ଜମ୍ମୁ କାଶ୍ମୀରରେ ପୁଣି ଆତଙ୍କବାଦୀଙ୍କ ହମଲା

ଜମ୍ମୁ କାଶ୍ମୀରର ତିନୋଟି ସ୍ଥାନର ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରୀ ରହିଛି । ଶୋପିଆଁରେ ସୁରକ୍ଷାବାହିନୀ ଆତଙ୍କୀଙ୍କୁ ଘେରି ରହିଥିଲା । ସେହି ଭଳି ସୋପୋରେ ଆତଙ୍କୀମାନେ ସିଆରପିଏଫର କ୍ୟାମ୍ପ ଉପରେ ଗ୍ରେନେଡ ଆକ୍ରମଣ କରିଥିଲେ । ବାନ୍ଦୀପୁରାର ହାଜୀନରେ ମଧ୍ୟ ସୁରକ୍ଷାବାହିନୀ ସର୍ଚ୍ଚ ଅପରେଶନ ଜାରୀ ରଖିଛି । ଅନ୍ୟ ପଟେ ଏଲଓସିରେ ପାକିସ୍ତାନୀ ସେନା ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛନ୍ତି । ଫଳରେ ଭାରତୀୟ ସେନା ଏହାର ଜବାବ ଦେଇଥିଲା । ଏହି ଏନକାଉଂଟରରେ ଜଣେ ଭାରତୀୟ ଯବାନ ସହିଦ ହୋଇଛନ୍ତି ।ହୋଲି ଭଳି ଏକ ପବିତ୍ର ଦିନରେ ପାକିସ୍ତାନ ସୀମାରେ ନିନ୍ଦନୀୟ କାମ କରିଛି । ଜମ୍ମୁ କାଶ୍ମୀରର ରାଜୌରୀ ଜିଲ୍ଲାରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଥିଲା । ଏହି ସମୟରେ ଭାରତୀୟ ସେନାର ସଙ୍ଘର୍ଷ ମଧ୍ୟରେ ଜଣେ ଯବାନ ସହିଦ ହୋଇଛନ୍ତି । ଏହା ପୂର୍ବରୁ ଆଜି ସକାଳେ ଜାମ୍ମୁ କାଶ୍ମୀରର ବାରାମୂଳାରେ ଆତଙ୍କବାଦୀମାନର ଗ୍ରେନେଡ ଆକ୍ରମଣ କରିଥିଲେ ଏଥିରେ ୨ ଜଣ ଯବାନ ଆହତ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ