ରାଇରଙ୍ଗପୁରରେ ଚାଷୀ ସଚେତନତା ରଥ ଶୁଭାରମ୍ଭ କଲେ ଉପଜିଲ୍ଲାପାଳ ଧର୍ମାନନ୍ଦ ବେହେରା

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ଖରିଫ ଋତୁର ଧାନ ଅମଳ ହେଲାଣି ।ବହୁ କଷ୍ଟ ଉପାର୍ଜିତ ଧାନ ଅମଳର ଉଚିତ ମୂଲ କିଭଳି ଚାଷୀ ପାଇବ ସେଥିପାଇଁ ସରକାର କିଛି ନିୟମନୀତି ରଖିଛନ୍ତି ।ଧାନ କିଭଳି ମଣ୍ଡି ଓ ଲେମ୍ପକୁ ଆସିବ,କେବେଠାରୁ ସରକାର ଧାନ କ୍ରୟ କରିବେ ,ଧାନର ଏଫକ୍ଯୁ ମାନ ହେବା ଦରକାର ,ଧାନ ରେ ବାଲି,ଗୋଡି,କୁଟ ବାହ୍ଯ ପଦାର୍ଥ ଶତକଡା ୬ରୁ ଅଧିକ ରହିବ ନାହିଁ ।ସେଥିପାଇଁ ଚାଷୀ ଯତ୍ନଶୀଳ ହୋଇ ମଣ୍ଡିକୁ ଧାନ ବିକ୍ରୟ କରିବା ପାଇଁ ଆଣିବେ ।ସାଧାରଣ ଧାନର ମୂଲ୍ୟ ୧୮୬୮ ଏବଂ ଗ୍ରେଡ ଏ ଧାନ ୧୮୮୮ଟଙ୍କା ସରକାର ଧାର୍ଯ୍ୟ କରିଛନ୍ତି ।ଚାଷୀମାନେ ରାଇରଙ୍ଗପୁର, ଗୋରୁମହିଷାଣୀ, ଗୁହାଳ ଡାଙ୍ଗିରୀ,ତିରିଂ, ବହଳଦା, ଝରାଡିହି, ଅସନା, ବିଶୋଇ, ବିଜାତଳା, ବଡାମତଳିଆ, ହାଟବାଦଡା, ଧାଙ୍ଗିଡିମୁତା, ଜାମଦା, ବଡ଼ଦୁନ୍ଦୁ ସରକାରୀ ଧାନ ବିକ୍ରୟ କେନ୍ଦ୍ରରେ ବିକି ପାରିବେ ।ଆସନ୍ତା ଡିସେମ୍ବର ୧୭ ତାରିଖ ଦିନ ମୟୂରଭଂଜରେ ଜିଲ୍ଲାପାଳଙ୍କ ଦ୍ବାରା ଧାନ କ୍ରୟର ଶୁଭାରମ୍ଭ ହେବ ।ଏଥିପାଇଁ ଗୁରୁବାର ଦିନ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ ଉପଜିଲ୍ଲାପାଳ ଧର୍ମାନନ୍ଦ ବେହେରାଙ୍କ ଦ୍ବାରା ଚାଷୀ ସଚେତନତା ରଥର ଶୁଭାରମ୍ଭ ହୋଇଥିଲା ।ଏହା ବାମନଘାଟୀ ଉପଖଣ୍ଡର ସମସ୍ତ ଅଂଚଳକୁ ଯାଇ ଚାଷୀମାନଙ୍କୁ ଧାନ କ୍ରୟର ଆଗୁଆ ସୂଚନା ଓ ସରକାରୀ ନିୟମ ନୀତି ଡାକବାଜି ଯନ୍ତ୍ର ଏବଂ ଲିଫଲେଟ ବଣ୍ଟନରେ ସୂଚନା ଦିଆଯିବ ।ଆଜି ବିଶୋଇ ବ୍ଳକର ଖଡମବେଡା,ମଣଦା ବିଜାତଳା ବ୍ଳକରେ ଚାଷୀଚ ସଚେତନତା ରଥ ପରିକ୍ରମା କରି ଚାଷୀମାନଙ୍କୁ ସୂଚନା ମାଧ୍ୟମରେ ଅବଗତ କରାଇଥିଲା ।କାରଣ ଗ୍ରାମାଞ୍ଚଳର ଚାଷୀ ଭାଇମାନେ ଧାନ ବିକ୍ରୟ ନେଇ ସରକାରଙ୍କ ନିତି ନିୟମ ଉପରେ ସଚେତନ ନାହାଁନ୍ତି ।ଏହି କାର୍ଯ୍ୟକ୍ରମରେ ରାଇରଙ୍ଗପୁର ନିୟନ୍ତ୍ରିତ ବଜାର କମିଟି ସଂପାଦକ ହେମନ୍ତ ନାଏକ,କୋପେରେଟିଭ ସଂପାଦକ ଏମ ହେମ୍ରମ, ବି ସି ବାସ୍କେ, ପି କେ ଟୁଡୁ,ଦିନେଶ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ