ଧର୍ମପରାୟଣଙ୍କ ପରଲୋକ
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ରହଣିଆ ପଞ୍ଚାୟତ ଆକୁଲିକଣା ଗ୍ରାମର ଧର୍ମପରାୟଣ ଶ୍ରୀ ଧର ସ୍ୱାଇଁଙ୍କ ଆଜି ଆଜି ଦିନ ପ୍ରାୟ ୩ଟାବେଳେ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୯୫ବର୍ଷ ବୟସ ହୋଇଥିଲା । ସେଜଣେ ମେଳାପୀ, ପରୋପକାରୀ ଓ ଧର୍ମପରାୟଣ ବ୍ୟକ୍ତି ଭାବେ ଗ୍ରାମରେ ପରିଚିତ ଥିବାବେଳେ ବାର୍ଦ୍ଧକ୍ୟ ଜନିତ କାରଣ ଯୋଗୁ ଅନେକ ଦିନ ଧରି ଶଯ୍ୟାଶାୟୀ ଥିଲେ । ଆଜି ମୃତ୍ୟୁ ଶଯ୍ୟା ନିକଟରେ ଭାଇ ଜୟୀରାମ, ରବିନ୍ଦ୍ରଙ୍କ ସମେତ ପୁଅ ବିରେନ୍ଦ୍ର, ସୁରେନ୍ଦ୍ର, ନରେନ୍ଦ୍ର, ମହେନ୍ଦ୍ର, ନାତି ଶିବାନୀ, ଜାପାନୀ, ଚିନ୍, ସଚିନ ସମେତ ବହୂ, ଝିଅ, ଜ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ । ମୃତ୍ୟୁ ଖବର ପାଇ ଆତ୍ମୀୟ ସ୍ୱଜନ ବାସଭବନରେ ପହଞ୍ଚି ପାର୍ଥିବ ଶରୀରର ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି । ଘର ଅଗଣାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିବାବେଳେ ବଡପୁଅ ମୁଖାଗ୍ନି ଦେଇଛନ୍ତି ।


