ମାନବଧିକାର ସଂଗଠନ ପକ୍ଷରୁ ଅନ୍ତରାଷ୍ଟ୍ରୀୟ ମାନବାଧିକାର ଦିବସ ପାଳିତ
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ମୟୁରଭଞ୍ଜ ଜିଲ୍ଲା ବହଳଦା ଠାରେ ମାନବଧିକାର ସଂଗଠନ ଏଚ୍.ଆର.ଓ୍ବାଇ.ଡି.ସି,ଇଣ୍ଡିଆ ପକ୍ଷରୁ ଅନ୍ତରାଷ୍ଟ୍ରୀୟ ମାନବଧିକାର ଦିବସ ପାଳିତ ହୋଇଯାଇଛି। ମାନବଧିକାର ସଂଗଠନ “ୟୁଥ ଡେଭେଲପମେଣ୍ଟ କାଉନ୍ସିଲ(ଓ୍ବାଇ.ଡି.ସି),ଇଣ୍ଡିଆ ର ରାଜ୍ୟ ସଂପାଦକ ମଧୁସୂଦନ ଦାସ’ଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଥିବା ଏହି ବିଶ୍ବ ମାନବଧିକାର ଦିବସ ୨୦୨୦’ ପାଳନ ଅବସରରେ ଉପସ୍ଥିତ ଥିବା ଜିଲ୍ଲା ସ୍ତରୀୟ କାର୍ଯ୍ୟକର୍ତ୍ତା’ଙ୍କ ସହିତ ବିଭିନ୍ନ ବିଷୟରେ ଆଲୋଚନା ହୋଇଥିଲା।ଆଲୋଚନାରେ ମୂଖ୍ୟତଃ ଗ୍ରାମାଞ୍ଚଳ ଗୁଡିକରେ ହେଉଥିବା ବାଲ୍ୟ ବିବାହ,ଶିଶୁ ଶ୍ରମିକ ପ୍ରଥା ଉପରେ ରୋକ ଲଗାଯିବା,ଭିନ୍ନକ୍ଷମ,ବୃଦ୍ଧ,ବୃଦ୍ଧା’ଙ୍କୁ ଶୋଷିତ ହେବାରୁ ରକ୍ଷା କରାଯିବା,ମହିଳା ମାନଙ୍କ ପ୍ରତି ଘଟୁଥିବା ଘରୋଇ ହିଂସା,ପୋଲିସ କର୍ମୀ ଓ ପ୍ରଶାସନ ଦ୍ବାରା ଆଇନ ଉଲ୍ଲଂଘନ କରାଯାଇ ମାନବଧିକାର ଉଲଂଘନ କରାଯିବା ତଥା ଜାତି,ଧର୍ମ,ବର୍ଣ୍ଣ ଏବଂ ଆର୍ଥିକ ଆଧାରରେ କାହାରିକୁ ହତାଦର ନକରାଯିବା,ଦିନ ମଜୁରିଆଙ୍କ ଶୋଷଣ ଏବଂ ସମସ୍ତ ଜନସାଧାରଙ୍କ ସ୍ବଭିମାନର ସହିତ ବଞ୍ଚିବାର ଅଧିକାର ରହିଛି ତେଣୁ ଅଞ୍ଚଳର ଲୋକେ ଯେପରି ମୌଳିକ ଅଧିକାରରୁ ବଞ୍ଚିତ ନ ହୁଅନ୍ତୁ ସେଥିପ୍ରତି ସଂଗଠନ ପକ୍ଷରୁ ଦୃଷ୍ଟି ଦିଆଯିବା ସହିତ ମାନବଧିକାର ର ଉଲଂଘନ ହେବା କ୍ଷେତ୍ରରେ ଆବଶ୍ୟକ ଅନୁସାରେ ସଂଗଠନ ପକ୍ଷରୁ ଉଚିତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ବିଷୟରେ ଆଲୋଚନା ହୋଇଥିଲା।ବୈଠକରେ ଜିଲ୍ଲା ସ୍ତରୀୟ କାର୍ଯ୍ୟକର୍ତ୍ତା’ଙ୍କ ମଧ୍ୟରେ ସର୍ବପରି ସଞ୍ଜୟ ପଲେଇ,ଶ୍ରୀମତୀ ଲଳିତା ମହାନ୍ତ,ବସନ୍ତ ସାଣ୍ଡିଲ,ବିକାଶ ଦାସ,କାର୍ତ୍ତିକ ମହାନ୍ତ,ଲକ୍ଷ୍ମୀଧର ମହାନ୍ତ ପ୍ରମୁଖ’ଙ୍କ ସହିତ ଅନ୍ୟାନ୍ୟ କାର୍ଯ୍ୟକର୍ତା ଉପସ୍ଥିତ ରହିଥିଲେ।


