ବଡ଼ ଡାଳିମା ଶାନ୍ତି ସାଧନ ଆଶ୍ରମରେ କରୋନା ପାଇଁ ପ୍ରସିଦ୍ଧ ପଣ୍ଡୁପୂର୍ଣିମାରେ ‘ଭକ୍ତମେଳା ଓ ଭକ୍ତ ଭୋଜନ’ସ୍ଥଗିତ

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ମୟୂରଭଂଜ ଜିଲ୍ଲାର ସିମାନ୍ତ ତିରିଂ ବ୍ଲକରେ ବଡ଼ ଡାଳିମା ଗାଁ ସନ୍ନିକଟ ଜାତୀୟ ରାଜପଥ ୨୨୦ ନମ୍ରର ରୁ ୧କିମି ଦୂର ଗୈବ ପର୍ବତରେ ପବିତ୍ର ପଣ୍ଡୁପୂର୍ଣିମାରେ ତ୍ରିଦିବସୀୟ ପଣ୍ଡୁମେଳା ପ୍ରତିବର୍ଷ ଅନୁଷ୍ଠିତ ହୁଏ ଏହି ପର୍ବତରେ ମହାନ ସନ୍ଥ ଗୈବାନନ୍ଦ ମହାରାଜ ତପସ୍ୟା ଓ ସାଧନା କରି ସିଦ୍ଧି ଲାଭ କରିଥିଲେ ।ତାଙ୍କର ଓଡିଶା ସମେତ ଜାମ୍ମୁ କାଶ୍ମିରରୁ ଦିଲ୍ଲୀ ପର୍ଯ୍ୟନ୍ତ ଲକ୍ଷ ଲକ୍ଷ ସାଧକ ଅଛନ୍ତି ।ପ୍ରତିବର୍ଷ ସେମାନେ ପଣ୍ଡୁପୂର୍ଣିମାରେ ନିଜର ସଦଗୁରୁଙ୍କୁ ଭକ୍ତି ,ପ୍ରଣାମ ଓ ଆଶୀର୍ବାଦ ନେବାପାଇଁ ପ୍ରବଳ ହାଡ଼ଭଙ୍ଗା ଶୀତକୁ ଖାତିର ନ କରି ଏହି ବଡ଼ଡାଳିମାସ୍ଥ ଶାନ୍ତି ସାଧନ ଆଶ୍ରମକୁ ଛୁଟି ଆସିଥାନ୍ତି ।ଗୈବ ପର୍ବତର ପାଦ ଦେଶରେ ଶାନ୍ତି ସାଧନ ଆଶ୍ରମ ଅବସ୍ଥିତ ଏବଂ ପର୍ବତର ଚୂଳରେ ମନ୍ଦିର ଅବସ୍ଥିତ ।ପର୍ବତର ପାଦ ଦେଶରୁ ଶିଖର ପର୍ଯ୍ୟନ୍ତ ପାହାଚ ନିର୍ମାଣ କରାଯାଇଛି ।ଏହି ପଣ୍ଡୁମେଳାକୁ ଆସୁଥିବା ସମସ୍ତ ଶ୍ରଧାଳୁମାନଙ୍କୁ ନିଶୁଳ୍କ ପେଟଭରା ଅନ୍ନ ପ୍ରସାଦ ଆଶ୍ରମ କମିଟି ତରଫରୁ ଦିଆଯାଏ । ସୂଚନାଯୋଗ୍ୟ ଯେ ଚଳିତ ବର୍ଷ ଡିସେମ୍ମବର ୩୦,୩୧ ଏବଂ ଜାନୁଆରୀ ୦୧ ତାରିଖ ପର୍ଯ୍ଯନ୍ତ ହେବାକୁ ଥିବା ପଣ୍ଡୁମେଳାକୁ ମହାମାରୀ କରୋନା ସଂକ୍ରମଣ ପାଇଁ ସରକାରଙ୍କ କୋଭିଡ଼ ଆଇନ କଟକଣା ଯୋଗୁଁ ଶାନ୍ତି ସାଧନ ଆଶ୍ରମ ଗୈବପର୍ବତ କମିଟି ତରଫରୁ ‘ଭକ୍ତମେଳା ଓ ଭକ୍ତ ଭୋଜନ’ସ୍ଥଗିତ କରାଯାଇଛି ବୋଲି କମିଟିର କାର୍ଯ୍ଯକାରିଣୀ ସମ୍ପାଦକ ଶ୍ରୀଧର ମହାପାତ୍ର ଗଣମାଧ୍ୟମକୁ ଦୁଖର ସହିତ ସୂଚାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ