ଚାରି ଜଣ ବ୍ୟକ୍ତିଙ୍କୁ କାମୁଡ଼ିଲା ପାଗଳ ବିଲୁଆ !

ବୁଗୁଡା,(ଅନିଲ କୁମାର ମହାରଣା): ବୁଗୁଡା ଅଞ୍ଚଳରେ ଚାରି ଜଣ ବ୍ୟକ୍ତିଙ୍କୁ ବିଲୁଆ କାମୁଡିଥିବା ବେଳେ ଏହା ଏକ ବାୟା ବିଲୁଆ ହୋଇଥାଇ ପାରେ ବୋଲି ସନ୍ଦେହ କରାଯାଉଛି। ଡିସେମ୍ବର ୧୫ ତାରିଖ ଦିନ ସକାଳେ ଖୋଳଖାଳି ଗ୍ରାମର ହରି ସ୍ଵାଇଁ (୭୦), ହାତିପାଦପଲ୍ଲୀ ଗ୍ରାମର ଖଦାଳ ବାଡତ୍ୟା (୭୫), ଏବଂ କଣଛାଇ ଗ୍ରାମର ଦମୟନ୍ତି ବିଷୋୟୀ (୫୦) ଓ ବିଜୟ ଲକ୍ଷ୍ମୀ ପ୍ରଧାନ (୧୮) ଚାରି ଜଣଙ୍କୁ ବିଲୁଆ କାମୁଡି ଥିବା ବେଳେ ସେମାନେ ବୁଗୁଡା ମେଡ଼ିକାଲରେ ଚିକତ୍ସା ହୋଇଥିବା ଜଣାପଡିଛି। ସମୟ ଅନୁସାରେ ପ୍ରଥମେ ଖୋଳଖାଳି , ତାପରେ ହାତିପାଦପଲ୍ଲୀ ଓ ଶେଷରେ କଣଛାଇ ଗ୍ରାମରେ ବିଲୁଆ କାମୁଡି ଥିବା ଯୋଗୁଁ ଏହା ଗୋଟିଏ ବିଲୁଆ ଦ୍ୱାରା ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି। ଯେହେତୁ ଏହି ତିନି ଗ୍ରାମ କ୍ରମାନୟରେ ଥିବା ଯୋଗୁଁ ଯଦି ଗୋଟିଏ ବିଲୁଆ ସମସ୍ତଙ୍କୁ କାମୁଡି ଥାଏ ତେବେ ସେହି ବିଲୁଆଟି ବାୟା ବିଲୁଆ ହୋଇଥିବା ସମ୍ଭାବନା ଅଧିକ। ଜନସାଧାରଣ ଏଥିପ୍ରତି ସତର୍କ ରହିବା ସହ ପ୍ରଶାସନ ଏହାର ସନ୍ଦେହ ମୋଚନ କରିବା ଆବଶ୍ୟକ ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ