୧୫ ମାସ ତଳେ ପାଣିରେ ପଡ଼ିଯାଇଥିଲା ଆଇଫୋନ୍ ୟୁଟ୍ୟୁବର୍, ଏବେ ଠିକ କାମକରୁଛି

ନିକଟରେ ଭାଇରାଲ୍ ହୋଇଥିବା ଜଣେ ୟୁଟ୍ୟୁବର୍ଙ୍କ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି । ଭିଡିଓରେ ଦେଖିବାକୁ ମିଳିଛି ଯେ ୧୫ ମାସ ତଳେ ପାଣିରେ ପଡ଼ିଯାଇଥିବା ଏକ ଆଇଫୋନ୍ଟିକୁ ୟୁଟ୍ୟୁବର୍ର ଖୋଜିପାଇଛନ୍ତି । ପାଇବା ପରେ ଫୋନ୍ରେ ଲାଗିଥିବା ୱାଟର୍ ପ୍ରୁଫ୍ କଭର୍ଟିକୁ ଖୋଲିଦେଖନ୍ତି ତ ଫୋନ୍ଟିକୁ ପୂର୍ବ ପରି କାମ କରୁଛି । ଫୋନ୍ଟିକୁ ପାଇବା ପରେ ୟୁଟ୍ୟୁବର୍ ଫୋନର ଅସଲ ମାଲିକକୁ ଫୋନ୍ଟିକୁ ହସ୍ତାନ୍ତର କରାଇଛନ୍ତି ।
“ନୁଗେଟନୋଜିନ୍’ ୟୁଟ୍ୟୁବ୍ ଚ୍ୟାନେଲ୍ରେ ଭିଡିଓଟି ଅପ୍ଲୋଡ୍ ହେବା ପରେ ଏହାକୁ ଅନେକ ଲୋକ ଦେଖିବା ସହ ସେୟାର୍ ମଧ୍ୟ କରିଛନ୍ତି । ୭.୪ ଲକ୍ଷ ସବ୍ସ୍କ୍ରାଇବର୍ ଥିବା ଏହି ଚ୍ୟାନେଲ୍ର ଭିୟୁ ସଂଖ୍ୟା କହିଲେ ନସରେ । ତେବେ ଭିଡିଓଟିକୁ ନିଜ ଚ୍ୟାନେଲ୍ରେ ଅପ୍ଲୋଡ୍ କରିଥିବା ୟୁଟ୍ୟୁବର୍ ଜଣଙ୍କ ୧୨ ବର୍ଷ ବୟସରୁ ବିଭିନ୍ନ ପୁରୁଣା ଜିନିଷକୁ ଖୋଜି ତାହାକୁ ଭିଡିଓ କରି ନିଜ ଚ୍ୟାନେଲ୍ରେ ଅପ୍ଲୋଡ୍ କରନ୍ତି । ତାଙ୍କର ଏପରି କାମ ପାଇଁ ସେ ଖୁବ୍ ପ୍ରସିଦ୍ଧ । ନିକଟରେ ପାଇଥିବା ଆଇଫୋନ୍ ତାଙ୍କୁ ଆହୁରି ବି ଲୋକପ୍ରିୟ ସଜାଇଛି । ୟୁଟ୍ୟୁବର୍ ଫୋନ୍ଟିକୁ ତା’ର ଅସଲ ମାଲିକଙ୍କୁ ଧରାଇବା ପରେ ଖୁସିରେ ଆତ୍ମହରା ହୋଇପଡ଼ିଛନ୍ତି ଫୋନ୍ ମାଲିକ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ