ସ୍ୟାଣ୍ଡ ଆର୍ଟ ମାଧ୍ୟମରେ ଦେଶବାସୀଙ୍କୁ ଅଭିନ୍ଦନ ଜଣାଇଲେ ମାନସ

ଋଙ୍ଗର ପର୍ବ ହୋଲି ଏକ ଗଣଉତ୍ସବ ହୋଇଥିବାରୁ ଏହି ପର୍ବକୁ ଉତ୍ସାହ ମୁଖର ହୋଇ ପାଳନ କରିଥାନ୍ତି ସମଗ୍ର ଦେଶବାସୀ । ହୋଲି ପର୍ବ ଅବସରରେ ବିଶ୍ୱ ପ୍ରସିଦ୍ଧ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ପୁରୀ ସମୁଦ୍ରକୂଳ ନିକଟରେ ଥିବା ମାନସ ସାହୁ ସ୍ୟାଣ୍ଡ ଆର୍ଟ ପାର୍କଠାରେ ଏକ ରାଧା କୃଷ୍ଣଙ୍କ ବାଲୁକା ପ୍ରତିମୁର୍ତ୍ତି ଅଙ୍କନ କରିଛନ୍ତି । ଏହି ପ୍ରତିମୁର୍ତ୍ତି ଟିରେ ଭଗବାନ ରାଧା କୃଷ୍ଣ ପ୍ରାକୃତିକ ରଙ୍ଗରେ ଅବୀର ଖେଳିବାର ଦୃଶ୍ୟ ସହ ଶୁଭେଚ୍ଛା ଜଣାଇବାର ଚିତ୍ର ଦେଖିବାକୁ ମିଳିଛି । ୧୫ ଫୁଟ ଉଚ୍ଚତା ବିଶିଷ୍ଟ ଏହି ପ୍ରତିମୁର୍ତ୍ତି ଟିକୁ ତିଆରି କରିବାକୁ ୧୫ଟନ ବାଲିର ବ୍ୟବହାର କରାଯାଇଛି ଓ ଏଥିପାଇଁ ଶ୍ରା ସାହୁଙ୍କୁ ଦୀର୍ଘ ୮ଘଣ୍ଟା ସମୟ ଲାଗିଥିବାର ଜଣାପଡିଛି । ଏହା ସହ ରାସାୟନିକ ରଙ୍ଗର ବର୍ଜନ କରି ପରିବେଶ ଅନୁକୁଳ ଓ ସୁରକ୍ଷା ପ୍ରତି ଦୃଷ୍ଟି ଦେଇ ପ୍ରାକୃତିକ ଅବୀରରେ ହୋଲି ଖେଳିବାକୁ ପରାମର୍ଶ ଦେବାସହ ଶ୍ରୀ ସାହୁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ