ମା’କୁତାମଚଣ୍ଡୀଙ୍କ ମନ୍ଦିରର ନୂତନ ବିଗ୍ରହ ସ୍ଥାପନ

ନାଉଗାଁ,(ଓ୍ବାଇଏନ୍ଏସ୍):ନାଉଗାଁ ବ୍ଲକ ଅଲଣା ପଂଚାୟତ ଅନ୍ତର୍ଗତ ବେଣାପଡା ଗ୍ରାମର ଗ୍ରାମ ଦେବତୀ ମା’କୁତାମଚଣ୍ଡୀ ମନ୍ଦିରର ନୂତନ ବିଗ୍ରହ ସ୍ଥାପନ ଓ ନବକଳେବର ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଓଡିଶା ସାଧୁସନ୍ଥ ସମାଜର ସଭାପତି ଚିନ୍ତାମଣୀ ପର୍ବତ ଗୋସ୍ୱାମୀ ଓ ତିହୁଡାସ୍ଥିତ ଗୁରୁକୃପା କୁଟୀରର ବାବା ସତ୍ୟାନନ୍ଦ ଦାସଙ୍କ ପରାମର୍ଶକ୍ରମେ ବହୁକାଳରୁ ରହି ଆସିଥିବା ଏହି ଭଗ୍ନ ମୂର୍ତିୀକୁ ପରିବର୍ତନ କରାଯାଇଥିଲା । ଓଡିଶାର ସୁନାମଧନ୍ୟ ପଣ୍ଡିତ ଗୋବିନ୍ଦ ଚନ୍ଦ୍ର ମିଶ୍ରଙ୍କ ମାର୍ଗଦର୍ଶନରେ ସମସ୍ତ ପୂଜାବିଧି ପ୍ରସ୍ତୁତି କରାଯାଇଥିଲା । ଏହି ପ୍ରତିଷ୍ଠା କାର୍ଯ୍ୟକୁ ପଣ୍ଡିତ ହୃଦୟାନନ୍ଦ ପଣ୍ଡା,ପୁରୋହିତ ତ୍ରିଲୋଚନ ମହାପାତ୍ର,ମା’ଙ୍କ ପୂଜକ ବିଷ୍ଣୁ ଚରଣ ମହାପାତ୍ରଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ସମାପନ ହୋଇଥିଲା । ସମସ୍ତ କାର୍ଯ୍ୟକ୍ରମକୁ ସୌରଭ ମଲ୍ଲିକ, ତ୍ରିନାଥ ମହାନ୍ତି, ସୁଶାନ୍ତ ମଲ୍ଲିକ ପରିଚାଳନା କରିଥିବା ବେଳେ ଗ୍ରାମବାସୀ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ