ଆହ୍ୱାନ ପକ୍ଷରୁ “ଭାରତୀୟ ଅର୍ଥନୀତିର ଗତି ଓ ସ୍ଥିତି”ସମ୍ପର୍କରେ ଆଲୋଚନାଚକ୍ର
୍ରକେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍): ସାମାଜିକ ସଂଗଠନ ‘ଆହ୍ୱାନ’ ଆନୁକୂଲ୍ୟରେ ମଙ୍ଗଳବାର ପୂର୍ବାହ୍ନରେ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବଗଡା ପଂଚାୟତର ବଳିରାଜ ଗ୍ରାମରେ ଆଇନଜୀବି ବିକାଶ ଚନ୍ଦ୍ର ବେଉରାଙ୍କ ସଭାପତିତ୍ୱରେ ‘ଭାରତୀୟ ଅର୍ଥନୀତିର ଗତି ଓ ସ୍ଥିତି ’ ସମ୍ପର୍କରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନାଚକ୍ରରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ରାଜ୍ୟ ସହସମ୍ପାଦକ ଡା.ପ୍ରଶାନ୍ତ ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ କେନ୍ଦ୍ର ସରକାରଙ୍କ ଭୁଲ ଅର୍ଥନୀତି ଗ୍ରାମ୍ୟ ଅର୍ଥନୀତିକୁ କିପରି ଧ୍ୱଂଶ କରୁଛି ଏବଂ ଦେଶରେ ଶ୍ରମିକ ଛଟେଇ ହେବା ସହିତ କିପରି ବେକାରୀ ବୃଦ୍ଧି ପାଉଛି ସେ ସମ୍ପର୍କରେ ବିଶଦ ଭାବେ ଆଲୋଚନା କରିଥିଲେ । ଅର୍ଥନୈତିକ କ୍ଷତିଗ୍ରସ୍ତଙ୍କ ମିଳିତ ମଂଚର ରାଜ୍ୟ ଆବାହକ କମ୍ରେଡ ସାଥି ଜୟନ୍ତ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ କେନ୍ଦ୍ର ସରକାରଙ୍କ ଭୁଲ ଅର୍ଥନୀତିକୁ ଓଡିଶାରେ ରାଜ୍ୟ ସରକାର କିପରି ସମର୍ଥନ କରି ଚାଲିଛନ୍ତି ଏବଂ ବିଭିନ୍ନ ଚିଟଫଣ୍ଡ ସଂସ୍ଥା ଦ୍ୱାରା ରାଜ୍ୟର କ୍ଷତିଗ୍ରସ୍ତଙ୍କୁ କ୍ଷତିପୁରଣ ପ୍ରଦାନରେ ରାଜ୍ୟ ସରକାରଙ୍କ ଅବହେଳାକୁ ସମାଲୋଚନା କରିଥିଲେ । ଏହି ଅବସରରେ ସମାଜକୁ ବିଶେଷ ଅବଦାନ ନିମନ୍ତେ ଅବସରପ୍ରାପ୍ତ ପ୍ରାଧ୍ୟାପକ ଅଜୟ କୁମାର ସାମଲ, ପାଲା ଗାୟକ ଗୋପବନ୍ଧୁ ନାଥ, ମେଜର ଭରତ ଚନ୍ଦ୍ର ଜେନା ,ଅବସରପ୍ରାପ୍ତ ପ୍ରଶାସକ ନିରଞ୍ଜନ ସାହୁ,ପରିବେଶବିତ ଆଦିତ୍ୟନାଥ ଚୈାଧୁରୀ,ବିଶିଷ୍ଟ କୃଷକ ରବିନ୍ଦ୍ର ମହାପାତ୍ର,ମହିଳାନେତ୍ରୀ ଦ୍ରୈାପଦୀ ରାଉତ,ଯୁବ ଆଇନଜୀବି ସେକ ଅଜିମୁଦ୍ଦିନ,ଯୁବ ସମାଜସେବୀ ଧିରେନ୍ଦ୍ର କୁମାର ଦାସ ପ୍ରମୁଖ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଆହ୍ୱାନର ସମ୍ପାଦକ ରମଣୀରଞ୍ଜନ ରାଉତରାୟ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ଆଲୋଚନାଚକ୍ର ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଏହି ଆଲୋଚନାଚକ୍ରରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଜିଲ୍ଲା ସହ ସମ୍ପାଦକ ଆଦିକନ୍ଦ ରାଉଳ,ନିରଞ୍ଜନ ଷଡଙ୍ଗୀ,ଆଇନଜୀବି ପ୍ରଦୀପ କୁମାର ଦାଶ,ସରକାରୀ ଓକିଲ ସଞ୍ଜୟ କୁମାର ଜେନା,ଗଗନବିହାରୀ ଜେନା,ଭାଗୀରଥୀ ଜେନା,ଲଳିତେନ୍ଦୁ ପଣ୍ଡା,ଚୈତନ୍ୟ ମଲ୍ଲିକ,ନିରଞ୍ଜନ ଦାଶ,ସତ୍ୟନାରାୟଣ ଜେନା,ସୀତାକାନ୍ତ ନାୟକ,ସଂଯୁକ୍ତା ରାଉତ,ପ୍ରେମାନନ୍ଦ ମାଟି,ସତ୍ୟପ୍ରିୟ ପରିଡା,ନାରୀନେତ୍ରୀ ନନ୍ଦିନୀ ସ୍ୱାଇଁ,ସୈାଭାଗିନୀ ପତି,ଦମୟନ୍ତୀ ସାମଲ,ଡାଙ୍ଗି ସ୍ୱାଇଁ, ଚନ୍ଦନା ଲେଙ୍କା,କାନ୍ତିପ୍ରଭା ନାୟକ ପ୍ରମୁଖ ଶତାଧିକ ଲୋକ ଯୋଗଦେଇଥିଲେ । ଦ୍ୱିତୀୟ ଅଧିବେସନରେ ବର୍ତ୍ତମାନ ସମାଜରେ ପ୍ରଗତିଶୀଳ ସାହିତ୍ୟର ପ୍ରାସଙ୍ଗିକତା ,ଜଳ ଓ ଜଙ୍ଗଲକୁ ସୁରକ୍ଷା କର-ପଲିଥିନ ବର୍ଜନ କର ଉପରେ ଆଲୋଚନା କରାଯାଇଥିଲା । ପ୍ରାରମ୍ଭରେ ଅତିଥି ଓ ସଂଗଠନର ସଦସ୍ୟମାନେ ବଳିରାଜ ଗ୍ରାମରେ ବୁଲି ବୃକ୍ଷ ରୋପଣ କରିବା ସହ ଚାରା ବଂଟନ କରାଯାଇଥିଲା । ଶେଷରେ ଅଖିଳ ଭାରତ ଯୁବ ସଙ୍ଘର ଜାତୀୟ ସମ୍ପାଦିକା ସୁବାସିନୀ ଭଦ୍ର ଧନ୍ୟବାଦ ଅର୍ପଣ କରିଥିଲେ ।