ପାଣିରେ ବୁଡ଼ି ଯୁବକଙ୍କ ମୃତ୍ୟୁ, ୪୮ ଘଣ୍ଟା ପରେ ମୃତଦେହ ଉଦ୍ଧାର

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଳକର କେଳାପଡ଼ା ପଞ୍ଚାୟତ ଅନ୍ତର୍ଗତ ବାଇରିକୁମ୍ପା ସ୍ଥିତ ରାଜା ଡ଼୍ୟାମରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଉଦ୍ଧାର ବ୍ୟକ୍ତିର ନାମ ସପ୍ତେଶ୍ୱର ଦିଗାଲ(୫୬) ବୋଲି ଫିରିଙ୍ଗିଆ ଥାନା ସୂତ୍ରରୁ ପ୍ରକାଶ। ସେ ଜଣେ ଦିନ ମଜୁରିଆ। କାଠ ବିକ୍ରି କରି ସେ ପରିବାର ପୋଷଣ କରିଥାନ୍ତି। ଘଟଣା ଦିନ ମଧ୍ୟ ସକାଳୁ କାଠ ବିକ୍ରି କରି ଘରକୁ ଫେରିବା ପରେ ଗାଧୋଇବାକୁ ଯାଇଥିବା ବେଳେ ଏଭଳି ଘଟଣା ଘଟିଥିବା ଜଣାଯାଇଛି। ତାଙ୍କର ସ୍ତ୍ରୀ ସହିତ ୨୨ ବର୍ଷର ପୁଅ ଅଛନ୍ତି। ମୃତ ବ୍ୟକ୍ତି  ଓ ଅନ୍ୟ ୨ ଜଣ ବନ୍ଧୁ ମିଳିତ ଭାବେ ଦିନ ପ୍ରାୟ ୧ଟା ବେଳେ ଉକ୍ତ ଡ଼୍ୟାମକୁ ଗାଧୋଇବାକୁ ଯାଇଥିଲେ। ଗାଧୋଉଥିବା ସମୟରେ ସପ୍ତେଶ୍ୱରଙ୍କ ଗୋଡ଼ ହଠାତ୍ ଖସିଯାଇଥିଲା। ଦେଖୁ ଦେଖୁ ସେ ଗଭୀର ପାଣି ମଧ୍ୟରେ ବୁଡ଼ି ଯାଇଥିଲେ। ସାଥିରେ ଥିବା ଦୁଇ ବନ୍ଧୁ ଖୋଜାଖୋଜି କରିଥିଲେ ମଧ୍ୟ ସେମାନେ କୌଣସି ପ୍ରକାର ଉକ୍ତ ଗଭୀର ଡ଼୍ୟାମରୁ ସନ୍ଧାନ ପାଇ ନ ଥିବା ବେଳେ ଏନେଇ ଅଞ୍ଚଳବାସୀ ଫିରିଙ୍ଗିଆ ପୁଲିସ୍ ଓ ଅଗ୍ନିଶମ ବାହିନିକୁ ଖବର ଦେଇଥିଲେ। ଖବର ପାଇଁ ଉଭୟ ବିଭାଗ ଘଟଣା ସ୍ଥଳରେ ପହଞ୍ଚିବା ସହିତ ଅଗ୍ନିଶମ ବାହିନି ପକ୍ଷରୁ ରବିବାର ଡ଼୍ୟାମର ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ପ୍ରକାର ସନ୍ଧାନ  ମିଳିନଥିଲା। ଆଜି ସକାଳୁ ପୁଣିଥରେ ଦମକଳ ବାହିନି ଡ଼୍ୟାମରୁ ଖୋଜାଖୋଜି ଆରମ୍ଭ କରିଥିବା ବେଳେ ଅପରାହ୍ନରେ ମୃତଦେହ ଜବତ କରାଯାଇଥିଲା। ଫିରିଙ୍ଗିଆ ପୁଲିସ୍ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ଏନେଇ କେସ ନଂ ୧୬/୨୦ରେ ଏକ ଅପମୃତ୍ୟୁ ମାମଲା ରୁଜୁକରି ଅଧିକ ତଦନ୍ତ ଚାଲିଥିବା ଥାନା ଅଧିକାରୀ ପି.ଶ୍ୟାମ ସୁନ୍ଦର ରାଓ ସୂଚନା ଦେଇଛନ୍ତି। ପି.କେ.ରାଉଳ ଘଟଣାର ତଦନ୍ତ ଚଳାଇଛନ୍ତି। ଏହି ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଶୋକରଛାୟା ଖେଳିଯାଇଛି। ଅଗ୍ନିଶମ ବାହିନିର ଭାରପ୍ରାପ୍ତ ଅଧିକାରୀ ପ୍ରକାଶ ଚନ୍ଦ୍ର ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନାରେ ଆଗ୍ନିକ ବିକ୍ରମ କେଶରୀ ସାହୁ, ପଦ୍ମଲୋଚନ  ଗୌଡ଼, ସୁବୋଧ ସେନାପତି, ରାଜେଶ କୁମାର ଚୌହାନ୍, ଧନେଶ୍ୱର ବେହେରା, ହାବିଲଦାର ସନାତନ ବର୍ଲାଙ୍କ ସମେତ ଅନ୍ୟ କର୍ମଚାରୀମାନେ ଏହି ଉଦ୍ଧାର କାର୍ଯ୍ୟରେ ସାମିଲ୍ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ