ମୋହନା ରେ ବାଟବଣା ରାଜ୍ୟ ସରକାର ଙ୍କ ବସୁଧା ଯୋଜନା
ମୋହନା,( ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ମୋହନା ଓଡ଼ିଶାର ଦୃତିୟ ବୃହତ୍ତମ ବ୍ଲକ ଯାହା କି୪୯ପଞ୍ଚାୟତକୁ ନେଇ ଗଠିତ | ହେଲେ ଏଠି ରାଜ୍ୟ ଓ କେନ୍ଦ୍ର ସରକାର ଙ୍କ ବହୁ ଯୋଜନା ବାଟବଣା ହେଉଛି | ରାଜ୍ୟ ସରକାରଙ୍କ ନୂଆ ଯୋଜନା ରେ ସାମିଲ କରାଯାଇଥିବା ବସୁଧା ଯୋଜନା ଯାହା ଦ୍ୱାରା କି ଗାଁ ଗହଳି ଠାରୁ ନେଇ ସହରରେ ଲୋକେ ଯେପରି ବିସୁଧ ପାଣି ପାଇପାରିବେ ଏହାକୁ ଆଖିଆଗରେ ରଖି ସରକାର କୋଟି କୋଟି ଟଙ୍କା ବିନିମୟରେ ବସୁଧା ଯୋଜନା ରେ ଟାଙ୍କି ନିର୍ମାଣ କରୁଛନ୍ତି, କିନ୍ତୁ ଏହା ଲୋକଙ୍କ କାମରେ ଅସୁନି | ମୋହନା ବ୍ଲକରେ ଦୀପ ତଳ ଅନ୍ଧାର ଭଳି ଦୃଶ ଦେଖିବାକୁ ମେଳିଛି, ବହୁ ପୁରୁଣା ଘରୋଇ ଜଳ ଯୋଗାଣ ଟାଙ୍କି ନିର୍ମାଣ ହଇଥିଲା | ପୁଣି କିଛି ବର୍ଷ ପରେ ଅନ୍ୟ ଏକ ଟାଙ୍କି ନିର୍ମାଣ କରାଗଲା ଯେପରି ପାଣି ର ଅସୁବିଧା ହେବନାହିଁ | ସେମିତି ପୁଣି ନୂତନ ଭାବେ ହିଲଟପକଲେଜ ନିକଟରେ ଏକ ବଡ ଟାଙ୍କି ନିର୍ମାଣ କରିବା ସହ ରଙ୍ଗମାଟିଆ ବସୁଧା ଯୋଜନା ରେ ଟାଙ୍କି ନିର୍ମାଣ କରାଯାଇଛି ହେଲେ ଯାହାକି ଲୋକଙ୍କ କାମରେ ଅସୁନି | ମୋହନା ରେ ପ୍ରାୟ୪ସହ ରୁ ଉର୍ଦ୍ଧ ଘରୋଇ ଜଳ ଯୋଗାଣ ସଂଯୋଗ ଦିଆ ଯାଇଛି | ପୂର୍ବରୁ ଏହି ଜଳ ଯୋଗାଣ ସମ୍ଭାଳୁଥିଲେ ପଞ୍ଚାୟତ | ପରେ ଯୁବକ ସଙ୍ଘଆଉ କିଛି ବର୍ଷ ପରେ ପଞ୍ଚାୟତ ପୁଣି ଏହାକୁ ନିଜ ହାତ କୁ ନେଇ ବୁଝୁଥିଲେ ହେଲେ କିଛି ପଞ୍ଚାୟତର ମେମ୍ବର ଜାଲ ବିଲ ଦେଇ ଟଙ୍କା ଲୁଟିବାରୁ ପୁଣି ମହିଳା ସଙ୍ଘ କୁ ଦଇତ୍ୟ ଦିଆ ଗଲା | କିନ୍ତୁ ଏହାକୁ ଭଲସେ ନଚଳାଇ ପାରି ଦୁଇ ଦିନ ପାଣି ଛଡା ଗଲେ ଚାରି ଦିନ ବନ୍ଦ ରହୁଛି | ପାଣି ପାଇଁ ମାସିକ ୭୦ଟଙ୍କା ଘର ପିଛା ଆଦାୟ କରାଯାଉଥିଲେ ବି ପାଣି ଯୋଗାଇବା ରେ ବିଫୋଳ ହଉଛି ମହିଳା ସଙ୍ଘ | ନିର୍ମାଣ କରାଯିବ କହି ଗତ ମାସ ରେ୫ଦିନ ପାଣି ବନ୍ଦ କରାଗଲା କିନ୍ତୁ ସଠିକ ଭାବେ ମରାମତି କରିପାରିଲେ ନାହିଁ | ଏବେ ପୁଣି କିଛି ଦିନ ହେଲା ମୋହନା ବାସୀ ପାଣି ଟୋପେ ପାଉନାହାନ୍ତି ହେଲେ ଏଠି ବ୍ଲକ ପ୍ରଶାସନ ଓ ଜଳ ଯୋଗାଣ ,ମହିଳା ସଙ୍ଘ ମଧ୍ୟରେ ମଧୁ ଚନ୍ଦ୍ରିକା ଚାଲିଛି ବୋଲି ମୋହନା ବାସୀ କହିଛନ୍ତି | ଅନ୍ୟ ପଟେ ରାଜ୍ୟ ସରକାର ଙ୍କ ନିର୍ଦେଶକୁ ନମାନି ମନ ମୁଖୀ ଭାବେ ଚାଲିଛି ଜଳ ଯୋଗାଣ |ତେବେ କେବେ ସରକାର ଏଥିପ୍ରତି ଦୃଷ୍ଟି ଦେବେ ଆଉ ଅଞ୍ଚଳ ବାସୀ ଭଲ ପାଣି ଟୋପେ ପାଇବେ ତାକୁ ଅପକ୍ଷା |


