ମହାବୀର କ୍ଲବ ଜୁନିୟର କ୍ରିକେଟ ଟୁର୍ଣ୍ଣାମେଣ୍ଟ ; ମହେଶପୁର ଚାମ୍ପିୟାନ

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ମଞ୍ଜୁରୀରୋଡ ସ୍ଥିତ ଡାକ୍ତରଖାନା ପଡିଆ ଠାରେ ମହାବୀର କ୍ଲବ ଜୁନିୟର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଉଦଯାପନୀ ଫାଇନାଲ ମ୍ୟାଚ ମା ମଙ୍ଗଳା କ୍ରିକେଟ ଟିମ ମହେଶପୁର ସହିତ ଜୟ ବଜରଙ୍ଗବାଲି କ୍ରିକେଟ ଟିମ ରାଜେନ୍ଦ୍ରପୁର ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମହେଶପୁର ଦଳ ଚାମ୍ପିୟାନ ଆଖ୍ୟା ଅର୍ଜନ କରିଥିଲା । ମହେଶପୁର କ୍ରିକେଟ ଟିମ ଟସ ଜିତି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୫ ଓଭରରେ ୬ଉଇକେଟ ହରାଇ ୧୩୬ରନ ସଂଗ୍ରହ କରିଥିଲା । ଜବାବରେ ରାଜେନ୍ଦ୍ରପୁର କ୍ରିକେଟ ଟିମ ୨୦ଓଭରରେ ୭ଉଇକେଟ ହରାଇ ୧୦୬ରନ କରି ପରାସ୍ତ ହୋଇଥିଲା । ବିଶ୍ୱଜିତ ପଲାଇଙ୍କ ସଂଚାଳନାରେ ଅନୁଷ୍ଠିତ ପୁରସ୍କାର ବିତରଣ ସଭାରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ଧ୍ରୁବ ଚରଣ ବାରିକ, ସମ୍ମାନୀତ ଅତିଥି ଭାବେ ମହାବୀର କ୍ଲବର ସମ୍ପାଦକ ଧନେଶ୍ୱର ସ୍ୱାଇଁ, ଶରତ ଚନ୍ଦ୍ର ବାରିକ, ଦୁର୍ଗାପ୍ରସାଦ ଜେନା, ଓଜେଶ ନାୟକ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଚମ୍ପିୟାନ ରନଅର୍ସଅପ ଟିମକୁ ପୁରସ୍କୃତ କରିଥିଲେ । ମ୍ୟାନ ଅଫ ଦି ମ୍ୟାଚ ଓ ସିରିଜ ଭାବେ ମହେଶ୍ୱର ପଢିଆରୀ, ବେଷ୍ଟବୋଲର ମିଷ୍ଟର ମଧୁଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଅମ୍ପେୟାର ଭାବେ ବିକାଶ ପଣ୍ଡା ଓ ଶ୍ରୀକାନ୍ତ ବାରିକ ଖେଳ ପରିଚାଳନା କରିଥିବାବେଳେ ସ୍କୋରର ଭାବେ ଶୁଭ୍ରଜିତ ବାରିକ, ଶ୍ରୀମନ୍ତ ଖଣ୍ଡାଇ ଓ ଭାଷ୍ୟକାର ଭାବେ ଶ୍ରୀକାନ୍ତ ଖଣ୍ଡାଇ ଦାୟିତ୍ୱ ତୁଲାଇଥିଲେ । ଜୁନିୟନ କ୍ଲବ ପକ୍ଷରୁ ପ୍ରିୟବ୍ରତ ଦାସ, ଦେବୀପ୍ରସାଦ ବିଶ୍ୱାଳ, ଚନ୍ଦ୍ରଦିପ୍ତ ସ୍ୱାଇଁ, ବିଶ୍ୱଜିତ ବାରିକ ପ୍ରମୁଖ ଖେଳ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ