ଦୁଡୁଗାଁ ଅଗ୍ନି ବିପନ୍ନଙ୍କୁ ବିଜେପି ପକ୍ଷରୁ ସହାୟତା 

ହାଟଡ଼ିହି, (ବିକାଶ ବିଶ୍ୱାଳ): କେନ୍ଦୁଝର ଜିଲ୍ଲା ତରତରା ପଞ୍ଚାୟତ ଦୁଡୁଗାଁ ଗ୍ରାମରେ ଗତ ବଡଓଷା ଦିନ ଘଟିଥିବା ଭୟାବହ ଅଗ୍ନିକାଣ୍ଡର ବିପନ୍ନ ପରିବାରକୁ ବିଜେପି ପକ୍ଷରୁ ସହାୟତା ପ୍ରଦାନ କରାଯାଇଛି । ଲୋକମାନେ ଅସହାୟ ଅବସ୍ଥାରେ ଶୀତ କାକରରେ ଦିନ କାଟୁଥିବାବେଳେ ଆଜି ଆନନ୍ଦପୁରର ବିଜେପି ନେତା ଆଲୋକ ସେଠୀଙ୍କ ନେତୃତ୍ୱରେ ମଣ୍ଡଳ ସଭାପତି ଟୁକୁନା ମହାନ୍ତ, ଜିଲ୍ଲା ସମ୍ପାଦକ ଜ୍ଞାନ ରଞ୍ଜନ ସାମନ୍ତ ସିଂହାର, ପୁର୍ବତନ ମଣ୍ଡଳ ସଭାପତି ପ୍ରତାପ ରାଜ, ବରିଷ୍ଠ ନେତା ବିଜୟ ଜେନା, ସୁଶାନ୍ତ ଜେନା, କାର୍ତ୍ତିକ ଜେନା, ପ୍ରଶାନ୍ତ ଜେନା, ପିନାକୀ ପ୍ରୀୟ ରଞ୍ଜନ ଜେନା, ଜ୍ଞାନଦୀପ ସାହୁ ପ୍ରମୁଖ ବିପନ୍ନଙ୍କ ପାଖରେ ପହଞ୍ଚି ସେମାନଙ୍କୁ କମ୍ବଳ, ଶାଢ଼ୀ, ଲୁଙ୍ଗି, ଚୁଡା, ବିସ୍କୁଟ, ସାମୁନ, ଟୁଥପେଷ୍ଟ ଅ।।ଦି ପ୍ରଦାନ କରିଛନ୍ତି । ତୁରନ୍ତ ସେମାନଙ୍କୁ ଆବାସ ଯୋଜନାରେ ସାମିଲ କରାଯାଇ ବାସଗୃହ ଯୋଗାଇ ଦେବାକୁ ବିଜେପି ନେତା ଆଲୋକ ସେଠୀ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ