ଗୋରୁମହିଷାଣୀରେ ଗାୟତ୍ରୀ ସଂଗଠନ ତରଫରୁ ଅସହାୟଙ୍କୁ କମ୍ବଳ ବଣ୍ଟନ
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ):ମୟୂରଭଂଜ ଜିଲ୍ଲାର ସିମାନ୍ତ ଗୋରୁମହିଷାଣୀରେ ଆଧ୍ୟାତ୍ମିକ ସଂଗଠନ’ଗାୟତ୍ରୀ ସଂଗଠନ’ତରଫରୁ ଅସହାୟ ବୃଦ୍ଧବୃଦ୍ଧା ,ଦିବ୍ଯାଙ୍ଗ,ରାସ୍ତା ଓ ରେଳ ଷ୍ଟେସନରେ ପ୍ରବଳ ଶୀତରେ ଜୀବନ ଯାପନ କରୁଥିବା ଅଜଣା ୫00ରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କୁ କମ୍ବଳ ଓ ଅନ୍ନ ପ୍ରସାଦ ବଣ୍ଟନ କରାଯାଇଥିଲା ।କାର୍ଯ୍ୟକ୍ରମ ରେ ରାଇରଙ୍ଗପୁର ବିଧାୟିକା ପ୍ରାର୍ଥୀ ବାସନ୍ତୀ ମାରାଣ୍ଡୀ, ତିଲକା ହେମ୍ବ୍ରମ, ସାମ୍ବାଦିକ ତୁଷାର ମହାନ୍ତ,ଧୁମା ମହାନ୍ତ, ଅଭିଷେକ ପଟ୍ଟନାୟକ,ଜିତୁ ମହାକୁଡ,କୁନା ମହାନ୍ତ ଅଭିଳାଷ ପଟ୍ଟନାୟକ, ,ଧୀରଜ ଘଡେଇ, ଅରୁଣ ଗିରି,ନରସିଂହ ଗିରି, ମାଝୀ,ତପନ ମାଝୀ ଏବଂ ଗାୟତ୍ରୀ ପରିବାରର ସଦସ୍ୟ ପ୍ରମୁଖ ଉପସ୍ଥିତ ରହି କମ୍ବଳ ବଣ୍ଟନ ସହାୟତା କରିଥିଲେ ।ଗାୟତ୍ରୀ ସଂଗଠନର ଏଭଳି ଅସହାୟ ସାମାଜିକ କଲ୍ଯାଣ କାର୍ଯ୍ୟକ୍ରମକୁ ସାଧାରଣରେ ପ୍ରଶଂସା କରାଯାଇଛି ।


