ନନ୍ଦିପଦା ହାଇସ୍କୁଲରେ ମୋ ସ୍କୁଲ ଅଭିଯାନ ବୈଠକ

ହାଟଡ଼ିହି, (ବିକାଶ ବିଶ୍ୱାଳ): ହାଟଡିହି ବ୍ଲକ ନନ୍ଦିପଦା ଗ୍ରାମରେ ଥବବା ମୁକୁନ୍ଦ ଚରଣ ବିଦ୍ୟାମନ୍ଦିର ସ୍କୁଲରେ ମୋ ସ୍କୁଲ ଅଭିଯାନ ବୈଠକ ଅନୁଷ୍ଠିତ ହୋଇଯାଇଛି । ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଅନିରୁଦ୍ଧ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଦ୍ୟାଳୟର ବହୁ ପୁରାତନ ଛାତ୍ରଛାତ୍ରୀ ଯୋଗଦେଇ ମୋ ସ୍କୁଲ ଅଭିଯାନର ସଫଳତା ଉପରେ ଆଲୋକପାତ କରିଥିଲେ । ଏହି ଯୋଜନା ଦ୍ୱାରା ସ୍କୁଲର ବିଭିନ୍ନ ସମସ୍ୟାକୁ ଅତି ସହଜରେ ଦୁର କରାଯିବା ସହିତ ବିଦ୍ୟାଳୟ ଉନ୍ନତି କରଣ କାର୍ଯ୍ୟ ସହଜରେ ହୋଇ ପାରିବ ବୋଲି ମତବ୍ୟକ୍ତ କରିଥିଲେ । ସରକାରଙ୍କ ଏହି ଅଭିନବ ପ୍ରୟାସକୁ ସଫଳ କରିବାପାଇଁ ସେମାନେ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଏହି ଅବସରରେ ‘ମୋ ସ୍କୁଲ ଅଭିଯାନ’ର ସଭାପତି ଭାବେ ଦିଲ୍ଲିପ କୁମାର ଘୋଷଙ୍କୁ ଚୟନ କରାଯାଇଥିଲା । ପୂୁରାତନ ଛାତ୍ର ସୁଶିଲ କୁମାର ମୈକାପ, ଅମୁଲ୍ୟ ମହାନ୍ତି, ସତ୍ୟବ୍ରତ ପଣ୍ଡା, ଲୋକନାଥ ନାୟକ, ପ୍ରଭାସ ନାରାୟଣ ପାଣିଗ୍ରାହୀ ପ୍ରମୁଖଙ୍କୁ ନେଇ ଏକ କମିଟି ଗଠନ କରାଯିବା ସହିତ ୧୯୫୬ ମସିହାରୁ ୨୦୨୦ ପର୍ଯ୍ୟନ୍ତ ସମସ୍ତ ପୁରାତନ ଛାତ୍ରଛାତ୍ରୀଙ୍କୁ ସାମିଲ କରିବାପାଇଁ ନିଷ୍ପତି ନିଆଯାଇଥିଲା । ପ୍ରଶାନ୍ତ ମୈକାପ, ଗୋଲକ ଜେନା, ରାଜେଶ ସୁଆର, ପ୍ରଦୀପ ସାହୁ, ପ୍ରଭାସ ପାଣିଗ୍ରାହୀ, ବଟକୃଷ୍ଣ ବେହେରା, ପ୍ରମୋଦ ଦାସ, ସରୋଜ ଦାସ, ଗୋକୁଳି ନାୟକ, ଯୁଦ୍ଧିଷ୍ଠିର ଦାସ, ସହଦେବ ଦାସ ପ୍ରମୁଖ ଯୋଗଦେଇଥିଲେ । ଶିକ୍ଷକ ନରେନ୍ଦ୍ର ପ୍ରସାଦ ବେହେରା ପ୍ରାରମ୍ଭିକ ସୁଚନା ପ୍ରଦାନ କରିଥିବାବେଳେ ଦେବାଶିଷ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଶିକ୍ଷକ ପାଣ୍ଡବ ସାହୁ, ସୌମ୍ୟାପ୍ରୀୟା ସ୍ୱାଇଁ, ମୋନାଲିସା ଜେନା, ସର୍ମିଷ୍ଠା ମହାନ୍ତି, ବନମାଳୀ ଦାସ, ଶଶିକାନ୍ତ ଜେନା ପ୍ରମୁଖ କାର୍ଯ୍ୟକ୍ରମ ପରିତଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ