ବିନା ଡାକ୍ତରରେ ଚାଲିଛି ପେଟାପାଙ୍ଗା ଆୟୁର୍ବେଦିକ ଚିକିତ୍ସାଳୟ  

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):  କନ୍ଧମାଳ ଜିଲ୍ଲାର ବହୁ ଡାକ୍ତରଖାନାରେ ଡାକ୍ତର ଅଭାବ ସାଙ୍ଗକୁ ବିଶେଷଜ୍ଞ ଡାକ୍ତର ପଦବି ଶୂନ୍ୟ ରହିଛି। କାମ ଚଳାଇବାକୁ ବି କର୍ମଚାରୀ ଅଭାବ। ଲକ୍ଷାଧିକ ଟଙ୍କା ବ୍ୟୟରେ ଡାକ୍ତରଖାନା ନିର୍ମାଣ ହୋଇଛି ହେଲେ ଡାକ୍ତର ନାହାନ୍ତି। କନ୍ଧମାଳ ଜିଲ୍ଲାରେ ଏହି ଭଳି ବହୁ ଡାକ୍ତରଖାନା ରହିଛି। ସେଥି ମଧ୍ୟରୁ ରାଇକିଆ ବ୍ଲକ ଅନ୍ତର୍ଗତ ପେଟାପାଙ୍ଗା ଗ୍ରାମରେ ଥିବା ଆୟୁର୍ବେଦିକ ଚିକିତ୍ସାଳୟ ଏକ ଉଦାହରଣ। ସାଧାରଣ ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇଦେବା ଲକ୍ଷ୍ୟରେ ୧୯୮୬ରେ ଲକ୍ଷାଧିକ ଟଙ୍କା ବ୍ୟୟରେ ଏକ ଆୟୁର୍ବେଦିକ ଚିକତ୍ସାଳୟ ନିର୍ମାଣ କରାଯାଇଥିଲା। ତତ୍କାଳୀନ ଅବକାରୀ ମନ୍ତ୍ରୀ ନାଗାର୍ଜୁନ ପ୍ରଧାନ ଏହାକୁ ଉଦ୍‌ଘାଟନ କରିଥିଲେ। ଏବେ ଆୟୁର୍ବେଦିକ  ଚିକିତ୍ସାଳୟ ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଛି। ସାତ ବର୍ଷ ହେଲା ଡାକ୍ତର ନାହାନ୍ତି। ଜଣେ କର୍ମଚାରୀ ଡାକ୍ତରଖାନାରେ ଜଗୁଆଳି ଭଳି ଅଛନ୍ତି। ସେ କେତେବେଳେ ଆସନ୍ତି ଓ କେତେବେଳେ ଯାଆନ୍ତି ଗ୍ରାମବାସୀ ଜାଣନ୍ତି ନାହିଁ। ଏହି ଚିକିତ୍ସାଳୟଟି ସମ୍ପୂର୍ଣ୍ଣ ନଷ୍ଟ ହେବାକୁ ବସିଲାଣି। ତେଣୁ ତୁରନ୍ତ ଏହି ସ୍ୱାସ୍ଥ୍ୟକେନ୍ଦ୍ରର ପୁନରୁଦ୍ଧାର କରି ଜଣେ ଡାକ୍ତରଙ୍କୁ ନିଯୁକ୍ତି ଦେବାକୁ ପେଟାପାଙ୍ଗା ପଞ୍ଚାୟତ ବାସୀ ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ