ପ୍ରକଳ୍ପ ନିର୍ଦ୍ଦେଶକଙ୍କ ମହାନ୍ତିପଡା ଗ୍ରାମ ପଞ୍ଚାୟତ ପରିଦର୍ଶନ
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ମହାନ୍ତିପଡା ଗ୍ରାମ ପଞ୍ଚାୟତ ପରିଦର୍ଶନରେ ଭଦ୍ରକ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ମଧୁସୂଦନ ଦାଶ ଆସି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିବା ସହିତ ରେକର୍ଡ ଯାଞ୍ଚ କରିଥିବା ଜଣାଯାଇଛି । ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରିଣୀ ସଂଗୀତାରାଣୀ ପାଣିଗ୍ରାହୀ ସମସ୍ତ ରେକର୍ଡ ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଯାଞ୍ଚ ପାଇଁ ଦେଖାଇଥିଲେ । ବିଭିନ୍ନ ପେନସନ ଯୋଜନା, ଗ୍ରାମ ସଭା, ପଲ୍ଲୀ ସଭାରେ ମଞ୍ଜୁର ପ୍ରକଳ୍ପ, ପି.ଏମ୍.ଏ.ୱାଇ, ବି.ପି.ଜି.ୱାଇ, ସି.ଏଫ.ସି, ଏସ୍.ଏଫ.ସି, ମହିଳା ସଶକ୍ତିକରଣ ଯୋଜନା ଆଦି କାର୍ଯ୍ୟକାରିତାର ସମୀକ୍ଷା କରିବା ସହିତ ରେକର୍ଡ ପତ୍ର ଯାଞ୍ଚ କରିଥିଲେ । ସମସ୍ତ ଯୋଜନା ଗୁଡିକର କାର୍ଯ୍ୟକାରିତା ଉପରେ ପ୍ରକଳ୍ପ ନିର୍ଦ୍ଦେଶକ ସନ୍ତୋଷ ପ୍ରକାଶ କରିଥିବା ଜଣାଯାଇଛି । ସମୀକ୍ଷା ଓ ଯାଞ୍ଚ ବେଳେ ପୂର୍ବତନ ବିଧାୟକ ପ୍ରଫୁଲ୍ଲ ଜେନା, ନାଏବ ସରପଞ୍ଚ ଜଗନ୍ନାଥ ବେହେରା, ସମାଜସେବୀ ନନ୍ଦ କିଶୋର ନାୟକ, ଏମ୍.ବି.କେ ବିଦୁରିକା ଶୁକ୍ଳ, ବ୍ୟାଙ୍କ ମିତ୍ର ମମତା ଶତପଥି, ଜି.ପି.ଏଲ୍.ଏଫ ସଂପାଦିକା ଜାହ୍ନବି ଚୌଧୁରୀଙ୍କ ସମେତ ୱାର୍ଡ ସଭ୍ୟସଭ୍ୟା ଉପସ୍ଥିତ ଥିଲେ । ସେହିପରି ସହକାରୀ ଯନ୍ତ୍ରୀ ବଳରାମ ମହାନ୍ତି, କନିଷ୍ଠ ଯନ୍ତ୍ରୀ ଅନିରୁଦ୍ଧ ବିଶ୍ୱାଳ, ଜି.ପି.ଇ.ଓ ଜମାଦାର ମୁଣ୍ଡା, ଜିଆରଏସ ସୁବୋଧ ରାଉତ ଉପସ୍ଥିତ ରହି ସମୀକ୍ଷା ଓ ରେକର୍ଡ ଯାଞ୍ଚରେ ସହଯୋଗ କରିଥିଲେ ।


