ଅଧ୍ୟାପକଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

ହାଟଡ଼ିହି,(ଯୁଗାବ୍ଦ ନ୍ରୁ୍ୟଜ୍) : ଛେନାପଦିଛକ ସ୍ଥିତ ବିଶ୍ୱତାରିଣୀ ମହିଳା ମହାବିଦ୍ୟାଳୟର ବରିଷ୍ଠ ଇଂରାଜି ଅଧ୍ୟାପକ ରବିନ୍ଦ୍ର କୁମାର ଜେନାଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷା ସବିତା ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ସଭାରେ ମୁଖ୍ୟ ଅତିଥି ଭାବେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ ଯୋଗଦେଇ ଥିଲେ । ଏହି ଅବସରରେ ମୁଖ୍ୟ ଅତିଥିଙ୍କ ସମେତ ଯୁକ୍ତ ୩କଲେଜର ଅଧ୍ୟକ୍ଷ ପ୍ରଶାନ୍ତ କୁମାର ପହି, ଅଧ୍ୟାପିକା ଉଷାରାଣୀ ଦାସ, ସୁକାନ୍ତୀ ମହାପାତ୍ର, ହିମାଶୁଂ ମିଶ୍ର, ନଦୀୟା ମୋହନ ପଟ୍ଟନାୟକ, ରାଜଶ୍ରୀ ଗୋସ୍ୱାମୀ, ମମତା ବିଶୋଇ, ବେଦମତୀ ନାୟକ ପ୍ରମୁଖ ଯୋଗଦେଇ ଅଧ୍ୟାପକ ଶ୍ରୀଯୁକ୍ତ ଜେନାଙ୍କ କର୍ମମୟ ଜୀବନୀ ଉପରେ ଆଲୋକପାତ କରିଥିଲେ । ଶ୍ରୀଯୁକ୍ତ ଜେନା ପୁର୍ବରୁ ଆସାମ ବିରଝରା ବିଜ୍ଞାନ କଲେଜରେ ଆଧ୍ୟାପକ ଭାବେ କାର୍ଯ୍ୟକରୁଥିବାବେଳେ ୨୭ବର୍ଷ ଧରି ବିଶ୍ୱତାରିଣୀ ମହିଳା ମହାବିଦ୍ୟାଳୟରେ ଅଧ୍ୟାପନା ଦାୟିତ୍ୱ ସମ୍ଭାଳୁଥିଲେ । ଏହି ଅବସରରେ ମହାବିଦ୍ୟାଳୟର ଛାତ୍ରୀମାନେ ଅଧ୍ୟାପକଙ୍କ ଗୁଣଗାନ କରିବା ସହିତ ମହାବିଦ୍ୟାଳୟ ପକ୍ଷରୁ ଅତିଥିଙ୍କ ଦ୍ୱାରା ଉପଢ଼ୌକନ ଓ ପୁଷ୍ପଗୁଚ୍ଛ ଦିଆଯାଇ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ସୁରଭୀ ଦାସ, ରାମଚନ୍ଦ୍ର ବେହେରା, ଦେବେନ୍ଦ୍ର ସା, ଅନାଦି ଚରଣ ଜେନା, ଶିଶିର କୁମାର ସା, ବୁଲି ରାଉତ, ଭାରତୀ ଜେନା, ସନ୍ୟାସୀ ଚରଣ ସା, ପ୍ରଦୀପ କୁମାର ମଲ୍ଲିକ, ଉମାରାଣୀ ପଲତା, ସନାତନ ନାୟକ, ରମାକାନ୍ତ ରଣସିଂହ, ହରିହର ମଲ୍ଲିକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ