ତିନି ସାମ୍ବାଦିକଙ୍କ ଉପରୁ ମିଥ୍ୟା ମକଦ୍ଦମା ପ୍ରତ୍ୟାହାର କରାଯାଉ

ବୁଗୁଡା,(ଅନିଲ କୁମାର ମହାରଣା): ବୁଗୁଡାର ପୂର୍ବତନ ବିଇଓ ରସାନନ୍ଦ କର ବୁଗୁଡାର ପ୍ରମେୟ ପ୍ରତିନିଧି , ବଡ ଖବର ପ୍ରତିନିଧି ଓ ଓଟିଭି ପ୍ରରିନିଧିଙ୍କ ବିରୋଧରେ ଦାଦା ବଟି ମାଗିବା ଅଭିଯୋଗ କରି ଅକ୍ଟୋବର ୨୨ ତାରିଖରେ ବୁଗୁଡା ଥାନାରେ ଅଭିଯୋଗ ପରେ ତିନି ସାମ୍ବାଦିକଙ୍କ ନାମରେ ମାମଲା ରୁଜୁ ହୋଇ ଜେଲ ଯାଇ ଜାମିନରେ ଆସିଛନ୍ତି। ପ୍ରକୃତରେ କଣ ଏହି ତିନି ଜଣ ସାମ୍ବାଦିକ ଦାଦା ବଟି ମାଗିବାକୁ ଯାଇଥିଲେକି ? ଅକ୍ଟୋବର ୧୬ ତାରିଖ ଦିନ ଏହି ତିନିଜଣ ସାମ୍ବାଦିକ ବିଜ୍ଞାପନ ବିଷୟରେ ଆଲୋଚନା କରିବାକୁ ବିଇଓଙ୍କ ନିକଟକୁ ଯାଇଥିଲେ। ସେଦିନ ଅଫିସରେ ବିଇଓ ଅନୁପସ୍ଥିତ ଥିବାରୁ ଏବିଇଓ ପ୍ରମୋଦ ଚନ୍ଦ୍ର ସେନାପତିଙ୍କୁ ପଚାରି ଥିଲେ। ଶ୍ରୀ ସେନାପତି କହିଥିଲେ ଯେ ବିଇଓ ଶ୍ରୀ କର ଛତ୍ରପୁରକୁ ବୈଠକରେ ଯୋଗଦେବାକୁ ଯାଇଛନ୍ତି । ବାହାରେ ଥିବା ଜଣେ ବ୍ୟକ୍ତି ସାମ୍ବାଦିକ ମାନଙ୍କୁ କହିଲେଯେ ବିଇଓଙ୍କ ସ୍ତ୍ରୀ ଗର୍ଭବତୀ ଥିବାରୁ ସେ ବହୁ ସମୟ ଅଫିସରେ ଅନୁପସ୍ଥିତ ରହ ନିଜ ସ୍ତ୍ରୀଙ୍କ ନିକଟରେ ରହୁଛନ୍ତି। ଏହାଶୁଣି ସାମ୍ବାଦିକମାନେ ଡ଼ିଇଓ ଙ୍କ ନିକଟକୁ ଫୋନ କରି ବୁଝିଲେ ଯେ ଛତ୍ରପୁରରେ କୌଣସି ବୈଠକ ନାହିଁ। ତେଣୁ ସେମାନେ ଏବିଇଓ ଶ୍ରୀ ସେନାପତିଙ୍କୁ କାହାକୁ ଦାୟିତ୍ୱ ଦେଇଛନ୍ତି ବୋଲି ପାଚାରିବାରୁ ସେ ସକାଳେ ମୌଖିକ ଭାବେ କହି ଯାଇଥବା ଉତ୍ତର ଦେଇଥିଲେ। ଏଥିରୁ ବିଇଓ ଅଫିସରେ ଅନୁପସ୍ଥିତ ଥିବା ପ୍ରମାଣିତ ହେଉଥିଲେ ମଧ୍ୟ ସାମ୍ବାଦିକମାନେ ବିଇଓଙ୍କ ଚେମ୍ବର ଖୋଲି ଫୋଟ ଉଠାଇ ଥିଲେ,ହୁଏତ ତାହା ସେମାନଙ୍କ ଭୁଲ ହୋଇଥାଇପାରେ । ତାପରେ ଏହି ତିନି ସାମ୍ବାଦିକ ମିଶି ବିଡ଼ିଓଙ୍କ ନିକଟକୁ ଯାଇ ବିଡ଼ିଓ ଅଫିସରେ ପହଞ୍ଚିଲା ବେଳେ ବିଇଓ ରସାନନ୍ଦ କର ସାମ୍ବାଦିକ ଜଣଙ୍କୁ ଫୋନ କରି କହିଲେଯେ ମୁଁ ଛତ୍ରପୁର ଯାଉଥିଲି ଅଧରାସ୍ତାରୁ ଫେରି ଆସିଲି ଆପଣମାନେ ଅଫିସକୁ ଆସନ୍ତୁ କଥାହେବା। ତିନି ସାମ୍ବାଦିକ ଫେରି ବିଇଓଙ୍କ ଚେମ୍ବରକୁ ଯାଇଥିଲେ। ବିଇଓ ଦୁଇ ହଜାର ଟଙ୍କା ଲେଖାଏଁ ବିଜ୍ଞାପନ ଦେବାକୁ ରାଜି ହୋଇଥିଲେ ମଧ୍ୟ ବିଇଓ ଅନୁପସ୍ଥିତ ଥିବା ଜାଣିବା ପରେ ସାମ୍ବାଦିକ ମାନେ ବିଜ୍ଞାପନ ପାଇଁ ଅଧିକ ଟଙ୍କା ଦାବି କରିଥିଲେ। ବିଇଓ ଏତେ ଗୁଡିଏ ଟଙ୍କା ଦେଇ ପାରିବି ନାହିଁ ବୋଲି କହିବା ସହ ପୁଣି ଚିନ୍ତା କରି ବୁଗୁଡାର ପ୍ରମେୟ ସାମ୍ବାଦିକଙ୍କୁ କହିଲେ ମୁଁ ତାଙ୍କୁ ଟଙ୍କା ଦେବି ବୋଲି କହିଥିଲେ। ଅକ୍ଟୋବର ୧୭ ତାରିଖ ଦିନ ବିଇଓ ଶ୍ରୀ କର ପ୍ରମେୟ ସାମ୍ବାଦିକଙ୍କୁ ଫୋନକରି ରେକଡ଼ିଂ କରିଥିଲେ।ପ୍ରମେୟ ସାମ୍ବାଦିକ ୫ ହଜାର ଲେଖାଁଏ ୧୫ ହଜାର ଟଙ୍କା ଦେବାକୁ କହିବାରୁ ବିଇଓ ମୁଁ ଏତେ ଗୁଡିଏ ଟଙ୍କା ଦେଇପାରିବି ନାହିଁ କହିଥିଲେ। ଯାହା ଫଳରେ ସାମ୍ବାଦିକମାନେ ବିଇଓ ଅଫିସରେ ଅନୁପସ୍ଥିତ ରହୁଥିବା ନେଇ ଖବର ବାହାର କରିଥିଲେ। ସାମ୍ବାଦିକ ତିନି ଜଣଙ୍କ ଏହି ଭୁଲ ପାଇଁ ବିଇଓ ଶ୍ରୀ କର ୨୨ ତାରିଖ ଦିନ ବୁଗୁଡା ଥାନାରେ ଦାଦା ବଟି ମାଗିଲେ, ନଦେବାରୁ ମୁଁ ଅନୁପସ୍ଥିତ ରହିବା ନେଇ ମିଥ୍ୟାରେ ସମ୍ବାଦ ପ୍ରକାଶ କରିଛନ୍ତି ବୋଲି ଲିଖିତ ଅଭିଯୋଗ ଦେଲେ। ଏତଲାରେ ଶ୍ରୀ କର ଦର୍ଶାଇଛନ୍ତି ଯେ ୧୬ ତାରିଖ ଦିନ ସେ ତାକରଡ଼ା ସ୍କୁଲ ପରିଦର୍ଶନ କରିବାକୁ ଯାଇଥିଲେ। ଏମଧ୍ୟରେ ତିନି ସାମ୍ବାଦିକ ନାମରେ ମାମଲା ରୁଜୁ ହେଲା, ତିନିଜଣ ଜେଲଯାଇ ବେଲରେ ଆସିଲେ ଓ ବିଇଓ ବୁଗୁଡ଼ାରୁ କନ୍ଧମାଳ ଦାରିଙ୍ଗିବାଡ଼ି ବ୍ଲକ ବିଇଓ ଭାବେ ବଦଳି ହେଲେ। ପ୍ରଶ୍ନ ଉଠୁଛି ସାମ୍ବାଦିକ ତିନିଜଣ ବିଇଓ ଅଫିସରୁ ଚାଲିଯାଇଥିଲେ ମଧ୍ୟ ବିଇଓ ସେହି ତିନି ଜଣ ସାମ୍ବାଦିକଙ୍କୁ କାହିଁକି ଫୋନ କରି ଡାକିଲେ ? ଅକ୍ଟୋବର ୧୬ ତାରିଖରେ ଏବିଇଓ ଶ୍ରୀ ସେନାପତି କହିଥିଲେ ବିଇଓ ଶ୍ରୀକର ଛତ୍ରପୁର ବୈଠକରେ ଯୋଗଦେବାଙ୍କୁ ଯାଇଛନ୍ତି,ସାମ୍ବାଦିକ ମାନଙ୍କୁ ବିଇଓ କହିଲେ ଅଧା ରାସ୍ତାରୁ ଫେରିଆସିଲି। ତେବେ ଥାନାରେ ଅକ୍ଟୋବର ୨୨ ତାରିଖରେ ଦେଇଥିବା ଏତଲାରେ ବିଇଓ ଶ୍ରୀକର ଅକ୍ଟୋବର ୧୬ ତାରିଖରେ ତାକାରଡ଼ା ସ୍କୁଲ ପରିଦର୍ଶନରେ ଯାଇଥିଲେ ବୋଲି ଦର୍ଶାଇ ଅଭିଯୋଗ କରିଛନ୍ତି କିପରି ? ଅକ୍ଟୋବର ୧୬ ତାରିଖ ଦିନ ସାମ୍ବାଦିକ ତିନିଜଣ ବିଇଓଙ୍କୁ ଭେଟିଥିବା ବେଳେ ୬ ଦିନ ପରେ ଅକ୍ଟୋବର ୨୨ ତାରିଖ ଦିନ ଥାନାରେ ଅଭିଯୋଗ ଦେବା ସନ୍ଦେହ ଘେରକୁ ଆସୁ ନାହିଁକି ? ଅକ୍ଟୋବର ୨୦ ତାରିଖ ଦିନ ନରସିଂହପାଟଣା ଗ୍ରାମବାସୀ ସ୍କୁଲ ଫାଟକରେ ତାଲା ପକାଇ ଧାରଣାରେ ବସିଥିଲେ। ଦିନ ୧୨ ଘଣ୍ଟା ପର୍ଯ୍ୟନ୍ତ ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷୟିତ୍ରୀ ବାହାରେ ଛିଡା ହୋଇ ବିଇଓ ଅଫିସକୁ ଫୋନ କରିଥିଲେ ମଧ୍ୟ ବିଇଓ ଶ୍ରୀ କର ନିଜେ ଯାଇନଥିଲେକି କାହାକୁ ପଠାଇ ନଥିଲେ। ନରସିଂହପାଟଣା ଗ୍ରାମବାସୀ ମାନେ ସେହି ଦିନ ୧୨ ଟା ପରେ ବୁଗୁଡା ବିଇଓ ଶ୍ରୀ କରଙ୍କୁ ଦାବିପତ୍ର ଦେବାକୁ ଆସିଲା ବେଳେ ସେ ଅଫିସରେ ଅନୁପସ୍ଥିତ ଥିଲେ। ଏତେ ବଡ ଘଟଣା ସମୟରେ ସେ କାହିଁକି ଅନୁପସ୍ଥିତ ଥିଲେ ଉତ୍ତରଦାୟୀ ନୁହଁନ୍ତି କି ? ସେହିପରି ସଦାଶିବପୁର ଗ୍ରାମବାସୀମାନେ ବିଇଓ ରସାନନ୍ଦ କରଙ୍କୁ ଲିଖିତ ଅଭିଯୋଗ ଦେଇଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରିନଥିବା ଯୋଗୁଁ ଗତ ଡିଦେମ୍ବର ୧୦ ତାରିଖରେ ଗ୍ରାମବାସୀ ବ୍ରହ୍ମପୁର ଡ଼ିଇଓ ଅଫିସ ଘେରାଉ କରିଥିଲେ। ଶ୍ରୀ କର ଅଫିସରେ ବହୁ ସମୟ ଅନୁପସ୍ଥିତ ରହିବା ବେଳେ ତାଙ୍କର ଡାଇର ବିବରଣୀ ବିଷୟ ଓ ବିଭିନ୍ନ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ କରିଥିବା ଫୋନ କଥାବାର୍ତ୍ତା ଯାଞ୍ଚ କଲେ ବହୁ ଗୁମର ପଦାକୁ ଆସିପାରିବ। ଏହି ବିଷୟ ନେଇ ତଦନ୍ତ କରାଯାଇ ସାମ୍ବାଦିକ ମାନଙ୍କ ଉପରୁ ମିଥ୍ୟା ମକଦ୍ଦମା ପ୍ରତ୍ୟାହାର କରାଯାଉ ବୋଲି ବୁଗୁଡା ପ୍ରେସ କ୍ଳବ ସଭାପତି ଅନିଲ କୁମାର ମହାରଣା ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ