ମୟୂରଭଂଜରେ ଲୌହଖଣିରେ ବେକାର ଯୁବକଙ୍କୁ ନିଯୁକ୍ତି, ରୋଜଗାର ଓ ଶିଳ୍ପ ନେଇ ଭଂଜସେନାର ଏକ ଦିବସୀୟ ଅହରାତ୍ର ଅର୍ଥନୈତିକ ଅବରୋଧ

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ମୟୂରଭଂଜ ଜିଲ୍ଲାର ସୁଲାଇପାଟ, ଗୋରୁମହିଷାଣୀ, ବାଦାମପାହାଡ ଲୌହଖଣି ଦିର୍ଘବର୍ଷ ଧରି ଚାଲୁଛି ।ହେଲେ ଦୀପ ତଳ ଅନ୍ଧାର ଭଳି ଏହି ଲୌହ ଆଣି ଅଂଚଳରେ ବିକାଶର ଛାପ ନାହିଁ ।ଦିର୍ଘ ଦଶନ୍ଧି ଧରି ଶ୍ରମିକମାନେ ସେହି ଭଙ୍ଗା ନୁଆଁଣିଆ ଚାଳଘରେ ରହି ଆସୁଛନ୍ତି ।ଆର୍ଥିକ ବିକାଶ ଏହି ଅଂଚଳକୁ ଛୁଇଁ ନାହିଁ ।ଶିକ୍ଷା, ଗମାନଗମନ,ସ୍ବାସ୍ଥ୍ୟ, ପିଇବାପାଣି ସବୁଥିରେ ପଛୁଆ ।ସ୍ଥାନୀୟ ଯୁବକଙ୍କୁ ଲୌହଖଣିରେ ନିଜର ଯୋଗ୍ଯତା ଅନୁସାରେ ନିଯୁକ୍ତି ନାହିଁ । ଖାଲି ଲୌହ ପଥର ଉତ୍ତୋଳନ ଓ ପରିବହନ ହେଉଛି । ଏଥିରେ କମ୍ପାନୀ ଏବଂ ବିଭିନ୍ନ ରାଜନୈତିକ ଦଳର ବଡ଼ପଣ୍ଡାମାନେ ଲାଭାନ୍ବିତ ହେବା ସହ ଲୁହ ଝାଳ ଝରାଇ କାମ କରୁଥିବା ଶ୍ରମିକ ମାନଙ୍କର ବିକାଶ ନାହିଁ ।ନବୀକରଣ ଲୌହଖଣିରେ ସ୍ଥାନୀୟ ବେକାରଙ୍କୁ ନିଯୁକ୍ତି ନେଇ ମୟୂରଭଂଜର ଅଗ୍ରଣୀ ଅଣରାଜନୈତିକ ସଂଗଠନ ଭଂଜସେନା ପକ୍ଷରୁ ଆଜି ୨୪ଘଣ୍ଟିଆ ଅର୍ଥନୈତିକ ଅବରୋଧ କରାଯାଇଥିଲା ।ଗୋରୁମହିଷାଣୀ, ରାଇରଙ୍ଗପୁର, ବହଳଦା,ବିଶୋଇ, ଯଶିପୁର ଛକରେ ଲୁହାପଥର ପରିବହନ କରୁଥିବା ଟ୍ରକ ଗୁଡିକୁ ଭଂଜସେନାର କର୍ମିମାନେ ଶାନ୍ତି ଶୃଙ୍ଖଳାର ସହ ଅଟକ ରଖିଥିଲେ ।ଯଦି ସରକାର ଏବଂ ଲୌହଖଣି ମାଲିକମାନେ ଭଂଜସେନାର ଦାବି ଗୁଡିକ ନ ମାନନ୍ତି ଆଗାମୀ ଦିନରେ ଆନ୍ଦୋଳନକୁ ତିବ୍ରତର କରାଯିବ ବୋଲି ଭଂଜସେନା ମୁଖପାତ୍ର ମୋହିତ ବିଶୋଇ ,ବାମନଘାଟୀ ଉପଖଣ୍ଡ ସଭାପତି ସୌମିକ ବଳ(ଦୀପୁ)ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ