ବେଆଇନ ବାଲି ଚାଲାଣ ପାଇଁ ଟଣାଓଟରା

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ଥାନା ଅଧିନରେ ଦୀର୍ଘଦିନ ଧରି ଚାଲିଥିବା ଚୋରା ବାଲି ଚାଲାଣ କିଛିଦିନ ହେବ ପ୍ରଶମିତ ହୋଇଛି । ବିଗତ ଦୁଇମାସ ଧରି ଥାନା ପକ୍ଷରୁ ମଞ୍ଜୁରୀରୋଡ ଠାରୁ ମଣିନାଥପୁର ଯାଏଁ ଚଢାଉ କରାଯାଇ ଅନେକ ବାଲିଗାଡି ଜବତ କରାଯାଇଥିବାରୁ ଚାଲାଣକାରୀଙ୍କ ମଧ୍ୟରେ ଏକପ୍ରକାର କୋକୁଆଭୟ ସୃଷ୍ଟି ହୋଇଯାଇଛି । ତଥାପି ପୁଲିସ ଯେତେ ଚାଲାଖ ହେଲେ ସୁଦ୍ଧା ବେଆଇନ ବାଲିଚାଲାଣକାରୀ ମାନେ ଆଉ ଦୁଇପାଦ ଆଗକୁ ଯାଇ ବିଭିନ୍ନ କୌଶଳ ଅବଲମ୍ବନ କରି ବାଲି ଚଲାଣ କରୁଥିବା ଜଣାପଡିଛି । ଏପରିକି ବାଲିଚାଲାଣ ପାଇଁ ଗୋଷ୍ଠୀ ବିବାଦ ମଧ୍ୟ ମୁଣ୍ଡ ଟେକିଲାଣି କହିଲେ ଅତ୍ୟୁକ୍ତି ହେବ ନାହିଁ । ମିଳିଥିବା ସୂଚନା ମୁତାବକ ଆଜି ସକାଳ ୯ଟାବେଳେ ମଣିନାଥପୁର ବୈତରଣୀ ନଦୀରୁ କିଛି ଟ୍ରାକ୍ଟର ବାଲିନେଇ ମାଳଦା ଅଞ୍ଚଳକୁ ଆସୁଥିବାବେଲେ ସ୍ଥାନୀୟ ବ୍ୟକ୍ତି ବିଶେଷ ଏହାକୁ ଅଟକ ରଖିଥିଲେ । ଏହାପରେ ସେମାନେ ଥାନା, ତହସିଲ ଓ ରାଜସ୍ୱନିରୀକ୍ଷକଙ୍କୁ ଖବର ଦେଇଥିବାବେଳେ ଗାଡି ଗୁଡିକ ରାସ୍ତା ଉପରେ ବାଲି ଢାଳିଦେଇ ଫେରିଯାଇଥିଲେ । ନିର୍ଭର ଯୋଗ୍ୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ମାଳଦା, ଜଳହରି, ନପଙ୍ଗ, ସାରଣା, ଜଳହରି, ଜୋରାଗଡିଆ ପ୍ରମୁଖ ସ୍ଥାନର କିଛି ଟ୍ରାକ୍ଟର ମାଲିକ ନଦୀରୁ ବାଲି ଆଣିବା ପାଇଁ ଚାହୁଁଥିବାବେଳେ ସେମାନଙ୍କୁ ନଦୀପାଶ୍ୱର୍ ମଣିନାଥପୁର, ଷୋଳମପୁର, ଦାଣ୍ଡକୂଳ, ନୂଆପଡା, ଖପୁରିଆପଦା ପ୍ରମୁଖ ଗ୍ରାମର ବାଲି ଚାଲାଣକାରୀ ଟ୍ରାକ । ଫଳ ସ୍ୱରୂପ ଘଟଣା କଥା କଟାକଟି ହେବାସହ ଗାଡି ଅଟକ ଯାଏଁ ପରିସ୍ଥିତି ସୃଷ୍ଟି ହେଉଛି । ତେଣୁ ବାଲି ଚାଲାଣ ନେଇ ଦୁଇଗୋଷ୍ଠୀ ମଧ୍ୟରେ ଏକ ଶୀତଳ ଯୁଦ୍ଧ ଆରମ୍ଭ ହେଉଥିବାବେଳେ ପରିସ୍ଥିତି ଅଣାୟତ ହେବା ପୂର୍ବରୁ ପ୍ରଶାସନ ଏହା ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ