ବେଆଇନ ଇଟାଭାଟି ରେ ଚଢ଼ାଉ ଟ୍ରାକ୍ଟର ଓ ଜେସିବି ଜବତ
କଳାହାଣ୍ଡି,(ୱାଇଏନ୍ଏସ୍): ଦୀର୍ଘ ମାସ ହେବ ରାଜସ୍ୱ ଫାଙ୍କି ବେଆଇନ ଭାବେ ଚାଲିଥିଲା ଇଟାଭାଟି ନଦୀ ପଠା ରେ ଲକ୍ଷ ଲକ୍ଷ ଇଟା ଗଢି ମାଲେମାଲ ହେଉଥିଲେ ବେପାରୀ କୌଣସି ସୂତ୍ରରୁ ଖବର ପାଇ ଆଜି କୋକସରା ତହସିଲଦାର ମନୋଜ ପାଢ଼ୀ ଙ୍କ ନେତୃତ୍ୱରେ କାଉଡୋଳା ବାଞ୍ଜିବାହାଲ ରାସ୍ତା ମୁଣ୍ଡରା ନଦୀ ପଠା ନିକଟରେ ଚଢ଼ାଉ କରାଯାଇଛି ଇଟାଭାଟି ରୁ ୬ ଗୋଟି ଟ୍ରାକ୍ଟର ସହ ଜେସିବି ମେସିନ ଜବତ କରିବା ସହ ଇଟାଭାଟି ମାଲିକ ନାଁରେ କାର୍ଯଅନୁଷ୍ଠାନ ନିଆଯିବା ନେଇ ସୂଚନା ଦେଇଛନ୍ତି ତହସିଲଦାର ଏହି ଇଟାଭାଟି ବେପାରୀ ଙ୍କୁ ସ୍ଥାନୀୟ କିଛି ମୁଷ୍ଟିମେୟ ବ୍ୟକ୍ତି ପରୋକ୍ଷ ରେ ସହଯୋଗ କରୁଥିବା ମଧ୍ୟ ଅଭିଯୋଗ ହୋଇ ଆସୁଥିଲା ଚଢ଼ାଉ ସମୟରେ ଆମପାଣି ଥାନା ଅଧିକାରୀ ପୁଷ୍ପାଞ୍ଜଳି ନିଙ୍ଗି ପୋଲିସ କର୍ମଚାରୀ ଓ ରାଜସ୍ୱ ବିଭାଗ ର କର୍ମଚାରୀ ଉପସ୍ଥିତ ରହିଥିଲେ।