ଛତ୍ରପୁର ରେ ଭାରତ ବନ୍ଦ ର ପ୍ରଭାବ: କୃଷି ଆଇନକୁ ପ୍ରତ୍ୟାହାର ଦାବି ନେଇ ମୋଦୀ , ଆମ୍ବାନୀ ଓ ଆଦାନୀଙ୍କ କୁଶପୁତ୍ତଳିକା ଦାହ
ଛତ୍ରପୁର,(ଦେବଦତ୍ତ ମହାରଣା): କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ଆଜି କୃଷକ ସଂଗଠନ ଗୁଡିକ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି । ଏହାକୁ ସମର୍ଥନ ଜଣାଇ ଜିଲ୍ଲାର ମହକୁମା ଛତ୍ରପୁର ଠାରେ ଅଖିଳଭାରତ କୃଷକ ସଭା, ନବ ନିର୍ମାଣ କୃଷକ ସଂଗଠନ, ଋଷିକୁଲ୍ୟା ରୟତ ମହାସଭା, ବହୁଜନ କ୍ରାନ୍ତି ମୋର୍ଚ୍ଚା, ଦଳିତ ସହାୟକ ପ୍ରତିଷ୍ଠାନ, ସିପିଆଇ ପାର୍ଟି, କଂଗ୍ରେସ ଦଳ, ଏଆଇଟିୟୁସି, ଏଚଏମସି ଶ୍ରମିକ ସଂଗଠନ , ଉତ୍କଳ ଭାରତୀ ମହିଳା ସମିତି ପକ୍ଷରୁ ବନ୍ଦ ପାଳନ କରାଯାଇଛି । ଏଥି ସହ ବିଭିନ୍ନ ସ୍ଥାନରେ ପିକେଟିଂ କରି ଦୋକାନ ବଜାର ସହ ଗାଡି ଚଳାଚଳ କୁ ବନ୍ଦ କରାଯାଇଥିବା ଦେଖିବାକୁ ମିଳିଥିଲା । ସମସ୍ତେ ଏକାଠି ହୋଇ ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସିପିଆଇ ପାର୍ଟି ଜିଲ୍ଲା ସହ-ସମ୍ପାଦକ ନୀଳକଣ୍ଠ ଦାଶଙ୍କ ନେତୃତ୍ୱରେ କେନ୍ଦ୍ର ସରକାରର ଜନ ବିରୋଧୀ ନୀତି ବିରୋଧରରେ ପ୍ରତିବାଦ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି , ଆମ୍ବାନୀ ଓ ଆଦାନୀଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିଲ।। ପରେ ସ୍ଥାନୀୟ କଲେଜ ଛକ ଠାରେ ଜାତୀୟ ରାଜ ପଥକୁ କିଛି ସମୟ ନିମନ୍ତେ ବନ୍ଦ ରଖାଯାଇଥିଲ।। ଏହି ପ୍ରତିବାଦ ସଭାରେ ଉତ୍କଳ ଭାରତୀ ମହିଳା ସମିତିର ରାଜ୍ୟ ଉପସଭାନେତ୍ରୀ ଏନ୍.ଭାନୁମତୀ ରେଡ୍ଡୀ, ସିପିଆଇ ଜିଲ୍ଲାସହ- ସମ୍ପାଦକ ନୀଳକଣ୍ଠ ଦାଶ, କଂଗ୍ରେସ ଦଳର ଭାଗିରଥୀ ବେହେରା, ଋଷିକୂଲ୍ୟା ରୟତ ମହାସଭାର ସମ୍ପାଦକ ସିମାଞ୍ଚଳ ନାହାକ, ସିପିଏମ ନେତା ପର୍ଶୁରାମ ଗୈାଡ, ବହୁଜନ କ୍ରାନ୍ତି ମୋର୍ଚ୍ଚାର ସୁମା ଦାସ, ନବ ନିର୍ମାଣ କୃଷକ ସଂଗଠନର ଇଜୁ ଆମିନ ଖାନ୍, ଦଳିତ ସହାୟକ ପ୍ରତିଷ୍ଠାନର ସଭାପତି କାଳୁ ଚରଣ ନାୟକ, ଅଖିଳ ଭାରତ କୃଷକ ସଭାର ସିମାଞ୍ଚଳ ସାହୁ, ସିପିଆଇ ଛତ୍ରପୁର ଜୋନାଲ ସମ୍ପାଦକ ଏସ.କ୍ରିଷ୍ଣା ରେଡ୍ଡୀ, ଚମାଖଣ୍ଡି ଜୋନାଲ ସମ୍ପାଦକ ସିଏଚ୍. ଜନାର୍ଦ୍ଦନ ରେଡ୍ଡୀ , ଏଆଇଟିୟୁସି ନେତା କେଶବ ନାହାକ , ମାଗୁଣୀ ବିଷୋୟୀ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଏନ.ଗିରିଜା ପ୍ରସାଦ ରେଡ୍ଡୀ, ଆଇନଜିବୀ ଡି.ଆଦି ନାରାୟଣ ରେଡ୍ଡୀ, ପୂର୍ବତନ ସରପଞ୍ଚ ଡି.ରାମସ୍ୱାମୀ ରେଡ୍ଡୀ, ନବୀନ ଗୈାଡ, ଏଚଏମଏସ ରାଜେନ୍ଦ୍ର ଦାଶ ଓ ମମତା ନାୟକଙ୍କ ସମେତ ବିଭିନ୍ନ ଚାଷୀ ଓ ଶ୍ରମିକ ସଂଗଠନର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ । ଶେଷରେ ଋଷିକୂଲ୍ୟା ରୟତ ମହାସଭା ପକ୍ଷରୁ ୧୧ଦାବି ନେଇ ଏକ ଦାବି ପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ବାସଭବନରେ ପ୍ରଦାନ କାରଯାଇଥିଲ।


