ନାଉଗାଁ ବ୍ଳକରେ ଭାରତ ବନ୍ଦ ପ୍ରଭାବ ଶୂନ୍ୟ

ନାଉଗାଁ,(ୱାଇଏନ୍ଏସ୍): କେନ୍ଦ୍ର ସରକାର ପ୍ରଣୟନ କରିଥିବା ନୂତନ କୃଷି ଆଇନ-୨୦୨୦କୁ ପ୍ରତ୍ୟାହାର ଦାବିରେ ଦେଶବ୍ୟାପୀ ବିଭିନ୍ନ କୃଷକ ସଙ୍ଗଠନ ପକ୍ଷରୁ ମଙ୍ଗଳବାର ଭାରତ ବନ୍ଦ ଡାକରା ଦିଆଯାଇଥିଲା । ଚାଷୀମାନଙ୍କର ସ୍ୱାର୍ଥ ଦୃଷ୍ଟିରୁ ଉକ୍ତ ବନ୍ଦକୁ ଭାରତର ବିଭିନ୍ନ ସଙ୍ଗଠନ ଓ ରାଜନୈତିକ ଦଳ ପକ୍ଷରୁ ସମର୍ଥନ ଦିଆଯାଇଥିଲେ ମଧ୍ୟ ଜଗତସିଂହପୁର ଜିଲ୍ଲାର ନାଉଗାଁ ବ୍ଳକରେ ସେପରି କିଛି ପ୍ରଭାବ ପଡି ନଥିଲା । ନାଉଗାଁ ବଜାର ସମେତ ଗଙ୍ଗଦାହାଟ, କଂଟୁଣିଆହାଟ, ଅଲଣାହାଟ ଆଦି ବିଭିନ୍ନ ଦୋକାନ ବଜାର ଖୋଲା ରହିଥିବା ଦେଖିବାକୁ ମିଳିଥିଲା । କିନ୍ତୁ ଅଲ ଇଣ୍ଡିଆ କିଷାନ କ୍ଷେତ ମଜଦୁର ସଂଘର ସଦସ୍ୟ ସୁବାସ ସ୍ୱାଇଁଙ୍କ ନେତୃତ୍ୱରେ ମୁଣ୍ଡାଳୋ ବଜାରର ବାଲିଭଉଁରୀ-ଶିଖର ମୂଖ୍ୟ ରାସ୍ତାକୁ ଅବରୋଧ କରାଯାଇଥିବାରୁ ଯାତ୍ରୀବାହୀ ଓ ମାଲବାହି ଗାଡି ପରିବହନ ବନ୍ଦ ରହିଥିଲା । ରାଜ୍ୟ କଂଗ୍ରେସ ପକ୍ଷରୁ ଏହି ବନ୍ଦକୁ ସମର୍ଥନ ଦିଆଯାଇଥିଲେ ମଧ୍ୟ ନାଉଗାଁ ବ୍ଳକ କଂଗ୍ରେସ ପକ୍ଷରୁ କୌଣସି ଭୁମିକା ଦେଖିବାକୁ ମିଳି ନଥିଲା । ହେଲେ ଅପରାହ୍ନ ୧୨ଟା ପରେ ନାଉଗାଁ ବ୍ଳକ ଯୁବ ଓ ଛାତ୍ର କଂଗ୍ରେସ ପକ୍ଷରୁ ଜିଲ୍ଲା ଯୁବ କଂଗ୍ରେସ ମୁଖପାତ୍ର କ୍ରିଷ୍ଣାନନ୍ଦ ସାହୁଙ୍କ ନେତୃତ୍ୱରେ ନାଉଗାଁ ବଜାର ଠାରେ କୃଷକ ବିରୋଧୀ ମୋଦି ଓ ଅମିତ ଶାହାଙ୍କ କୁଶ ପୁତଳିକା ଦାହ କରାଯାଇଥିଲା । ଏହି ଦାହ କାର୍ଯ୍ୟକ୍ରମରେ ଜିଲ୍ଲା ଯୁବ କଂଗ୍ରେସର ସାଧାରଣ ସଂପାଦକ ରଶ୍ମୀରଂଜନ ତ୍ରିପାଠୀ, ଛାତ୍ର ନେତା ସୌମ୍ୟସଂଜୀବ ଦାସ, ଜ୍ୟୋତିଷ ବିଶ୍ୱାଳ, ଅମନଦୀପ ରାଉତ, ନିଗମାନନ୍ଦ ସ୍ୱାଇଁ, ପ୍ରସାର ବିଶ୍ୱାଳ, ଅଜୟ ସାହୁ, ଗଣେଶ ଲେଙ୍କା, ଅଂଶୁମାନ୍ ଲେଙ୍କା ଆଦି ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ