ଟାଏକେଣ୍ଡୋ କଲର ବେଲ୍‍ଟ ପରୀକ୍ଷା ଅନୁଷ୍ଠିତ

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଫୁଲବାଣୀ କରୋନେସନ ପଡ଼ିଆଠାରେ କନ୍ଧମାଳ ଜିଲା ଟାଏକେଣ୍ଡୋ ସଂଘ ଓ ଫୁଲବାଣୀ ମାର୍ଶଲ ଆର୍ଟ ଏକାଡେମିର ମିଳିତ ସହଯୋଗରେ ଦ୍ୱାଦଶ ଟାଏକେଣ୍ଡୋ କଲର ବେଲ୍‍ଟ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଭିନ୍ନ ବିଭାଗରେ ପରୀକ୍ଷାର୍ଥୀମାନେ ପରୀକ୍ଷା ଦେଇଥିଲେ। ଓଡ଼ିଶା ଟାଏକେଣ୍ଡୋ ସଂଘର ସାଧାରଣ ସଂପାଦକ ମନୋଜ ମୋହନ ଭଂଜ ପରିଚାଳନା କରିଥିଲେ। ବେଲ୍‍ଟ ପ୍ରଦାନ ଉତ୍ସବରେ ଜିଲା କ୍ରିଡ଼ା ସଂଘର ସାଧାରଣ ସଂପାଦକ ଶିବ ପ୍ରସାଦ ତ୍ରିପାଠୀ, ଜିଲା କ୍ରିଡ଼ା ଅଧିକାରୀ ଜିତେନ୍ଦ୍ର ମହାକୁଡ଼ ପ୍ରମୁଖ ଅତିଥିଭାବେ ଯୋଗଦେଇ ମାନପତ୍ର ପ୍ରଦାନ କରିଥିଲେ। କନ୍ଧମାଳ ଜିଲା ପାଇଁ ଆଣିଥିବା ଜାତୀୟ ପଦକ ବିଜେତାମାନଙ୍କୁ ଏହି ଅବସରରେ ସମ୍ବର୍ଦ୍ଧନା ଜଣାଇବା ସହିତ ଅନ୍ୟମାନଙ୍କୁ ଉତ୍ସାହିତ କରିଥିଲେ। ଜିଲା ସଂଘର ସଂପାଦକ ପ୍ରଭାତ କୁମାର ସାହୁ, ଏକଡ଼େମିର କୋଚ୍‍ ରମାକାନ୍ତ ବେହେରା, ପ୍ରିତମ୍‍ ଚନ୍ଦ୍ର ପ୍ରଧାନଙ୍କ ସହିତ ସିନିୟର ବ୍ଲାକବେଲ୍ଟ ଗୋବିନ୍ଦ ସାହାଣୀ ଓ ମଦନ ଦଳବେହେରା ପ୍ରମୁଖ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ