ଘର ଉପରେ ପଡିଲା ଆମ୍ବ ଗଛ : ଚାପି ହୋଇ ଆଈ ମୃତ, ନାତୁଣୀ ଆହତ

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଫୁଲବାଣୀ ସହର ପିଅନପଡାଠାରେ ଆଜି ସନ୍ଧ୍ୟାରେ ଘଟିଛି ଏକ ଅଭାବନୀୟ ଦୁଃଖଦ ଘଟଣା । ଏକ ଘ‌ର ଉପରେ ଆମ୍ବଗଛ ପଡିବାରୁ ଚାପି ହୋଇ ବୃଦ୍ଧା ଆଈର ମୃତ୍ୟୁ ହୋଇଥିବା ବେଳେ ୩ ବର୍ଷର ନାତୁଣୀ ଆହତ ହୋଇଛି।ମିଳିଥିବା ସୂଚନା ଅନୁଯାୟୀ ପେଞ୍ଜିସାହିର ସୁକୁମଣି ବେହେରା (୭୦) ଝିଅ ଘର ପିଅନପଡାକୁ ଯାଇଥିଲେ । ଆଜି ସନ୍ଧ୍ୟାରେ ସେ ୩ ବର୍ଷର ନାତୁଣୀକୁ ଧରି ଘର ସମ୍ମୁଖରେ ଠିଆ ହୋଇଥିଲେ । ପାଖରେ ଥିବା ଏକ ଆମ୍ବଗଛ ଘର ଉପରେ ପଡିଥିଲା। ଏଥିରେ ସୁକୁମଣି ଓ ନାତୁଣି ଚାପି ହୋଇ ରହିଥିଲେ । ଖବର ପାଇଁ ପୁଲିସ ଓ ସ୍ଥାନୀୟ ଲୋକ ପହଞ୍ଚି କଟର ସାହାଯ୍ୟରେ ଗଛକୁ କାଟି ସୁକୁମଣି ଓ ନାତୁଣୀକୁ ବାହାର କରିଥିଲେ। ହେଲେ ସେତେବେଳକୁ ସୁକୁମଣିଙ୍କର ମୃତ୍ୟୁ ହୋଇ ଯାଇଥିଲା । ନାତୁଣୀ ଆହତ ହୋଇଥିବା ବେଳେ ତାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଏହି ଦୁଃଖଦ ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଶୋକରଛାୟା ଖେଳିଯାଇଛି । ଏ ନେଇ ଏକ ମାମଲା ରୁଜୁ କରାଯାଇଛି ବୋଲି ଫୁଲବାଣୀ ଟାଉନ ଥାନାଧିକାରୀ ସୁଶାନ୍ତ କୁମାର ସେଠୀ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ