ପୋଖରୀରୁ କ୍ଷତବିକ୍ଷତ ଯୁବକର ମୃତଦେହକୁ ଉଦ୍ଧାର କଲା ରାଇରଙ୍ଗପୁର ଗ୍ରାମଞ୍ଚଳ ପୋଲିସ
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବିଜାତଳା ବ୍ଲକର ବଡ଼ଝରଣ ପଞ୍ଚାୟତର ପୋଖରିଆ-ମଦନଶିଳା ଗ୍ରାମ୍ଯ ପୋଖରୀରେ ଏକ କ୍ଷତ ବିକ୍ଷତ ଯୁବକର ମୃତଦେହକୁ ରାଇରଙ୍ଗପୁର ଗ୍ରାମାଞ୍ଚଳ ପୋଲିସ ଉଦ୍ଧାର କରିଥିବା ଅଭିଯୋଗ ହୋଇଛି ।ସୂଚନାଯୋଗ୍ୟ ଯେ ବଡ଼ଝରଣ ପଞ୍ଚାୟତର ବାଇଗଣ କୁଦର ଗ୍ରାମର ନେଗା ପୂର୍ତ୍ତିଙ୍କ ବଡପୁଅ ଦାମ ପୂର୍ତ୍ତି ୨୪/୨୫ ବର୍ଷ ପାଖାପାଖି ସୋମବାର ସଂଧ୍ଯା ୭ଟାରେ ଘରୁ ଖାଇ ପିଇ ପେଣ୍ଟସାର୍ଟ ପିନ୍ଧି ଘରୁ ଚାଲି ଚାଲି ବାହାରକୁ ଯାଇଥିଲା ।ରାତିରେ ଘରକୁ ଫେରି ନ ଥିଲା ।ସେ ଟ୍ରାକ୍ଟର ଡ଼୍ରାଇଭର କାମ କରି ଘରେ ବାପ ମା,୩ ଭାଇ ୨ ଭଉଣୀଙ୍କ ମୁହଁରେ ଅନ୍ନ ଦିଏ ।ଆଜି ଭୋରୁ କେହି ପୋଖରିଆ-ମଦନଶିଳା ପୋଖରିଆ ବଡ଼ ପୋଖରୀରେ ଭାସୁଥିବା ମୃତ ଦେହକୁ ଦେଖି ଥାନାକୁ ଖବର ଦେଇଥିଲେ ।ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅଧିକାରୀ ପଦ୍ମଲୋଚନ ପାଣିଗ୍ରାହୀ ଙ୍କ ନିର୍ଦ୍ଦେଶ କ୍ରମେ ଏସଆଇ ମନୋଜ କୁମାର ରାଠୋର ଘଟଣାସ୍ଥଳରେ ମୃତ ଯୁବକଙ୍କୁ ପୋଖରୀରରୁ ଉଦ୍ଧାର କରି ତଦନ୍ତ ଜାରି ରଖିଛନ୍ତି । ଘଟଣାଟି ମୃତକର ଗାଁ ବାଇଗଣକୁଦର ଠାରୁ ପୋଖରିଆ -ମଦନଶିଳା ଗାଁ ପ୍ରାୟ ୨କିମି ହେବ !ମୃତକର କାନ,ଆଖିପତା,ମୁହଁରେ କ୍ଷତ ଅଛି ।ମୃତ୍ୟୁର କାରଣ ଅସ୍ପଷ୍ଟ ।ମୃତକର ଭାଇ କହୁଛନ୍ତି କେହି ଦୁବୃର୍ତ୍ତ ତାଙ୍କର ଏକମାତ୍ର ରୋଜଗାରିଆ ଭାଇକୁ ହତ୍ଯା କରି ପୋଖରୀରେ ଫୋପାଡ଼ି ଦେଇଛନ୍ତି ।ପୋଲିସ ଛାନଭିନ ଆରମ୍ଭ କରିଛି ।ଅପରାହ୍ନ୨ଘଟିକା ପର୍ଯ୍ୟନ୍ତ ବାରିପଦାରୁ ପୋଲିସ ସନ୍ଧାନି କୁକୁର ଓ ସାଈଣ୍ଟିଫିକ ଟିମ୍ପହଞ୍ଚି ନାହାଁନ୍ତି ।ସେମାନେ ପହଞ୍ଚି ତଦନ୍ତ କଲାପରେ ମାମଲା ରୁଜୁ ହୋଇ ଶବ ବ୍ଯବଛେଦକୁ ଅନୁମତି ମିଳିବ ।


