ରିଲିଜ ହେଲା ଫିଲ୍ମ ‘କେଶରୀ’
ଆଜି ରିଲିଜ୍ ହୋଇଛି ବହୁ ପ୍ରତିକ୍ଷିତ ଫିଲ୍ମ ‘କେଶରୀ’ । ଫିଲ୍ମରେ ଅଭିନେତା ଅକ୍ଷୟ କୁମାର ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତିା ତାଙ୍କ ସହ ସ୍କ୍ରିନ୍ ଶେଆର କରିଛନ୍ତି ଚୁଲବୁଲି ନାୟିକା ପରିଣିତି ଚୋପ୍ରା। ‘କେଶରୀ’କୁ ପ୍ରଯୋଜନା କରିଛନ୍ତି କରନ୍ ଜୋହର, ଅରୁଣ ଭାଟିଆ, ହିରୋ ୟଶ୍ ଜୋହର, ଅପୂର୍ଭା ମେହେତା ଓ ସୁନୀର ଖେଟରପାଲ୍। ଏହି ଫିଲ୍ମଟି ଧର୍ମା ପ୍ରଡକ୍ସନ ବ୍ୟାନରରେ ପ୍ରସ୍ତୁତ କରାଯାଇଛି। ଫିଲ୍ମଟିକୁ ନିର୍ଦ୍ଦେଶନା ଦେଇଛନ୍ତି ଅନୁରାଗ ସିଂ। ଫିଲ୍ମର କାହାଣୀ ଗିରିଶ କୋହଲି ଓ ଅନୁରାଗ ସିଂ ମିଳିତ ଭାବେ ଲେଖିଛନ୍ତି। ‘କେଶରୀ’ର କାହାଣୀ ‘ସାରାଗଢ଼ି’ ଯୁଦ୍ଧ ଉପରେ ଆଧାରିତ। । ୮୦ କୋଟି ବଜେଟ୍ରେ ନିର୍ମିତ ଫିଲ୍ମଟି ସର୍ବମୋଟ ୪ ହଜାର ୨୦୦ଟି ସ୍କ୍ରିନ୍ରେ ଅର୍ଥାତ ଭାରତରେ ୩ ହଜାର ୬୦୦ ଓ ବିଦେଶରେ ୬୦୦ଟି ସ୍କ୍ରିନ୍ରେ ରିଲିଜ୍ କରାଯାଇଛି।। ଫିଲ୍ମଟି ଲୋକଙ୍କୁ ପସନ୍ଦ ଆସିବ ଓ ଏହା ବକ୍ସ ଅଫିସ୍ରେ ଭଲ ପ୍ରଦର୍ଶନ କରିବ ବୋଲି ଏହାର ନିର୍ମାତା ଆଶା ରଖିଛନ୍ତି।