ଖଗେଶ୍ୱର ଉପ୍ରା ବିଦ୍ୟାଳୟରେ ମୋ ସ୍କୁଲ ଅଭିଯାନ
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ଛୟାଳସିଂ ପଞ୍ଚାୟତ ଖଗେଶ୍ୱର ସରକାରୀ ଉପ୍ରା ବିଦ୍ୟାଳୟରେ ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷୟିତ୍ରୀ ଜୟନ୍ତୀ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବ୍ଲକ ଶିକ୍ଷାଧିକାରୀ ଅଧିର କୁମାର ତରାଇ ଯୋଗ ଦେଇ କାର୍ଯ୍ୟକ୍ରମ ସଂପର୍କରେ ଆଲୋକପାତ କରିଥିଲେ । ଏଥିରେ ପ୍ରାକ୍ତନ ଶିକ୍ଷକ ଅଲେଖ ଚନ୍ଦ୍ର ନାୟକ, ସିଆରସିସି ଭରତ ଚନ୍ଦ୍ର ଓଝା, ବିଦ୍ୟାଳୟର ପ୍ରତିଷ୍ଠାତା ସଭ୍ୟ ଗଣେଶ ପ୍ରସାଦ ପଣ୍ଡା, ପ୍ରାକ୍ତନ ଶିକ୍ଷକ ବିଜୟ ନାୟକ, ପଦ୍ମନାଭ ସାହୁ, ମାର୍କଣ୍ଡ ଚରଣ ନାୟକ, ବିଜୟ ପାକଳ, ସୁବଳ ନାୟକ, ସହଦେବ ବେହେରା ଯୋଗ ଦେଇଥିଲେ । ସ୍ଥାନୀୟ ଅଞ୍ଚଳର ବଦାନ୍ୟବ୍ୟକ୍ତି ପ୍ରିୟ ରଞ୍ଜନ ସାହୁ, ଟୁଟୁ କୁମାର ପାଳ, ସୁଶାନ୍ତ ନାଥ, ବଳରାମ ଜେନା ମୋ ସ୍କୁଲ ଅଭିଯାନ ପାଣ୍ଠିକୁ ସହାୟତା ପ୍ରଦାନ କରିଥିଲେ । ସେହିପରି ବିକାଶ ନାୟକ, ଉମାକାନ୍ତ ନାଥ, ସୁଦାମ ଖଣ୍ଡା ପ୍ରମୁଖ ଅର୍ଥ ପ୍ରଦାନ ପାଇଁ ସମ୍ମତି ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ଶିକ୍ଷୟିତ୍ରୀ ଅନିମା ଦାସ, ଅନୁସ୍ୱୟା ବାରିକ, ସ୍ୱର୍ଣ୍ଣପ୍ରଭା ନାୟକ, ଶିକ୍ଷକ ଅନିରୁଦ୍ଧ ଜେନା, ଚିତ୍ରମୋହନ ବେହେରା, ଶ୍ରୀରାମ ରଘୁ, ସହଦେବ ବେହେରା ଉପସ୍ଥିତ ରହିଥିଲେ ।


