାରିଛି । ଡଗ୍ ଓ୍ବେଲ, ଗାଈ ଗୁହାଳ, ଗୋରୁ ହଷ୍ଟେଲ, କୁକୁଡା ଛୁଆ ପାଳନ ବସା, ଫାର୍ମ ପୋଖରୀ, ଚାରା ଚାଷ, ବନ୍ଧ ହୁଡା ବୃକ୍ଷ ରୋପଣ, ଛେଳି ଗୁହାଳ, କମ୍ପୋଷ୍ଟ ଗର୍ତ୍ତ, ଜମି ବିକାଶ, ପାରମ୍ପରିକ ଜଳ ସଂସ୍ଥା ଗୁଡିକର ନବୀକରଣ ଓ ସୌନ୍ଦର୍ଯ୍ୟକରଣ, ଗ୍ରାମ୍ୟ ପାର୍କ, ଅଙ୍ଗନଓ୍ବାଡି କେନ୍ଦ୍ର, ଛତୁ ଚାଷ ଇତ୍ୟାଦି ବିଷୟ ନେଇ ସମୀକ୍ଷା ହୋଇଯାଇଛି । ଗ୍ରାମ୍ୟ ଗୃହ ହିତାଧିକାରୀ ମାନଙ୍କୁ ମୋ କାରୀ ବଗିଚାରେ ଅନ୍ତର୍ଭୁକ୍ତ କରାଇ ସେମାନଙ୍କର ଆର୍ଥିକ ସ୍ଥିତି ଯେପରି ସୂଦୃଢ ହୋଇପାରିବ ସେଥି ସକାଶେ ପଦକ୍ଷେପ ନେବାକୁ ଜିଲ୍ଲାପାଳ ସମସ୍ତ ବି.ଡି.ଓ. ଙ୍କୁ ନିର୍ଦ୍ଦେଶ ଦେଇଥିଲେ . । ଯେଉଁଠାରେ ପାନୀୟ ଜଳ ସମସ୍ୟା ରହିଛି ସେସମ୍ପର୍କରେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗୀଯ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀଙ୍କୁ ଜଣାଇ ସେସବୁ ସମସ୍ୟା ଦୂର କରନ୍ତୁ । ଜଙ୍ଗଲ ବିଭାଗ, ମୃତ୍ତିକା ସଂରକ୍ଷଣ ବିଭାଗ, ଉଦ୍ୟାନ ବିଭାଗ ଦ୍ବାରା ନର୍ସରୀ ସୃଷ୍ଟି କରି ଲାଭକାରୀ ଫଳବୃକ୍ଷ ଚାରା ରୋପଣ କରି ଜାଲ୍ଲାର ସମସ୍ତ ଅଞ୍ଚଳରେ ବୃକ୍ଷ ରୋପଣ କାର୍ଯ୍ୟରେ ବିନିଯୋଗ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । କୌଣସି ଚାରା ବାହାରୁ ଯେମିତି ଆସିବ ନାହିଁ ସେଥି ସକାଶେ ନର୍ସରୀ କାର୍ଯ୍ୟକୁ ଯୋର୍ କରାନ୍ତୁ । ପୋଖରୀ ହୁଡା ମାନଙ୍କରେ ନଡିଆ ବୃକ୍ଷ ରୋପଣ କରି ସୌନ୍ଦର୍ଯ୍ୟକରଣ କରିବାକୁ ଜଣାଇଥିଲେ । ଏସମସ୍ତ କାର୍ଯ୍ୟ ଡକ୍ୟୁମେଣ୍ଟେସନ୍ କରନ୍ତୁ । ପଶୁପକ୍ଷୀ ମାନଙ୍କ ସକାଶେ ଜଙ୍ଗଲ ଅଞ୍ଚଳରେ ଜଳ ସଂରକ୍ଷଣ ସ୍ଥାନ (ଓ୍ବାଟର ବଡି) କରାଯାଉ । ଗଞ୍ଜାମ ଜିଲ୍ଲା ଛତୁ ହବ୍ ଯେପରି ହେବ ସେଥି ସକାଶେ କାର୍ଯ୍ୟପନ୍ଥା ସ୍ଥିର କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଗ୍ରାମ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଦେ ଦତ୍ତାତ୍ରେୟ ଭାଉ ସାହେବ ସମୀକ୍ଷା ବୈଠକରେ ସମସ୍ତ ଆଲୋଚ୍ୟ ବିଷୟ ନେଇ ସମୀକ୍ଷା କରି ହିତାଧିକାରୀମାନେ ଯେପରି ଅଧିକ ଲାଭବାନ୍ ହେବେ ଏବଂ ପ୍ରବାସୀ ମାନେ କାମ ପାଇବେ ସେ ଦିଗରେ ଗୁରୁତ୍ବ ଦେଇଥିଲେ . । ଯେଉଁ ଜମିରେ ଧାନଚାଷ କରାଯାଉ ନାହିଁ ସେହିଠାରେ ମୋ ଉପକାରୀ ବଗିଚା ଚାଷ କରିବା ଦିଗରେ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ | ବୈଠକରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ (ପ୍ରଶାସକ) ଜ୍ୟୋତି ଶଙ୍କର ରାୟ, ଖଣ୍ଡୀୟ ବନ ଅଧିକାରୀ ଅମ୍ଳାନ ନାୟକ, ଆର୍.ଡବ୍ଳୁ.ଏସ୍.ଏସ୍., ଉଦ୍ୟାନ ବିଭାଗ, ମୃତ୍ତିକା ସଂରକ୍ଷଣ, କୃଷି ବିଭାଗ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀଗଣ, ବ୍ଳକ୍ ର ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏବଂ ସମସ୍ତ ସଂପୃକ୍ତ ବିଭାଗୀୟ ଅଧିକାରୀଗଣ ଉପସ୍ଥିତ ଥିଲେ . ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ