ଜିଲ୍ଲା ପ୍ରତିଭା ପୂଜା ସଂସଦ ପକ୍ଷରୁ ଯୁବ ସବଇନିସପରକ୍ଟରଙ୍କୁ କରୋନା ଯୋଦ୍ଧା ସମ୍ମାନ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):ଜିଲ୍ଲା ପ୍ରତିଭା ପୂଜା ସଂସଦ,କେନ୍ଦ୍ରାପଡା ପକ୍ଷରୁ ଟାଉନ ଥାନାର ଯୁବ ସବଇନିସପେକ୍ଟର ଅନ୍ତର୍ଯ୍ୟାମୀ ବିଶ୍ୱାଳଙ୍କୁ କରୋନା ଯୋଦ୍ଧା ସମ୍ମାନରେ ସମ୍ମାନୀତ କରାଯାଇଛି । କୋଭିଡ ଲକଡାଉନ ସମୟରେ କେନ୍ଦ୍ରାପଡା ସହରରେ ଅତ୍ୟନ୍ତ ନିଷ୍ଠାର ସହିତ ଦାୟୀତ୍ୱ ନିର୍ବାହ କରି କରୋନା ସଂକ୍ରମଣକୁ ପ୍ରତିହତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଓ ଲକଡାଉନ ଭଳି ସମୟରେ ଅସହାୟମାନଙ୍କୁ ବିନାଦ୍ୱିଧାରେ ସହଯୋଗ ଓ ସହାୟତା ପ୍ରଦାନ କରିଥିବା ଯୁବ ପୋଲିସ ସବଇନିସପେକ୍ଟର ଶ୍ରୀ ବିଶ୍ୱାଳଙ୍କୁ ତାଙ୍କର ଏଭଳି ସେବା ନିମନ୍ତେ ସଂସଦ ପକ୍ଷରୁ କୋଭିଡ ଯୋଦ୍ଧା ସମ୍ମାନ ପ୍ରଦାନ କରାଯାଇଛି । କେନ୍ଦ୍ରାପଡା ଉପ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ପରିସରରେ ଏସଡିପିଓ ରାଜୀବଲୋଚନ ପଣ୍ଡା ସଂସଦ ପକ୍ଷରୁ ଶାଲ, ପୁଷ୍ପଗୁଛ ଓ ପ୍ରଶସ୍ତିପତ୍ର ପ୍ରଦାନ କରି ସବଇନିସପେକ୍ଟର ଶ୍ରୀ ବିଶ୍ୱାଳଙ୍କୁ କୋଭିଡ ଯୋଦ୍ଧା ସମ୍ମାନରେ ସମ୍ମାନୀତ କରିଥିଲେ । ଏହି ନିରାଡମ୍ବର କାର୍ଯ୍ୟକ୍ରମରେ ସଂସଦର ସଭାପତି ପ୍ରଦୀପ କୁମାର ମହାନ୍ତି,ସଦସ୍ୟ ଚିତ୍ତରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ