ଶିଶୁଙ୍କ ପାଇଁ ଶିକ୍ଷା ସଚେତନତା ରଥ

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): ଶିଶୁମାନଙ୍କୁ ଶିକ୍ଷା ପ୍ରତି ଆକୃଷ୍ଟ କରିବା ଓ ଅବିଭାବକମାନଙ୍କୁ ସଚେତନ କରିବା ନିମନ୍ତେ “ଆ ଖେଳିବା ‘ଆ’ ଶିଖିବା” ନାମକ ଏକ ଶିକ୍ଷା ରଥ ଅନ୍ତର୍ଜାତୀୟ ଅନୁଷ୍ଠାନ ସେଭ୍‍ ଦି ଚିଲଡ୍ରେନ୍‍ ଓ ସ୍ଥାନୀୟ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀ ତରଫରୁ କନ୍ଧମାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବୁଲି ସଚେତନତା ସୃଷ୍ଟି କରିବା ନିମନ୍ତେ ପ୍ରୟାସ କରାଯାଉଛି। ନଭେମ୍ବର ୨୦ ତାରିଖରେ ବିଶ୍ୱ ଶିଶୁ ଦିବସ ଅବସରରେ ଭୁବନେଶ୍ୱରରେ ଓଡ଼ିଶା ରାଜ୍ୟ ଶିଶୁ ଆୟୋଗଙ୍କ ଦ୍ୱାରା ଆୟୋଜିତ କାର‌୍ୟ୍ୟକ୍ରମରେ କନ୍ଧମାଳ ସାଂସଦ ଡଃ ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା ଏହି ରଥର ଶୁଭାରମ୍ଭ କରାଯାଇଛି। ଓଡ଼ିଶାର ବିଭିନ୍ନ ଜିଲ୍ଲା ଅତିକ୍ରମ କରିବା ପରେ କନ୍ଧମାଳ ଜିଲ୍ଲାରେ ଟିକାବାଲି ଗୋଷ୍ଠୀ ଉନ୍ନୟନ ଅଧିକାରି ଫକିର ଚରଣ ପରିଡ଼ା, ଜିଲ୍ଲା ପରିଷଦ ସଦସ୍ୟ ପ୍ରଦୀପ କୁମାର ଦିଗାଳ, ଗୁଟିଙ୍ଗିଆ ସରପଞ୍ଚ ହୃଦୟ କୁମାର ପ୍ରଧାନ, ସ୍ଥାନୀୟ ଅଙ୍ଗନୱାଡି ସୁପରଭାଇଜର, ଅଙ୍ଗନୱାଡି କର୍ମୀଙ୍କ ଦ୍ୱାରା ସ୍ୱାଗତ କରାଯାଇଥିଲା।ଏହି ରଥ ପରିଭ୍ରମଣ ଦ୍ୱାରା ଶିଶୁମାନଙ୍କ ଶିକ୍ଷାପ୍ରତି ଆଗ୍ରହ ଉପୁଯିବା ସହିତ ଅବିଭାବକମାନେ ସଚେତନ ହୋଇପାରିବେ ବୋଲି ସ୍ଥାନୀୟ ଶିକ୍ଷାବିତ୍‍ ମାନେ ମତ ପ୍ରକାଶ କରିଛନ୍ତି। ଏହି ରଥରେ ଶିଶୁମାନଙ୍କ ନିମନ୍ତେ ବିଭିନ୍ନ ପ୍ରକାରର ଶିକ୍ଷଣୀୟ ସାମଗ୍ରୀ ତଥା ଗୀତ ମାଧ୍ୟମରେ ଶିଶୁମାନଙ୍କୁ ଆକୃଷ୍ଟ କରିବା ନିମନ୍ତେ ପ୍ରୟାସ କରାଯାଇଛି। ଶିକ୍ଷା ପ୍ରକଳ୍ପ ଅଂଚଳରେ ରଥଟି ବୁଲି ଜନସଚେତନତା ସୃଷ୍ଟି କରିବ ବୋଲି ଅନୁଷ୍ଠାନର ସମ୍ପାଦକ ଇଂ ହରିଶଙ୍କର ରାଉତ କହିଛନ୍ତି। ଅନୁଷ୍ଠାନର କର୍ମୀମାନେ ରଥ ପରିଭ୍ରମଣରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ