ସରପଞ୍ଚ ଉପନିର୍ବାଚନ ଉପଲକ୍ଷେ ବିଜେଡିର ସକ୍ରିୟ କର୍ମୀ ବୈଠକ

ବୁଗୁଡା,(ଅନିଲ କୁମାର ମହାରଣା): ବୁଗୁଡା ବ୍ଲକ ଅନ୍ତର୍ଗତ କଦମ୍ବ ମଠ ପରିସରରେ ବିଜୁ ଜନତା ଦଳର ସକ୍ରିୟ କର୍ମୀଙ୍କ ଏକ ବୈଠକ ଡିସେମ୍ବର ୧୨ ତାରିଖ ଦିନ ଅନୁଷ୍ଠିତ ହୋଇଥିଲା। ଏଥିରେ ପୋଲସର ବିଧାୟକ ଶ୍ରୀକାନ୍ତ ସାହୁ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଜିଲ୍ଲା ପରିଷଦ ସଦସ୍ୟ ରେବତୀ ମୋହନ ନାୟକ ଅଧ୍ୟକ୍ଷତା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ବେହେରା, ପୂର୍ବତନ ସରପଞ୍ଚ ତଥା ଜିଲ୍ଲା ପରିଷଦ ସଦସ୍ୟ ଦେବରାଜ ବେହେରା, ପୂର୍ବତନ ସରପଞ୍ଚ କବିରାଜ ଗୌଡ଼, ଗୋଲିଆ ପାଞ୍ଚାୟତ ଯୁବ ନେତା ମାନସ ପ୍ରଧାନ ଙ୍କ ସମେତ ବହୁ ସକ୍ରିୟକର୍ମୀ ଯୋଗଦେଇଥିଲେ। ଏହି ବୈଠକରେ ମୂଖ୍ୟତଃ ଆସନ୍ତା ଡିସେମ୍ବର ୨୨ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବି.କରଡ଼ାବାଡ଼ି ଗ୍ରାମ ପାଞ୍ଚାୟତ ସରପଞ୍ଚ ଉପନିର୍ବାଚନ ବିଷୟରେ ଆଲୋଚନା ହୋଇଥିଲା। ବିଜେଡ଼ି ସମର୍ଥିତ ସରପଞ୍ଚ ପ୍ରାର୍ଥୀଙ୍କୁ ଜୟଯୁକ୍ତ କରିବା ପାଇଁ ସମସ୍ତ କର୍ମୀ ସକ୍ରିୟ ଭାବେ କାର୍ଯ୍ୟ କରିବାକୁ ବିଧାୟକ ଶ୍ରୀ ସାହୁ ପରାମର୍ଶ ଦେଇଥିଲେ। ନିର୍ବାଚନ ପରିଚାଳନା ପାଇଁ ବିସ୍ତୃତ ଭାବେ ଆଲୋଚନା କରାଯାଇଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ